ଜେନାପୁର ୧୨।୪– (ସନ୍ଧାନ ନ୍ୟୁଜ୍) ଧର୍ମଶାଳା ଶିକ୍ଷା ମଣ୍ଡଳ ଅନ୍ତର୍ଗତ କଲାଣ୍ଡ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଗତକାଲି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ତାଳଜଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସୁରେଶ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଧର୍ମଶାଳା ଶିକ୍ଷା ମଣ୍ଡଳାଧାଶ ଶ୍ରୀଯୁକ୍ତ ଅଭୟ କୁମାର ବେହେରା ମୁଖ୍ୟ ଅତିଥି ଓ ପଞ୍ଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମଲ୍ଲ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମଲ୍ଲ, ଶିକ୍ଷକ ନେତା ଅକ୍ଷୟ କୁମାର ମଲ୍ଲ, ପୂର୍ବତନ ସିଆରସି ବିଷ୍ଣୁ ଚରଣ ମଲ୍ଲ, ପ୍ରକାଶ କୁମାର ନାୟକ, ଲଛମନ ବାରିକ, ଗୋକୁଳ ଚନ୍ଦ୍ର ରାୟ ଓ ଗିରିଧାରୀ ସାହୁ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ। ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଜୀଵନ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବକ୍ତାମାନେ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ରାଉତଙ୍କ ଛାତ୍ରଵତ୍ସଳତା ,ଚାରିତ୍ରିକ ଦୃଢ଼ତା,ସ୍ପଷ୍ଟଵାଦୀତା, ଉନ୍ନତ ଶିକ୍ଷାଦାନ, ବିଦ୍ୟାଳୟ ପରିଚାଳନା, ସାଙ୍ଗଠନିକ ଦକ୍ଷତା ଆଦି ବହୁମୁଖୀ ପ୍ରତିଭା ଓ ଗୁଣାଵଳୀର ଆଲୋଚନା କରିଥିଲେ। ସଭା ଶେଷଭାଗରେ ବିଦାୟୀ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର, ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଚାଳନା କମିଟିର ସଭାପତି ଅଜୟ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ସୁଶାନ୍ତି ସାହୁ, ଝୁନୁଲତା଼ ମହାକୁଡ଼, ଚନ୍ଦ୍ରାବତୀ ଵାରିକ,ଅଟଳ ବିହାରି ପରିଡା , ରାଜକୁମାର ରାଉତ , ସନ୍ତୋଷ କୁମାର ସାହୁ, ଡମ୍ବରୁଧର ସାହୁ, ରାକେଶ କୁମାର ସାହୁ, ପରିଚାଳନା କମିଟିର ସଭ୍ୟସଭ୍ୟା, ପୁରାତନ ଛାତ୍ର ଛାତ୍ରୀ ଏବଂ କଲାଣ୍ଡ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା
|
April 12, 2025 |



