ବାଲିଗୁଡା ରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ଶାନ୍ତି ଶୃଙ୍ଖଳା ର ସହ ଶେଷ 

Spread the love
ବାଲିଗୁଡା,୨୯/୦୪/୨୨ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର  ପ୍ରଥମ ଦିନ ଶାନ୍ତି ଶୃଙ୍ଖଳା ର ସହ ଶେଷ ହୋଇଛି । ବାଲିଗୁଡା ଠାରେ ପରୀକ୍ଷାର୍ଥୀ ମାନେ ମାଟ୍ରିକ ପରୀକ୍ଷା 3 ଗୋଟି ସେଣ୍ଟର ରେ ହୋଇଥିଲା  | ସେଣ୍ଟର ଗୁଡିକ ହେଲା ବାଲିଗୁଡାର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବଡ଼ଗାଁ ଠାରେ ହୋଇଥିଲା |ବାଲିଗୁଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ 180 ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ 171ଜଣ ପରୀକ୍ଷା ଦେଇଥିଲେ | ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ରେ 204 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 189 ଜଣ ପରୀକ୍ଷା ଦେଇଥିଲେ | ବଡ଼ଗାଁ ସେଣ୍ଟର ର ପରୀକ୍ଷା ଖବର ଆମର  ହସ୍ତଗତ ହୋଇ ପାରିନାହିଁ l ଏହି ସେଣ୍ଟର ମାନଙ୍କରେ ସରସ୍ବତୀ ଶିଶୁମନ୍ଦିର, ବନବାସୀ ସେବା ସମିତି ଏବଂ କୁଟିକିଆ ର ପରୀକ୍ଷାର୍ଥୀ ଏହି ସେଣ୍ଟର ରେ ପରୀକ୍ଷା ଦେଇଥିଲେ | ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହୋଇଥିବାର  ଦେଖିବାକୁ ମିଳିଥିଲା।
Attachments

Related Posts

About The Author

Add Comment