ବାରବାଟୀ ଦିନିକିଆ : ପୋରାନ ଓ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ, ଭାରତ ପାଇଁ ୩୧୬ରନର ବିଜୟ ଲକ୍ଷ୍ୟ

Spread the love

କଟକ, ୨୨/୧୨ (ସନ୍ଧାନ ନିଉଜ) : ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଚଳିତ ସିରିଜର ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିଚୋଲାସ ପୋରାନ ଓ ଅଧିନାୟକ କିରେଣ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ପାଇଁ ୩୧୬ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ନିଚୋଲାସ ପୋରାଣ ୬୪ ବଲ ଖେଳି ୮୯ ରନ କରିଛନ୍ତି। ଯେଉଁଥିରେ ତାଙ୍କାର ୩ ଟି ବିଶାଳ ଛକା ୧୦ ଟି ଚୌକା ସାମିଲ ରହିଛି। ସେହିଭଳି ୱେଷ୍ଟଇଣ୍ଡିଜ ଅଧିନାୟକ କିରେଣ ପୋଲାର୍ଡ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ସମୁଦାୟ ୫୦ଟି ବଲ ଖେଳି ୭୩ରନ କରି ନଟଆଉଟ ରହିଛନ୍ତି। ଯେଉଁଥିରେ ତାଙ୍କର ୭ ଟି ବିଶାଳ ଛକା ଓ ୩ ଟି ଚୌକା ରହିଛି।

Related Posts

About The Author

Add Comment