ବଡ଼ଗାଁରେ_ମର୍ମନ୍ତୁଦ_ସଡ଼କ_ଦୁର୍ଘଟଣା, ପିକଅପ୍ ଧକ୍କାରେ ଅଲଟୋ ଚୁରମାର୍‌, ଜଣେ ମୃତ, ୨ ଆହତ

Spread the love

ସୁନ୍ଦରଗଡ଼ ତା:୯/୯/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳର ମହାବୀର ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଅଲଟୋ(ଓଆର ୧୪ଡବଲୁ ୮୦୦୨)କାରକୁ ପଛପଟୁ ଏକ ପିକଅପ୍ ଗାଡ଼ି ଜୋରଦାର ଧକ୍କା ଦେବାରୁ ଅଲଟୋ ଟି ଚୁରମାର୍‌ ହୋଇଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ କୁରେଇବଗା ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ପୃଷେଟ (୬୫)ଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଆଉ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ କୁଲାବିରା ଗ୍ରାମର ୫୫ ବର୍ଷୀୟ କୁବେର ଚନ୍ଦ୍ର ପୃଷେଟ ଏବଂ ବାରବ ଗ୍ରାମର ରୋମାଞ୍ଜ ସାହୁ ଥିବା ଜଣାପଡ଼ିଛି। ଦେମୁଲ ପୂଜା ପାଇଁ ଦୁଇ ଜ୍ୱାଇଁଙ୍କୁ ସାଙ୍ଗରେ ନେଇ କୁରେଇବଗା ଫେରୁଥିବା ବେଳେ ଗାଁରେ ପହଞ୍ଚିବା ପୂର୍ବରୁ ଘଟିଥିଲା ଏହି ଅଘଟଣ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆତଙ୍କ ଓ ଶୋକର ପରିବେଶ ସୃଷ୍ଟି ହୋଇଛି। ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଯାଇଛି ଗଭୀର ଶୋକର ଛାୟା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ସଡ଼କରେ ସାବଧାନ ରୁହନ୍ତୁ, ଗାଡ଼ି ଚଳାଇବା ବେଳେ ବେଗ ନିୟନ୍ତ୍ରଣ କରନ୍ତୁ। ଗୋଟିଏ ମୁହୂର୍ତ୍ତର ଅସାବଧାନତା ଗୋଟିଏ ପରିବାରକୁ ସାରା ଜୀବନ ପାଇଁ ଦୁଃଖ ଦେଇପାରେ ବୋଲି ପୋଲିସ ପକ୍ଷରୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment