ସୁନ୍ଦରଗଡ଼ ତା:୧୯-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ବନଡେଗା ପଞ୍ଚାୟତ ଅନ୍ତର୍ଗତ ମୁରକିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ବିନା ଅଧିବେଶନ କରି ବିଦ୍ୟାଳୟ ରେ ଥିବା ପୁରୁଣା ଇଟା ସହିତ ବିଦ୍ୟାଳୟ ର ଯାବତୀୟ ଜିନିଷ କୁ ସେଠାକାର ଶିକ୍ଷକ ଶ୍ରୀ ନେହେରୁଲାଲ ମିଞ୍ଜ ଘରକୁ ଆଣି ନିଜର ଘରେ ଲଗାଇଥିବା ବିଷୟ କୁ ନେଇ ଗ୍ରାମବାସି ଘୋର ବିରୋଧ କରିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଭାରତ ତଥା ରାଜ୍ୟ ସରକାର ଙ୍କ ତରଫରୁ ରାଜ୍ୟ ର ସମସ୍ତ ଛୋଟ ବଡ ବିଦ୍ୟାଳୟ କୁ ନୂତନ ଭାବରେ ମରାମତି, ନୂତନ ନିର୍ମାଣ କାମ କରାଇ ଥିବା ବେଳେ କେତେକ ପୁରୁଣା ଗୃହ, ପାଚେରୀ ଗୁଡିକୁ ଧସେଇ ନୂତନ ଭାବରେ ତିଆରି କରାଯାଇଛି l ପୁରୁଣା ପାଚେରୀ, ଗୃହ ଧସେଇଲା ବେଳେ କିଛି ପୁରୁଣା ଇଟା ସହିତ ଯାବତୀୟ ଜିନିଷ ବାହାରିଲା l ସେହି ପୁରୁଣା ଇଟା ସହିତ ଯାବତୀୟ ଜିନିଷ କୁ ବିଦ୍ୟାଳୟ ର ଏସ.ଏମ.ସି. କମିଟି କୁ ଡାକି ଅଧିବେଶନ କରି ଯାବତୀୟ ଜିନିଷ କୁ ନିଲାମ କରି ଉଚିତ ମୂଲ୍ୟ ଦେଇ ନେବା ଉଚିତ l କିନ୍ତୁ ଏଠାରେ କୌଣସି ଅଧିବେଶନ ନ କରି ଶିକ୍ଷକ ବିଦ୍ୟାଳୟ ର ଇଟା ସହିତ ଯାବତୀୟ ଜିନିଷ କୁ ଘର କୁ ନେଇଯାଇ ନିଜର ଘରେ ଲଗାଇଥିବା ଗ୍ରାମବାସି କହିଛନ୍ତି l ଏପରି ଶିକ୍ଷକ ବିଦ୍ୟାଳୟ ରେ ରହିଲେ ବିଦ୍ୟାଳୟ ର ଉନ୍ନତି ହେବା ଜାଗା ରେ ବିଦ୍ୟାଳୟ ର ଅବନତି ହେବାର ସମ୍ଭାବନା ବଢିବାରେ ଲାଗିଛି । ଏଥି ପ୍ରତି ବ୍ଲକ ଶିକ୍ଷା ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ମୁରକିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପୁରୁଣା ଇଟା ସହିତ ଯାବତୀୟ ଜିନିଷକୁ ଶିକ୍ଷକ ହଡପ କରିଥିବା ଅଭିଯୋଗ
|
July 19, 2026 |



