କପ୍ତିପଦା, 29/9 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା)- କପ୍ତିପଦା ଥାନା ଅନ ଜାମବଣୀ ଫଚାୟତ ବଡାମପଦା ଗ୍ରାମରେ ଘରପୋଡ଼ି ଅଭିଯୋଗରେ ସ୍ତ୍ରୀ ବାସନ୍ତୀ ବେହେରାର ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଖବରରୁ ପ୍ରକାଶ, ଉକ୍ତ ଗ୍ରାମର ମହେଶ୍ୱର ବେହେରା ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଥିଲେ । ଗତକାଲି ରାତ୍ରି ୧୧ଟା ସମୟରେ ଗୁହାଳରୁ ଗୋରୁଗାଈ ଛାଡ଼ିଦେଇ ନିଜ ଘରକୁ ନିଆଁ ଲଗାଇଦେଇଥିଲା । ଏଥିରେ ୩ବଖରା ଘର ଜଳିପୋଡ଼ି ପାଉଁଶ ହୋଇ ଯାଇଛି । ଖବରପାଇ କପ୍ତିପଦା ଦମକଳ ବାହିନୀ ଘଟଣାସ୍ଥଳରେ ଫହଚି ନିଆଁକୁ ଆୟତ କରିଥିଲେ ହେଁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଘର ଭିତରେ ଥିବା ଆସବାବପତ୍ର, ଧାନ, ଚାଉଳ, ଦରକାରୀ କାଗଜପତ୍ର ଓ ମଟରସାଇକେଲ ମଧ୍ୟ ଜଳିଯାଇଛି । କପ୍ତିପଦା ଥାନାର ଭାରପ୍ରାପ୍ତ ଅଧୁକାରୀ ସଂଜୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ପୁଲିବାହିନୀ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଅଭିଯୁକ୍ତ ମହେଶ୍ୱରକୁ ଗିରଫ କରିଛନ୍ତି । ରାଜନିରୀକ୍ଷକ ବିପନ୍ନ ପରିବାର ପାଖରେ ଫହଚି ପଲିଥିନ ଯୋଗାଇବା ସହିତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିଥିବାର କରିଛନ୍ତି । କପ୍ତିପଦା ବିଜୁ ଜନତା ଦଳର ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ୍ର ସାଏ କର୍ମୀମାନଙ୍କ ଗହଣରେ ଯାଇ ବିପନ୍ନ ପରିବାରକୁ ପଲିଥିନ୍ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ବାଡ଼ାମପଦାରେ ୩ ବଖରା, ଘରପୋଡ଼ି ଅଭିଯୋଗରେ ସ୍ବାମୀ ଗିରଫ
|
September 29, 2020 |
