ଫିଟିଙ୍ଗ ପଡା ଠାରେ ଏକ ପୋଲ ଅନେକ ସମୟରୁ ଧସି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି

Spread the love

ସୁନ୍ଦରଗଡ ତା: ୫/୩/୨୦୨୪( ସନ୍ଧାନ ନିଉଜ/ଦୁର୍ଯ୍ୟୋଧନ ଗରଡ଼ିଆ) ରାଜ୍ୟ ସରକାର ପ୍ରତ୍ୟେକ ରାସ୍ତାର ସଶକ୍ତିକରଣ କରୁଥିବା ବେଳେ ବାଲିଶଙ୍କରା ବ୍ଲକ ବନଡେଗା ଗ୍ରାମ ପଂଚାୟତ ର ଫିଟିଙ୍ଗ ପଡା ଠାରେ ଏକ ପୋଲ ଅନେକ ସମୟରୁ ଧସି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । l ଏହି ରାସ୍ତା ଦେଇ ଅସଂଖ୍ୟ ଗାଡି ଓ ଜନ ସାଧାରଣ ଯିବା ଆସିବା ସହ ଗୋରୁ ଛେଳି ମାନଙ୍କୁ ମଧ୍ୟ ଏହି ରାସ୍ତା ଦେଇ ନିଆ ଅଣା କରାଯାଏ l ଏଣୁ ଏହି ରାସ୍ତା ଟି ଅନେକ ସମୟରୁ ଖରାପ ଅବସ୍ଥାରେ ପଡିରହିଛି ।ଅଂଚଳର ମୁଖ୍ୟ ରାସ୍ତା ହେବା କାରଣରୁ ଅନେକ ସମୟରେ ଜନ ସାଧାରଣ ସହିତ ଗୃହଆଳିତ ପଶୁ ଦୁର୍ଘଟଣା ଗ୍ରସ୍ଥ ଦେଉଥିବାର ଦୃଶ୍ୟ ଦେଖୁବାକୁ ମିଳିଛି । ଏଭଳି ଅବସ୍ଥା କୁ ପ୍ରଶାସନ ର ଦୃଷ୍ଟି ପଡ଼ୁ ନ ଥିବା ସହିତ ରାସ୍ତାର ମରାମତିକୁ ଜାଣିଶୁଣି କରୁ ନଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି l ଯେତେ ଶୀଘ୍ର ହୋଇପାରିବ ଏ ପୋଲ ଟି ତିଆରି ହେବା ସହିତ ରାସ୍ତା ମରାମତି ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Related Posts

About The Author

Add Comment