ବାରିପଦା, 30/10 (ସନ୍ଧାନ ନ୍ୟୁଜ୍) ;- ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ(ଏନଓୟୁ)ର +୩ ସେମିଷ୍ଟର ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି । ଏନଓୟୁ ଅଧୀନରେ ଥିବା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୪ ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ୧୨୭୪୭ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୮୯୦୫କୃତକାର୍ଯ୍ୟ ହୋଇଥିବା ବଳେ ୨୭୩୪ ଛାତ୍ର ଛାତ୍ରୀ ଫେଲ ହୋଇଥିବା ସୂଚନା ମିଳିଛି । ଏହି ପରୀକ୍ଷାରେ କଳାରେ ପାସହାର ଶତକଡା ୭୯.୪୩% ଥିବା ବଳେ ବିଜ୍ଞାନରେ ଶତକଡା ୭୦.୪୧% ଏବଂ ବାଣିଜ୍ୟରେ ଶତକଡା ୭୧ ୩୦ % ହୋଇଥିବା ସୂଚନା ମିଳିଛି । କଳା ବିଭାଗ ରେ ବେତନଟୀ ମହାବିଦ୍ୟାଳୟର ମନସ୍ତତ୍ତ୍ବ ସମ୍ମାନର ଛାତ୍ରୀ କ୍ରିତିକା ଖଣ୍ଡେଲୱାଲ ୧୩୧୪ ନମ୍ବର ରଖ୍ ପ୍ରଥମ ସ୍ଥାନ ଅଧୁକାର କରିଛନ୍ତି । ବିଜ୍ଞାନ ବିଭାଗରେ ୧୨୮୨ ନମ୍ବର ରଖ୍ ଉଦଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସମ୍ମାନର ଛାତ୍ର ରଶ୍ମୀରଞ୍ଜନ ବାରିକ ଏବଂ ବାଣିଜ୍ୟ ବିଭାଗରେ କେନ୍ଦୁଝର ଡିଗ୍ରୀ କମର୍ସ ମହାବିଦ୍ୟାଳୟର ଛାତ୍ରୀ କବିତା ପଲେଇ ୧୨୭୭ ନମ୍ବର ରଖ୍ ପ୍ରଥମ ସ୍ଥାନ ହାସଲ କରିଛି । ଶ୍ରେଷ୍ଠ ସ୍ନାତ୍ତକ ଭାବେ ସର୍ବାଧୂକ ନମ୍ବର ରଖୁଥିବା ବେତନଟୀ ମହାବିଦ୍ୟାଳୟର ଛାତ୍ରୀ କ୍ରୀତିକା ଖଣ୍ଡେଲୱାଲ୍ ବିବେଚିତ ହୋଇଛନ୍ତି । ଛାତ୍ରଛାତ୍ରୀ ମାନେ ସେମାନଙ୍କର ପରୀକ୍ଷାଫଳ ଶୁକ୍ରବାର ଦିନ ୩ ଟା ଠାରୁ WWW.orissaresult. . ।nic.in ରେ ପାଇ ପାରିବେ ।
ପ୍ରକାଶ ପାଇଲା ଏନ୍ଓୟୁ +୩ ସେମିଷ୍ଟର ପରୀକ୍ଷାଫଳ
|
October 30, 2020 |
