ଜେନାପୁର/୦୩/୧୨/(ସନ୍ଧାନ ନ୍ୟୁଜ )ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧିନ ବିଛାଖଣ୍ଡି ଗ୍ରାମ ରେ ଶ୍ରୀ ଶ୍ରୀ ମଦନମୋହନ ଜୀୟୁଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହେଉଛି।ଚଳିତ ମାର୍ଗଶିର ମାସ ଶୁକ୍ଳପକ୍ଷ ଇଂରାଜୀ ତା ୧ ତାରିଖ ସୋମବାର ଠାରୁ ୪ ତାରିଖ ଗୁରୁବାର ୧୩ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ଏହି ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଅଛି। ସୋମବାର ଅଙ୍କୁରାରୋପଣ,ମଣ୍ଡଳକରଣ,ଧ୍ୟାନାଧିବାସ, କଳସ ଯାତ୍ରା ,ଅଗ୍ନି ସଂଯୋଗ, ପ୍ରାତଃ ସୂର୍ଯ୍ୟ ପୂଜା, ଗୋପୂଜା, ପୁଷ୍ପାଞ୍ଜଳି, ସିଂହାସନ ପ୍ରତିଷ୍ଠା, ଷୋଡଶ ଉପଚାର ପୂଜା, ବିଗ୍ରହ ଗ୍ରାମ ପରିଭ୍ରମଣ,ସହିତ ଗୁରୁବାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି।ବ୍ରାହ୍ମଣୀ ନଦୀ ରୁ ଏକ ବିରାଟ କଳସ ଶୋଭାଯାତ୍ରାରେ ପୁରୁଷ ଏବଂ ମହିଳା କଳସ ଧାରୀ ମଣ୍ଡପ ପ୍ରବେଶ କରିଥିଲେ। ଯଜ୍ଞ ର ମୁଖ୍ୟ ପୁରୋଧା ପଣ୍ଡିତ ପ୍ରତାପ ମିଶ୍ର ଙ୍କ ତତ୍ୱବଧାନରେ ସମସ୍ତ ଯଜ୍ଞ କାର୍ଯ୍ୟ ରୀତିନୀତି ଅନୁଯାୟୀ ସମ୍ପନ୍ନ ହେଉଛି। ମୁଖ୍ୟ କର୍ତ୍ତା ଭାବେ ଅଜୟ କୁମାର ମହାରଣା ଏବଂ ବିଦୁଲତା ମହାରଣା ଦାଇତ୍ୱ ସମ୍ପାଦନ କରୁଛନ୍ତି।ଏହା ସହିତ ବିଶେଷ ଆକର୍ଷଣ ଅପେରା ଉତ୍କଳ ରଙ୍ଗମଞ୍ଚ ସମେତ ଦୋଳି, ମୀନାବଜାର ,ସହିତ ବିଭିନ୍ନ ଦୋକାନ ବଜାର ରେ ଲୋକ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମଦନମୋହନ ଜୀଉ କମିଟି ପକ୍ଷରୁ ସମସ୍ତ ଦାଇତ୍ୱ ସମ୍ପାଦନ କରାଯାଉଛି। ପ୍ରତ୍ୟେକ ଦିବା ରାତ୍ର ଆନନ୍ଦ ବଜାର ର ପ୍ରସ୍ତୁତି କରାଯାଇଛି।ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ କାର୍ଯ୍ୟ ରେ ଯୋଗ ଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରୁଛନ୍ତି। ପ୍ରତ୍ୟେକ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ସହିତ ବାଡିଖେଳ, ପ୍ରବଚନ, ଭଜନ ପରିବେଷଣ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗ୍ରାମ ସଭାପତି କାଳନ୍ଦୀ ଚରଣ ପାଣି ଏବଂ ସମ୍ପାଦକ ଧବଳେଶ୍ବର ପ୍ରଧାନ ଙ୍କ ତତ୍ୱବଧାନରେ କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ମାନେ ଏହାକୁ ପରିଚାଳନା କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହା ଏକ ମହୋତ୍ସବ ରେ ପରିଣତ ହୋଇଛି।ଏହି କାର୍ଯ୍ୟ କୁ ବିଛାଖଣ୍ଡିର ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି। ଜେନାପୁର ଥାନା ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବିଛାଖଣ୍ଡିରେ ମଦନମୋହନଙ୍କ ମହୋତ୍ସବ ଓ ପ୍ରଥମ ଜନ୍ମ ବାର୍ଷିକ ପାଳିତ,
|
December 3, 2025 |



