ସୁନ୍ଦରଗଡ ତା:୨୩/୫/୨୦୨୬(ସନ୍ଧାନ ନ୍ୟୁଜ)ଓଡ଼ିଶାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ତଥା ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାରୀ ଶ୍ରୀ ସୁରେଶ ପୂଜାରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ସଦର ତହସିଲ ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ସଦର ଓ ଲେଫ୍ରୀପଡ଼ା ତହସିଲ ଅନ୍ତର୍ଗତ ନୂତନ କାର୍ଯ୍ୟାଳୟ, ଆର.ଆଇ. ଅଫିସ, ସରକାରୀ ବାସଗୃହ ଏବଂ ଓସ୍ୱାନ ଭିଡିଓ କନଫରେନ୍ସ ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ ଏବଂ ଦୁଇ ବିପନ୍ନ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ଏବଂ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବିକାଶ ମୁଳକ ପ୍ରକଳ୍ପ କୁ ନେଇ ମାନ୍ୟବର ମନ୍ତ୍ରୀ ତଥା ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାରୀ ଶ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ପ୍ରକଳ୍ପ ର ଶିଳାନ୍ୟାଶ
|
May 23, 2026 |



