ବିଲ ରେ ଏକ ଅଜଣା ମହିଳା ଙ୍କ ଶବ ଦେଖିବାକୁ ମିଳିଛି

Spread the love

ସୁନ୍ଦରଗଡ, ତା:୨୦/୭/୨୦୨୪ ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଭାଟିପଡା ପାଖରେ ଥିବା କେନ୍ଦୁ ପତ୍ର (ପଡି ଘର )ଓ ବାବା କି ଢ଼ାବା ମଝିରେ ରାସ୍ତା ରୁ 500ମିଟର ଭିତରେ ଥିବା ବିଲ ରେ ଏକ ଅଜଣା ମହିଳା ଙ୍କ ଶବ ଦେଖିବାକୁ ମିଳିଛି l ଏହି ଅଞ୍ଚଳ ର ଗାଈ ଚରାଳି ଗାଈ ଚରାଇ ଯାଇଥିବା ବେଳେ ଏ ଜାଗା ରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ସରପଞ୍ଚ ଙ୍କୁ ତଥା ଗ୍ରାମ ର ଜନ ସାଧାରଣ ମାନଙ୍କୁ ଜଣାଇଲେ l ଏହି ଖବର ପାଇ ତଲସରା ଥାନା ଅଧିକାରୀ ଉକ୍ତ ସ୍ଥାନ କୁ ଯାଇ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଲୟ କୁ ପଠାଇ ଥିଲେ l ଏହି ମୃତକ ଙ୍କ କୌଣସି ପରିଚୟ ମିଳି ନ ଥିବା ବେଳେ ମୃତ୍ୟକ ଙ୍କ ବୟସ 30ରୁ 40ବର୍ଷ ର ବୋଲି ଅନୁମାନ କରା ଯାଉଛି l ଏହି ସ୍ଥାନ ଟି ଝାରଖଣ୍ଡ, ଛତିଶଗଡ ସୀମାନ୍ତ ରେ ଥିବା ବେଳେ ଏହି ମୁଖ୍ୟ ରାସ୍ତା ରେ ସବୁ ବେଳେ ଟ୍ରକ ଜାନ ତଥା ଅନ୍ୟ ଗାଡି ଯା ଆସ କରେ lଏ ଅଞ୍ଚଳରେ ଅନେକ ଥର ଏପରି ଅଜଣା ଶବ ଦେଖିବାକୁ ମିଲୁଥିବା କାରଣରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଥିବା ଜଣାପଡିଛି । ତଲସରା ଥାନା ଅଧିକାରୀ ଏକ ଅପମୁତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି ।

Related Posts

About The Author

Add Comment