ବାରିପଦା, ୨୬/୭ (ସନ୍ଧାନ ନିୟୁଜ): ବାରିପଦାଠାରୁ ୧୨ କିଲୋମିଟର ଦୂର କୁଳିଅଣା ଥାନା ଇଲାକାର ସାନଜୁଣବଣୀ ଗ୍ରାମରେ ବୁଧବାର ସନ୍ଧ୍ୟା ସାଢେ ୫ଟା ସମୟରେ ଗ୍ରାମ ନିକଟ ଖେଳ ପଡିଆରେ ୮/୧୦ ଜଣ ପିଲା ଖେଳୁଥିଲା ବେଳେ ହଠାତ୍ ଏକ ରିଠା ଗଛ ମୂଳରୁ ଗଛ ଭାଙ୍ଗି ପଡିଥିଲା। ଫଳରେ ଖେଳୁଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଝିଅ ପିଲା ଉପରେ ଗଛ ଭାଙ୍ଗି ପଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଝିଅ ଜଣକ ଆଦ୍ୟାଶା ନାଏକ(୮) ଓ ସେ ଗାଁ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ଏବଂ ଛତିଶ ନାଏକଙ୍କ ଝିଅ ବୋଲି ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁଳିଅଣା ପୁଲିସ ପହଞ୍ଚିଥିଲା ଏବଂ ଏଥିନେଇ କୁଳିଅଣା ଥାନାରେ ୨୯/୧୮ ନମ୍ବରର ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆଗାମୀ ଗୁରୁବାର ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ଏହି ଅଘଟଣ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Related Posts
ଉଜ୍ଜ୍ବଳା ଓ ଚିଟଫଣ୍ଡ ପ୍ରସଙ୍ଗ ନେଇ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କୁ ଚ୍ୟାଲେଞ୍ଜ କଲେ ଧର୍ମେନ୍ଦ୍ର ପ୍ରଧାନ
ଦୃଦିନରେ ବିତୁଛି ୧୦୦ ରୁ ଉର୍ଦ୍ଧ ପରିବାର, ପକା ଘରତ ସାତ ସପନ ନିଜସ୍ୱ ପଟ୍ଟାରୁ ବଞ୍ଚିତ ବସ୍ତି ବାସିନ୍ଦା ପଲିଥିନ ତଳେ ବିତୁଛି ଜୀବନ,,,
ଯାଜପୁର ୱେବ୍ ମିଡିଆ ସଂଘ ପକ୍ଷରୁ ଅନୁଭବଙ୍କ ଗିରଫ ଦାବି, ଡିଜିଙ୍କ ଉଦେଶ୍ୟରେ ଦାବିପତ୍ର


