ଭଦ୍ରକ, (ସନ୍ଧାନ ନିଉଜ) ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଛୁରା ମାଡରେ ଜଣେ ସେବାୟତ ଗୁରୁତର । ଛୁରାମାଡ କରିଥିବା ସେବାୟତ ଥାନାରେ ଅଟକ ।ଗଦାଧର ପାଢୀ ଗୁରୁତର ଆହାତ ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରିକି ଗତ ୨୩ରେ ୩୩ ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ ଧୁଷୁରୀ ଥାନାରେ ଏତଲା କରାଯାଇଥିଲା । ବେଆଇନ ଭାବେ ଆଗନ୍ତୁକ ଭକ୍ତଙ୍କୁ ପାଦୁକ ଚନ୍ଦନ ଦେଇ ଜୋରଜବରଦସ୍ତ ଭେଟି ଆଦାୟ କରି ଆସୁଥିଲେ । ଏପରି ନକରିବାକୁ ଚଳିତମାସ ୧୦ ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯିବା ସହ ଲଟକା ଜାରି କରାଯାଇଥିଲା । ହେଲେ କିଛି ସେବାୟତ ଏହି ନିୟମକୁ ମାନି ନଥିଲେ । ଯାହାକୁ ନେଇ ଗଣ୍ଡଗୋଳ ହୋଇଛି।
ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଛୁରା ମାଡରେ ଜଣେ ସେବାୟତ ଗୁରୁତର
|
June 7, 2023 |
