ବାଲେଶ୍ୱର ଘଟଣାର ଅନ୍ତରାଳେ: ଏନ୍ତୁଡିରୁ ଅନ୍ତେଷ୍ଟି: ଛାତ୍ରୀ ର ଦାୟ ନା ବିଦ୍ୟାର ନା ଗାରିମାର; କେଉଁଠି ରହିଲା ଭୂଲ

Spread the love

ସାରା ରାଜ୍ୟ ଏବଂ ଦେଶର ଏକ ପ୍ରମୁଖ ଗଣମାଧ୍ୟମ ଏବଂ ସାମଜିକ ମିଡିଆରେ ଶିରୋନାମା ପାଲଟିଗଲା ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣା। ଘଟଣାଟି ଯେତିକି ଦୁଖଃ ଦାୟକ ଥିଲା ଛାତ୍ରୀଟି ନିଜ ଦେହାରେ ପ୍ରେଟ୍ରୋଲ ଢ଼ାଳି ନିଆଁ ଲାଗଇ ସମ୍ପୁର୍ଣ୍ଣ ପୋଡି ଯିବା ଏବଂ ଏହାକୁ ନେଇ ତଥା କଥିତ କୁମ୍ବିର କାନ୍ଦାଣା କନ୍ଦୁଥିବା ବିଭିନ୍ନ ରାଜନୌତିକ ଦଳର ନେତା ମାନେ। ଯଦି ଘଟଣାକୁ ଭଲ ଭାବରେ ତର୍ଜମା କରାଯିବ ତେବେ ଏହା ସେତିକି ଗୁରତ୍ୱ ବହନ କରିବତଃ। ଯଦି ଗୁରତ୍ୱ ରହିଥିଲା ତେବେ ବହୁପୁର୍ବରୁ ଗଣମଧ୍ୟମ ଏବଂ ସରକାର ଏବଂ ନେତା ମନ୍ତ୍ରୀ ପ୍ରଶାସକ ମାନେ କାହିଁକି ଏହାକୁ ଗୁରୁତ୍ୱ ଦେଇନଥିଲେ। ଘଟଣାକୁ ଭଲ ଭାବବେ ବିଭିନ୍ନ ଦିଗରୁ ତର୍ଜମା କରିବାକୁ ଆବଶ୍ୟକତା ରହିଛି। ତାହା ତଦନ୍ତକାରୀ ସଂସ୍ଥ. ସରକାର ଏବଂ ବିରୋଧୀ ଦଳ ଭଲ ଭାବରେ ଜାଣିବା ଆବଶ୍ୟକ ବୋଲି ମନେ ହେଉଛି।

ଘଟଣାର ଅନ୍ତରାଳେ

୧୨ତାରିଖ ବାଲେଶ୍ୱର ସହର ଉପକଣ୍ଡରେ ରହିଥିବା ଫକିର ମୋହନ ବିଶ୍ୱବିଦ୍ୟାଳୟର ଇଂଟ୍ରଗେଟେଡ୍ ବିଇଡିର ଦ୍ୱାତୀୟ ବର୍ଷର ଛାତ୍ରୀ ସୌମଶ୍ରୀ ବିଶି ପ୍ରେଟୋଲ ଢ଼ାଲି ଆତ୍ମହତ୍ୟ ଉଦ୍ୟମ କରିଥିଲେ। ପରେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭୂବନେଶ୍ୱର ସ୍ଥିତ ଏଏଏମଏସ୍‌କୁ ପଠାଯାଇଥିଲା। ସେଠାରେ ଚିକତ୍ସିତ ସମୟରେ ତାଙ୍କର ଦେହାନ୍ତ ଘଟିଲା। ନିଆଁ ଲାଗି ପୋଡିହେବା ଠାରୁ ବିରୋଧୀ ଦଳ ଏବଂ ସରକାରୀ ଦଳ ଭିତରେ ତୁୂମ୍ବିତୋଫାନ, ସାମଜିକ ମିଡିଆ ଭିବିନ୍ନ ବେଶରେ ଉଠିଲା ପଡିଲା। ଏପରକି ଭୂଲ ପ୍ରମାଣିତ ନହୋଇଥିଲେ ମଧ୍ୟ ପୁରୁଷ ହୋଇଥିବା ହେତୁ ଉକ୍ତ ସାରଙ୍କ ଚରିତ୍ର ସଂଘାର ଚାଲିଲା। ଏବଂ କିଛି ଭୂଲ ନଥାଇ ଅଧ୍ୟକ୍ଷ ଅନ୍ଦାର ଘରେ ବନ୍ଦୀ ଜିବନ କଟାଇଲେ।

ଫେବର

ନୁଆ ୱାର୍ଡ ଭଳି ଲାଗୁଥିଲା ଓଡିଶା ବାସୀଙ୍କ ପାଇଁ। ପୁର୍ବରୁ ରଙ୍ଗଶାଳା ୱାଡଁର ପୁରା ଚର୍ଚ୍ଚାରେ ରହିଥିଲା। ଏବେ ନୂଆ ଶବ୍ଧ ଫେବର। ଫେବର କଣ। ନା ସାର ମାଗୁଛନ୍ତି ଫେବର। ଫେବର ଏକ ଇଂରାଜୀ ଶବ୍ଧ। ଏହାର ଅର୍ଥ ଜ୍ୱର। ଏବଂ ଅନ୍ୟ ଅର୍ଥଟି କିଛି ଦେବା। ତାହା ହୁଏତ ଗିପ୍ଟ ହୋଇପାରେ ଅଥବା ଯାହା ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଦେହ । ଏବେ ଏହି ଅର୍ଥର ଗୃଢ଼ ରହସ୍ୟ ଆମ୍ଭେ ମାନ୍ୟବର ନ୍ୟାୟଳୟ ଉପରେ ନ୍ୟସ୍ତ କରୁଛି। ସେମାନେ ଏହି ଅର୍ଥର ପକୃତ ଓଡିଆ ଅର୍ଥ କଣ ଜଣାଇାବେ।

କିଏ ଦାୟୀ? ଛାତ୍ରୀ ସୌମ୍ୟଶ୍ରୀ

ଛାତ୍ରୀ ଜଣଙ୍କ ଶିକ୍ଷୟତ୍ରୀ କରିବାକୁ ବୋଧ ହୁଏ ଲକ୍ଷ ରଖିଥିଲେ ସେଥିପାଇଁ ବିଇଡି କୋର୍ସରେ ନାମ ଲେଖାଇଥିଲେ। ଏବଂ ଅନ୍ୟ ଏକ ବେସରକାରୀ ଦିଗରେ ନେତ୍ରୀ ବା କଳାକାର। ପୁଣି ଏବେ ସେ ଯେଉ: ସଂଘଠନର ସକ୍ରିୟ ସଦସ୍ୟ ହୋଇଥିଲା ତାହା ଏବାକର ଗାଦିରେ ଥିବା ସରକାରଙ୍କ ଦଳର ଏକ ଅବିଚ୍ଛେଦ ଅଙ୍ଗ। ଏବଂ ବିଭିନ୍ନ କଳାକର ବେଶ ପୋଷକରେ ରିଲ୍ସ କରିବା ନିଶା। ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆତ୍ୱରକ୍ଷା କୌଶଳ ଦାନ। ଏସବୁ ଭିତରେ କ୍ଲାସ କରିବାକୁ ସମୟ ମିଳେନା। ବା ତାର ଇଚ୍ଛା ହୁଏନା। ଆଉ କ୍ଲାସ ନକେଲ ଗାଳି ଦେବା କେତକ ଶିକ୍ଷକଙ୍କ ବଦ ଅବସ୍ୟ ଯାହା ସୌମ ସାରଙ୍କ ପାଖରେ ଥିଲା। ବୋଧହୁଏ ଏହାହିଁ ଥିଲା ସାର ଆଉ ସୌମଶ୍ରୀଙ୍କ ଭିତରେ ପ୍ରଥମ ବିବିଦ ଘନେଇବାର କାରଣ।

ବିଦ୍ୟାର ଦାୟୀ

ସୌମଶ୍ରୀ ମୃତ୍ୟୁ ପୂର୍ବରୁ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ସମୀର ସାହୁଙ୍କ ଉପରେ ଫେବର ମାଗୁଥିବା ତଥା ସେକ୍ସ ଚାହୁଁଥିବା ଆରୋପ କରି ପ୍ରଥମେ କଲେଜ ମୁଖ୍ୟଙ୍କ ନିକଟରେ ଅଭିଯୋଗ କରିଥିଲେ। ଅର୍ଥାତ ସେ ୩୦ତାରିଖ ଦିନ ଏହା ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ପରେ ୧ତାରିଖ ଦିନ ଅଧ୍ୟକ୍ଷ ଏନେଇ ଏକ ଆନ୍ତରୀଣ କମିଟି ଗଠନ କରି ଏହାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କହିଥିଲେ। ମାତ୍ର ଏତିକିରେ ଛାତ୍ରୀଙ୍କ ଖରାପ ପକୃତିର ସାଙ୍କ ମେଳରେ ଖୁବୁ ଶ୍ରୀଘ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ। ହେଲେ ତାଙ୍କର ଏହି ଫେବର ମାଗିବାର କୌଣସି ପ୍ରମାଣ ନଥିଲା। ତେବେ ଏହି ଭୁୂଲ ପାଇଁ କି କାର୍ଯ୍ୟନୁଷ୍ଠାନ ସୌମଶ୍ରୀ ଚାହୁଁଥିଲେ ତାହା ଜଣାଇନଥିଲେ। ତେବେ ତାଙ୍କୁ ଶିକ୍ଷାଦାନ କରୁଥିବା ଶିକ୍ଷକ କ୍ଲାସ କରୁନଥିବାରୁ ତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରୁଥିଲେ। ଯାହା ଫଳରେ ବିବାଦ ଘନେଇବାର ଲାଗିଥିଲା। ଏପରିକି ଯୁକ୍ତିତର୍କ ହୋଇ ଉଭୟ ଉଭୟଙ୍କୁ ଦୋଷାରୋପ ଲଦିଥିଲେ। ତେବେ ଏଠି ପ୍ରଶ୍ନ କଣ ସମୀର ସାରଙ୍କ ବିଦ୍ୟାର ଭୁଲ ରହିଗଲା କି?। ସେ ତ ବିଇଡି ଏବଂ ଏମଇଡି ପାଠ୍ୟକ୍ରମ ଶେଷ କରି ଅଧ୍ୟପକ ଭାବେରେ ଅବସ୍ଥାପିତ ହୋଇନଥିଲେ କି? ଅଧ୍ୟପନା ସମୟରେ କିଭଳି ଛାତ୍ରଛାତ୍ରୀଙ୍କ ମାନସିକ ଶକ୍ତି ଚିନ୍ତାଧାରାକୁ ପଢ଼ିବାକୁ ହେବ ତାହା ଶିକ୍ଷାଯାଇଥିବ। କାରଣ ଏହାହିଁ ପକୃତ ବିଇଡି ପାଠକ୍ରମ। ଏଗୁଡିକ ଜାଣିବାର ଆବଶ୍ୟକ ରହିଥିଲା। ସୌମଶ୍ରୀ ଯେଉଁ ଦିଗରେ ଯିବାକୁ ଚାହୁଁଛନ୍ତି ତାହାର ଦିଗ କେଉଁଆଡେ। ସେ କଣ ପାଇଁ କ୍ଲାସ ଆସୁନାହାନ୍ତି। କ୍ଲାସ ଆସାବିକୁ ପ୍ରଚେଷ୍ଠା କରାଯାଇଥିଲା କ? ତାଙ୍କୁ ଶିକ୍ଷକ ମାନେ ବୁଝାଇଥିଲେ କି?। ଯଦି ଏସବୁ ନକରି କେବଳ ଛିଡିଛିଡା ଗୁଣ ଏବଂ ଦଣ୍ଡ ପାଇଁ ସବୁ ପିଲା ପାଠ ପଢ଼ିଥାନ୍ତେ ତେବେ ପୂର୍ବରୁ ଯେତେ ପିଲା ଦଣ୍ଡ ପାଇଁ ପାଠ ପଢ଼ିଥିଲେ ସମସ୍ତ ହୁଏତ ବଡ ବଡ ଅଫିସର ହୋଇଥାଏ। ତେବେ ଏଠି ସମୀର ସାରଙ୍କ ବିଦ୍ୟା ଦାୟୀ ନୁହେଁ କି?

ଗାରିମାର ଦାୟ

ଫକିର ମୋହନ କଲେଜ। ଜଣେ ମହାପୁରୁଷଙ୍କ ନାମରେ ନାମିତ। ଯାହାଙ୍କ ଅବଦାନ ଓଡିଶା ପାଇଁ ଅତୁଳନୀୟ। ଏଠାରୁ କେତେ ଜଣ ବ୍ୟକ୍ତି ସ୍ୱଉଚ୍ଚରେ ଅବସ୍ଥାପିତ। ଏଠାରେ ଜଣେ ସାର ନୁହେ ବର ଅନେକ ସାର ଗାରିମା ମୟ କଲେଜରେ ଅଧ୍ୟପନା କରୁଅଛନ୍ତି। ଯଦି ଏଭଳି କିଛି ଘଟଣା ଆସିଥିଲା। ପିଲାମାନେ କ୍ଲାସ କରୁନାହାନ୍ତି ତେବେ କେତେଜଣ ଶିକ୍ଷୟତ୍ରୀ ଉକ୍ତ ଛାତ୍ରୀଟିକୁ ଭଲ ମାର୍ଗ ପରିଦର୍ଶନ କରାଇବା ପାଇଁ ପଚେଷ୍ଠା କରିଛନ୍ତି। ତାହା ହୋଇଥିଲେ ହୁଏତ ଛାତ୍ରୀଟି ବୁଝିପାରିଥାନ୍ତା। କିନ୍ତୁ ଏଠା ତାହା ହୋଇନାହିଁ। ଏଠାରେୀ ଗାରିମା ଦାୟ ହେଲା କି ନାହୌଁ। ଏଥିସହିତ ଗାରିମା ନଷ୍ଠ ମଧ୍ୟ ହେଲା।

ପୁରା ଘଟଣାର ଆୟରମ୍ଭ ରୁ ଅନ୍ତେଷ୍ଟି

ସୌମଶୀ ବିଶି ଇଂଟ୍ରିଗେଟଡି ବିଇଡିର ୨ୟ ବର୍ଷର ଛାତ୍ରୀ। ବିଭିନ୍ନ ଆଡେ ନିଜର ମନ। ଅର୍ଥାତ ଜଣେ କଳାକାର ଭାବରେ ନାମ କମାଇବାକୁ ଚେଷ୍ଟା। ପୁଣି ଛାତ୍ରଛାତ୍ରୀଙ୍କ ସେଲ୍ପ ଡିପେନ୍ସ ଶିକ୍ଷାଇ ଟଙ୍କା ରୋଜଗାର କରିବା ଲକ୍ଷ। ଏହି ସହିତି ଏକ ବୃହତର ରାଜନୌତିକ ଦଳର ସହ ଅନୁବନ୍ଧିତ ଛାତ୍ର ନେତ୍ରୀ ଭାବେ ଅବସ୍ଥାପିତ। ଯେଉଁ କାର୍ଯ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ବିଭିନ୍ନ ସ୍ଥାନ ବୁଲିବା ଆଦି କରିବାକୁ ପଡିଥାଏ। ଏହା ଭିତରେ କ୍ଲସ କରିବାକୁ ସମୟ ନଥଏ ଅଥବା ଇଚ୍ଚା ନଥାଏ। ଏବଂ ସୌମଶ୍ରୀଙ୍କ ବାପା ଜଣେ କଲେଜ ପିଇନ ହୋଇଥିବାରୁ ବିଭିନ୍ନ ସମୟରେ ଏଫ ଏମ କଲେଜକୁ ଆସି ସମୀର ସାରଙ୍କ ପାଖରେ ଝିଅ ସ୍ୱତନ୍ତ୍ର ପରିଚୟ କରାଇ ଝିଅର ଦେଖାଶୁଣା କରିବାକୁ କହିଥାନ୍ତି। ଫଳରେ ସମୀର ସାର ସେଥିପାଇଁ ଝିଅଟିକୁ ଅଧିକ ଗାଳି କରିବା ସହିତ ତାଙ୍କ ବାପାଙ୍କ ମଧ୍ୟ ଝିଅ ପାଠ ପଢ଼ୁନଥିବାର ଆଦି ଅଭଯୋଗ କରିଥାଇପାରନ୍ତି। ଯାହା ଫଳରେ ସୌମଶ୍ରୀ ଘରୁ ଗାଳି ଶୁଣିବା ସହିତ କଲେଜର ମଧ୍ୟ ସାରଙ୍କ ଠାରୁ ଗାଳି ଶୁଶି ଶୁଣି ଅତିଶୟ ଖରାପ ହୋଇ ପ୍ରତିଶୋଧ ପରାୟଣ ହୋଇପଡିନ୍ତି। ଯାହାର ଫଳ ସ୍ୱରୁପ ଫେର ମାଗିବା ଭଳି ସଙ୍ଗୀନ ଅଭିଯୋଗ ଆଣନ୍ତି। ସମୀର ସାରଙ୍କ ଉପରେ। ଏହାର ପରିଣତ ଯାହାବି ହେଉଁ ସୌମଶ୍ରୀ କଲେଜରେ ସପୋର୍ଟ ମିଳେନି ନା ଛାତ୍ରଛାତ୍ରୀ ନା ରାଜନେତା, ନା ଅନ୍ୟ ଶିକ୍ଷୟ ଶିକ୍ଷୟତ୍ରୀ। ଫଳରେ ୩୦୦ ପିଲା ସାରଙ୍କ ପାଇଁ ବାହାରନ୍ତି। ଆଉ ୬୦ପିଲାଙ୍କୁ ସ୍ୱତନ୍ତ୍ ଭାବେ ପଚାର ଉଚାର ବେଳେ ମଧ୍ୟ କେହି ସାରଙ୍କ ବିପକ୍ଷରେ କହିନାହାନ୍ତି। ଫଳରେ କିଛି ଖଳ ସାଙ୍ଗ ଚିନ୍ତାଧାରାରେ ପ୍ରେଟୋଲ ଢ଼ାଳି ଧମକାଇ ନିଜର ଲକ୍ଷ ହାସଲକୁ ଶେଷ ଅସ୍ତ୍ର ଚିନ୍ତା କରନ୍ତି। ଆଉ ସେହିଠା କରୁଥିବା ବେଳେ ଅଗ୍ନି ପ୍ରେଟ୍ରୋଲ ଏବଂ ପବନ ସଂଯୋଗରେ ପୁରା ଦେହରେ ନିଆଁ ଲାଗିଯିବା ଫଳରେ ଗୁରୁତର ହୋଇ ଭୁବନେଶ୍ୱରରେ ୧୫ତାରିଖରେ ମୃତ୍ୟୁ ବରଣ କରନ୍ତି ସୌମ୍ୟ।
କାହିଁକି ସାର ସୌମ୍ୟଙ୍କୁ ଫେବର ମାଗିନଥିବ ବଳିଷ୍ଠ ଯୁକ୍ତି
୧-ସୌମ୍ୟ ଏକ ଛାତ୍ରୀ ନେତ୍ରୀ ଥିଲେ ଯାହାର ଅନୁବନ୍ଦିତ ଦଳ ବର୍ତମାନ ସରକାର
୨-ସୌମ୍ୟଙ୍କ ବାପା ଏବଂ ପରିବାର ସହିତ ସାର ପୁର୍ବରୁ ପରିଚିତ।
୩-ସୌମ ଛାତ୍ରୀ ନେତ୍ରୀ ହିସାବରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଏବଂ ଅଧିକା ନେତାଙ୍କ ସହିତ ଜଡିତ
୪-ପୂର୍ବରୁ ବିଭିନ୍ନ ଅଭିଯୋଗ ଲାଗି ଦୁଇଟି କଲେଜରୁ ବଦଳି ହୋଇଛନ୍ତି।
ପୁବରୁ ମଧ୍ୟ ଏଭଳି ଚିଡିଚିଡା ଗୁଣ ପାଇଁ କେହି ଛାର୍ତଛାତ୍ରୀ ଭଲ ନାପଇାବ ଏବଂ ସାରଙ୍କୁ ତାଗଦ କରିବା।
ଫେବରକୁ ସତ ମାନିଲେ ବି!
ଯଦି ଛାତ୍ରିଙ୍କ କଥାକୁ ସଥ ମାନିୀବା ତେବେ ତାହା ପାଇଁ ଦଣ୍ଡ ରହିଥିଶ ।ଯଦିଓ ଏହାର ସତ୍ୟତା ନାହିଁ କି ପ୍ରମାଣ ନାହିଁ ତଥାପି ପୁର୍ନବାର ସାରଙ୍କୁ ବଦଳାଯାଇପାରିଥାନ୍ତା। ଅଥବା ସୌମ୍ୟଙ୍କୁ ଅନ୍ୟ କଲେଜରେ ପଢ଼ିବାକୁ ପର୍ବତ୍ତାଇ କେବଳ ଏଠାରେ ପରିକ୍ଷା ଦେବା ଭଳି ପଦକ୍ଷେପ ନିଆଯାଇପାରିଥାନ୍ତା ଯାହା ନିୟମ ପାଠକ୍ରମରେ ଅନ୍ତଭୁକ୍ତ। ଏପରକି ହୋଇଥିଲେ ତାହା ଉଭୟ ନିଜ ନିଜ ବିରୋଧରେ ଯିବାରୁ ନିବୃତ ହୋଇପାରିଥାନ୍ତେ। କିନ୍ତୁ କଲେଗ ତାହା କରିନାହିଁ। ମାତ୍ର ଏତିକି ଟିକେ କଥା ପାଇଁ ନିରୀହୀ ପୁରୁଷ ହୋଇଥିବାରୁ ସମୀର ସାରଙ୍କୁ ଜେଲ ଦଣ୍ଡ ଏବଂ ତାଙ୍କ ଚରିଚ୍ରର ଉଜ୍ଜ୍ ଏବଂ ତାଙ୍କ ସହିତ ବିଚାର ବିନା ଦୋଷରେ କଲେଜ ଅଧ୍ୟକ୍ଷବତି ଜେଲ ଦଣ୍ଡ । ଏହା କେବଳ ତୁଚ୍ଛା ରାଜନୀତ କରଣ ପାଇଁ ସରକାରଙ୍କୁବ ବଦନାମ କରୁଥିବା ବିରୋଧୀ ଦଳ ଏବଂ ଆଖି କାନ ନଥିବା ମିଡିଆଙ୍କ ପାଇଁ। ଯାହା ପୂର୍ବରୁ ସେମାନେ କରିନଥିଲେ।

ଯାହା ହେଉଁ ମିଛ କାହାଣୀ ଯେ ଜଣଙ୍କ ଜୀବନ ନେଇଗଲା ତାହା ଏବେ ସମସ୍ତଙ୍କ ଭିତର କାନ୍ଦୁଛି ଆଉ ପୁରୁଷ ହେବା ପାପ ଭାବି ଭାବି ଜେଲରେ ଜୀବନ କାଟୁଛନ୍ତି ଦୁଇଜଣ ଅଧ୍ୟପକ.. ସୌମଶ୍ରୀଙ୍କ ଆତ୍ୱର ସଦଜତିି ହେଉ। କିନ୍ତୁ ଆତ୍ୱଦାହ ହିନ୍ଦୁ ଅନୁସାରେ ସଦଗତି ନମଳିବା କାହାଣୀ ଭୁଲ ପ୍ରମାଣିତ ହେଉ….

Related Posts

About The Author

Add Comment