ବନ୍ଦ ହୋଇପାରେ ମନରେଗା ଯୋଜନା

Spread the love

ନୂଆଦିଲ୍ଲୀ,୧୮/୭ (ସନ୍ଧାନ ନିୟୁଜ ) କେନ୍ଦ୍ର ସରକାର ଆଉ ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନଆର୍‌ଇଜିଏ)କୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ଚାହୁଁଛନ୍ତି। ଏହି ଯୋଜନା ଗରିବଙ୍କ ଲାଗି ଉଦ୍ଦିଷ୍ଟ। ମୋଦି ସରକାର ଦେଶରୁ ଗରିବଙ୍କ ସଂଖ୍ୟା କମାଇବାକୁ ବଦ୍ଧପରିକର। ଏଣୁ ଏହି ଯୋଜନାକୁ ବନ୍ଦ କରିଦେବାକୁ ଚାହୁଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ବୁଧବାର କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ତୋମର ବୁଧବାର କୃଷି ତଥା ଗ୍ରାମୀଣ ବିକାଶ ଲାଗି ବଜେଟରେ ମିଳୁଥିବା ଅନୁଦାନ ସଂକ୍ରାନ୍ତରେ ପାର୍ଲାମେଣ୍ଟରେ ହେଉଥିବା ଆଲୋଚନାର ଉତ୍ତର ଦେଇଛନ୍ତି। ଏନ୍‌ପିଏକୁ ନେଇ ବଡ଼ କର୍ପୋରେଟଗୁଡ଼ିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଶିଖନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ କେନ୍ଦ୍ର ସରକାର ବଜେଟରେ ସେପରି ଅର୍ଥ ବୃଦ୍ଧି କରିନାହାନ୍ତି ବୋଲି ବିରୋଧୀ ଦଳଗୁଡ଼ିକର ଅଭିଯୋଗର ଉତ୍ତର ଦେଇ ତୋମର କହିଛନ୍ତି ଯେ, ଏହି ଯୋଜନାରେ ୨୦୧୮-୧୯ରେ ମିଳିଥିବା ଅର୍ଥଠାରୁ ଚଳିତ ଆର୍ଥିକ ବର୍ଷରେ ଅଧିକ ୫ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ସରକାର ବଜେଟରେ ଉକ୍ତ ଯୋଜନା ପାଇଁ ୬୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି ତୋମର କହିଛନ୍ତି ଯେ, ସରକାର ଏବେ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାକୁ ଅଧିକ ଶ୍ରମିକ ସହାୟକ କରିଛନ୍ତି। ବର୍ତ୍ତମାନ ୯୯ ପ୍ରତିଶତ ଶ୍ରମିକଙ୍କ ଦୈନିକ ମଜୁରୀକୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି। ଏବେ ଏହି ଯୋଜନାରେ କେହି ମଧ୍ୟସ୍ଥ ନାହାନ୍ତି ଓ ଏଥିରେ ବାଟମାରଣା ହେଉ ନାହିଁ। ଗରିବଙ୍କ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ଉଦ୍ଦିଷ୍ଟ ଥିବାରୁ ସରକାର ଏହାକୁ ଚିରଦିନ ପାଇଁ ଚଳାଇବାକୁ ଅନାଗ୍ରହି। ସରକାର ଦାରିଦ୍ର୍ୟ ଦୂରୀକରଣ ପାଇଁ କାର୍ଯ୍ୟରତ ଥିବାରୁ ଏହି ଯୋଜନା ଚଳାଇବାକୁ ଚାହୁଁନାହାନ୍ତି। ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବଡ଼ ଭୂମିକା ଥିବାରୁ ସରକାର ସେମାନଙ୍କୁ ୨ ଲକ୍ଷ କୋଟି ଟଙ୍କା ଋଣ ଦେଇଛନ୍ତି। ସେମାନେ ମଧ୍ୟ ଠିକ୍‌ ସମୟରେ ଋଣ ପରିଶୋଧ କରୁଛନ୍ତି। ଏବେ ସେମାନଙ୍କ ଏନ୍‌ପିଏ ମାତ୍ର ୨.୭% ରହିଛି।

Related Posts

About The Author

Add Comment