ବଡଚଣା, ୫/୭(ସନ୍ଧାନ ନିୟୁଜ/ମାନସ ରାଉତ) ବଡଚଣା ନିର୍ବାଚନ ମଣ୍ଡଳୀରେ ଗତକିଛିଦିନ ହେବ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ୧୩ଜଣିଆ ସମ୍ମନୟ କିମିଟି ଗଠନ କରି ପ୍ରତି ଜୋନରେ ବୈଠକମାନ କରାଯାଉଛି । ଗୁରୁବାରଦିନ ବଡଚଣାସ୍ଥିତ ନାହାକାଣୀପୀଠଠାରେ ୧୭ନମ୍ବର ଜିଲ୍ଲା ପରିଷଦ ଜୋନ ବୈଠକ ବ୍ଳକ ସଭାପତି ଫକୀର ମୋହନ ବଳଙ୍କ ସଭାପତି୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ସିତାକାନ୍ତ ମହାପାତ୍ର, ପିସିସି ସାଧରଣ ସମପାଦକ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ଓବିସି ସଭାପତି ସଂଜୟ ରାୟ, ଅଜୟ ସାମଲ, ରତିକାନ୍ତ ପ୍ରଧାନ, ନିଳକଣ୍ଠ ମିଶ୍ର, ବିଶ୍ୱପ୍ରକାଶ ସମାଲ, ଯୋଗେନ୍ଦ୍ର ନାୟକ, ସୁରେଶ ଚନ୍ଦ୍ର ସାହାଣୀ, ରମଣୀବାଳା ବ୍ରହ୍ମ, ସୁରେଖା ମଲିକ, ଚର୍ଚ୍ଚିତ ମହାଲା, ପ୍ରଦୀପ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ସାଂଗଠନକୁ ସଦୃଢ କରିବା ପାଇଁ ଆଲୋଚନା କରିଥିଲେ । ଏହି ଅବସରରେ କିଛିଦିନପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଚଣ୍ଡିତଳ ପାଂଚୟତର କର୍ମୀ ରଘୁ ସାମଲ ଓ ବଡଚଣା ପଂଚାୟତର ପ୍ରତାପ ପ୍ରଧାନ ପୁଣି କଂଗ୍ରେସ ମିଶିଛନ୍ତି । ଅଗାମୀଦିନରେ କଂଗ୍ରେସ ଦଳକୁ ସୃଦୁଢ଼ କରିବା ପାଇଁ ଦଳଛାଡି ଯାଇଥିବା ସମସ୍ତ କର୍ମୀଙ୍କୁ ଦଳକୁ ପ୍ରତ୍ତ୍ୟବର୍ତ୍ତନ କରିବା ପାଇଁ ସମସ୍ତ ପ୍ରକାଶ ପ୍ରାୟାସ ଜାରି ରହିବା ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।
ବଡଚଣା କଂଗ୍ରେସର ସାଂଗଠନିକ ବୈଠକ, ବିଜେଡିରେ ମିଶିଥିବା କର୍ମୀ ହେଉଛନ୍ତି ଘରବାହୁଡା
|
July 5, 2018 |