ବାରିପଦା, ୨୬/୭ (ସନ୍ଧାନ ନିୟୁଜ): ବାରିପଦାଠାରୁ ୧୨ କିଲୋମିଟର ଦୂର କୁଳିଅଣା ଥାନା ଇଲାକାର ସାନଜୁଣବଣୀ ଗ୍ରାମରେ ବୁଧବାର ସନ୍ଧ୍ୟା ସାଢେ ୫ଟା ସମୟରେ ଗ୍ରାମ ନିକଟ ଖେଳ ପଡିଆରେ ୮/୧୦ ଜଣ ପିଲା ଖେଳୁଥିଲା ବେଳେ ହଠାତ୍ ଏକ ରିଠା ଗଛ ମୂଳରୁ ଗଛ ଭାଙ୍ଗି ପଡିଥିଲା। ଫଳରେ ଖେଳୁଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଝିଅ ପିଲା ଉପରେ ଗଛ ଭାଙ୍ଗି ପଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଝିଅ ଜଣକ ଆଦ୍ୟାଶା ନାଏକ(୮) ଓ ସେ ଗାଁ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ଏବଂ ଛତିଶ ନାଏକଙ୍କ ଝିଅ ବୋଲି ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁଳିଅଣା ପୁଲିସ ପହଞ୍ଚିଥିଲା ଏବଂ ଏଥିନେଇ କୁଳିଅଣା ଥାନାରେ ୨୯/୧୮ ନମ୍ବରର ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆଗାମୀ ଗୁରୁବାର ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ଏହି ଅଘଟଣ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ତାଜା ଖବର
- ଦକ୍ଷିଣାଞ୍ଚଳ ରାଜ୍ୱସ ଆୟୁକ୍ତ ଭାବେ ଯୋଗ ଦେଲେ ବିଜୟ ଅମୃତ କୁଲାଙ୍ଗେ।
- ବାଲେଶ୍ଵର ଜିଲ୍ଲାପାଳ ଙ୍କ ଅଚାନକ ସିମୁଳିଆ ବ୍ଲକ ପରିଦର୍ଶନ।
- ଯାଜପୁରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସଚେତନତା ସପ୍ତାହ ପାଳିତ, ସମସ୍ତ କର୍ମଚାରୀ ନେଲେ ସାଧୁତାର ଶପଥ
- ବିଞ୍ଝାରପୁର ବ୍ଲକର ହୋଟେଲରୁ ଜଣେ ଶିଶୁ ଶ୍ରମିକ ଉଦ୍ଧାର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପର ସମୀକ୍ଷା କଲେ ସଚିବ ଶ୍ରୀ ଗିରିଶ ଏସ୍.ଏନ୍.
- ଶୌଚ ପାଇଁ ଯାଇଥିବାବେଳେ ଵିଲରେ ଥିବା ଗାଡ଼ିଆରେ ପଡି ଯୁବକର ମୃତ୍ୟୁ , ଘଟଣା ତଦନ୍ତ ଘେରରେ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦାଦନ ଖଟିବାକୁ ଯାଇ ସମୁଦ୍ରରେ ବୁଡ଼ି ଯୁବକର ମୃତ୍ୟୁ, କମ୍ପାନୀ ମାଲିକ ଓ ସାଥୀ ଶ୍ରମିକଙ୍କ ମିଳିତ ଉଦ୍ୟମରେ ଫେରିଲା ଶବ
- ପେଟ ବ୍ୟଥା ହେବା ଯୋଗୁଁ ଝିଅ ର ମୃତ୍ୟୁ


