ବାରିପଦା, ୨୬/୭ (ସନ୍ଧାନ ନିୟୁଜ): ବାରିପଦାଠାରୁ ୧୨ କିଲୋମିଟର ଦୂର କୁଳିଅଣା ଥାନା ଇଲାକାର ସାନଜୁଣବଣୀ ଗ୍ରାମରେ ବୁଧବାର ସନ୍ଧ୍ୟା ସାଢେ ୫ଟା ସମୟରେ ଗ୍ରାମ ନିକଟ ଖେଳ ପଡିଆରେ ୮/୧୦ ଜଣ ପିଲା ଖେଳୁଥିଲା ବେଳେ ହଠାତ୍ ଏକ ରିଠା ଗଛ ମୂଳରୁ ଗଛ ଭାଙ୍ଗି ପଡିଥିଲା। ଫଳରେ ଖେଳୁଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଝିଅ ପିଲା ଉପରେ ଗଛ ଭାଙ୍ଗି ପଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଝିଅ ଜଣକ ଆଦ୍ୟାଶା ନାଏକ(୮) ଓ ସେ ଗାଁ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ଏବଂ ଛତିଶ ନାଏକଙ୍କ ଝିଅ ବୋଲି ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁଳିଅଣା ପୁଲିସ ପହଞ୍ଚିଥିଲା ଏବଂ ଏଥିନେଇ କୁଳିଅଣା ଥାନାରେ ୨୯/୧୮ ନମ୍ବରର ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆଗାମୀ ଗୁରୁବାର ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ଏହି ଅଘଟଣ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Related Posts
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଗୋଟିଏ ମାସର ଦରମା ଦାନ କଲେ ଶିକ୍ଷୟତ୍ରୀ
ଅସରାଏ ବର୍ଷା ରେ ରାସ୍ତା ର ଅବସ୍ଥା ଶୋଚନୀୟ
ଧର୍ମଶାଳା ଥାନା ଅଂଚଳ ଡାକୁଛି କ୍ରାଇମ କ୍ରାଇମ; ନିଘୋଡ ନିଦ୍ରାରେ ପୋଲିସ: ଗ୍ରାମ ଭିତରେ ପଶି ଯୁବ ବ୍ୟବସ୍ଥାୟୀଙ୍କ ଠାରୁ ଲାକ୍ଷାଧିକ ଟଙ୍କାର ସୁନା ଅନଳଙ୍କାର ଲୁଟୁ


