ବିଦ୍ୟାଳୟ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି, ପ୍ରଧାନ ଶିକ୍ଷକ ନାମରେ ଅଭିଯୋଗ: ତଦନ୍ତ ଦାବିରେ ଗ୍ରାମବାସୀଙ୍କ ଧାରଣା

Spread the love

ଧର୍ମଶାଳା,୩୧ା୭(ସନ୍ଧାନ ନିୟୁଜ/ଦିପକ ମଲିକ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତ ଚକ୍ରୋଡାସ୍ଥିତ ମଧୁକେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ସର୍ବଶିକ୍ଷା ଅଭିଯାନ ଅନୁଦାନରେ ଗୃହ ନିର୍ମାଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇ ଥିବା ଓ ଏହାର ତଦନ୍ତ ଦାବିରେ ଗ୍ରାମବାସୀମାନେ ଦୁଇଘଣ୍ଟିଆ ଧାରଣା ଦେଇଥିବା ଜଣାଯାଇଛି । ସମିତିସଭ୍ୟ ସୁବ୍ରତ ଧଳଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିଦ୍ୟାଳୟର ଦୁର୍ନୀତିରେ ସମ୍ପୃକ୍ତ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ବିରୋଧରେ ନାରାବାଜି କରିଥିଲେ । ଶ୍ରୀ ଧଳଙ୍କ ସୂଚନା ଅନୁଯାୟୀ, ଗତ ୨୦୧୪ରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏହି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ୧୩ ଲକ୍ଷ ୬୯ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ଯୁଗ୍ମ ନାମରେ ବ୍ୟାଙ୍କରେ ଜମା ହେଇଥିଲା । ଇତି ମଧ୍ୟରେ କାର୍ଯ୍ୟଶେଷ ହୋଇ ୧୨ଲକ୍ଷ ୮୪ ହଜାର ଟଙ୍କା ଉଠାଯାଇ ଖର୍ଚ୍ଚ ହୋଇଥିବା ହସ୍ତଗତ ହୋଇଥିବା ଆରଟିଆଇ ସୂଚନାରେ ଦର୍ଶାଯାଇଛି । କିନ୍ତୁ ବାସ୍ତବ ପକ୍ଷେ ୭୫ ପ୍ରତିଶତ ଖର୍ଚ୍ଚ କରାଯାଇଛି । ଶ୍ରେଣୀ ଗୃହ ଚଟାଣ, ଶୌଚାଳୟ ଓ ରୋଷେଇଘର ଆଦୌ ହୋଇ ନାହିଁ । ବିଦୁ୍ୟତ କରଣ କରାଯାଇ ନାହିଁ । ଏ ସମ୍ପର୍କରେ ବାରମ୍ବା ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ତଦନ୍ତ ହୋଉନାହିଁ । ଫଳରେ ଆଜି ଗ୍ରାମବାସୀମାନେ ସ୍କୁଲରେ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ବିଇଓ ପ୍ରଫୁଲ୍ଲ ବେହେରାଙ୍କ ହସ୍ତକ୍ଷେପ ପରେ ତୁରନ୍ତ ଏହାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ମିଳିଛି । ଅନ୍ୟପଟରେ ବିଦ୍ୟାଳୟରେ ୫ଟି ଶ୍ରେଣୀ ରହିଥିବା ବେଳେ ବିଦ୍ୟାଳୟରଘର ନଥିବାରୁ ଛାତ୍ରଛାତ୍ରୀ ମାନେ ପାଠପଢାରେ ନାନାଦି ସମସ୍ୟ ଦେଖାଦେଉଛି । ଏପରକି ଗୋଟିଏ ଶ୍ରେଣୀରେ ୨ଜଣ ଶିକ୍ଷକ ଏବଂ ପିଲାମାନେ ବସି ପାଠପଢ଼ୁଥିବା ବେଳେ ଶିକ୍ଷକ ଦ୍ୱୟଙ୍କୁ ପଢାଇବାରେ ଅସୁବିଧା ହେବା ସହିତ ଛାତ୍ରଛାତ୍ରୀ ମାନେ କିଛି ପଢ଼ିପାରୁନଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ଟୟଲେଟ୍ ନଥିବାରୁ ଶିକ୍ଷୟତ୍ରୀ ଏବଂ ଛାତ୍ରୀ ମାନଙ୍କୁ ବହୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଅବଶ୍ୟକେୟୀ ଶ୍ରେଣୀ ଗୃହ ନିର୍ମାଣ, କରାଯାଇଥିବା ବିଦ୍ୟାଳୟର ଗୃହ ନିର୍ମାଣରେ ଅନିୟମୀିତତା କରିଥିବା ଶିକ୍ଷକ, ଏବଂ ଅଧିକ ଶିକ୍ଷକ ନିଯୁକ୍ତ କରିବା ସହିତ ପାଠଦାନ ଭଲ କରିବା ପାଇଁ ମଧ୍ୟ ଶ୍ରୀ ଧଳଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।

Related Posts

About The Author

Add Comment