ସୁନ୍ଦରଗଡ ତା:୨୫/୫/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଚାଷ କାମ ଯାହାର କେତେ ସୁଖ ତାହାର ।ଚାଷୀ ଚାଷ ସମୟ ଆସିଲେ ଆକାଶକୁ ଏନେଇ ରହିଥାଏ । ବିଗତ ଦୁଇଦିନ ଧରି ସନ୍ଧ୍ୟା ହେବା ସହିତ ଜୋରରେ ପବନ ବୋହିବା ଓ ବର୍ଷା ହେବା ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଚାଷୀର ଚାଷ ଜମିରେ କିଛି ମାତ୍ରାରେ ପାଣି ବର୍ଷାରେ ଜମିବା ଦ୍ୱାରା ଅଂଚଳ ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଥିବା ଦେଖିବାକୁ ମିଳିଛି । ଏହି ବର୍ଷା ଫଲରେ ଚାଷୀ ତାର ଚାଷ ଜମି ହଲ କରି ତାକୁ ଚାଷ ଉପଯୋଗୀ କରିଥାଏ । ମୌସୁମୀ ଆସିବା ଆଗରୁ ବର୍ଷା ଆସିବା ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
ବର୍ଷାର ଆଗମନ,ଚାଷୀ ମନରେ ଖୁସିର ଲହରୀ
|
May 25, 2025 |
