ପୋଲିସ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଚାଷୀ ଏସପି ଙ୍କୁ ନ୍ୟାୟ ପାଇଁ ଦାବି

Spread the love

ସୁନ୍ଦରଗଡ ତା:୧୮/୫/୨୦୨୫( ସନ୍ଧାନ ନ୍ୟୁଜ/ବାଲିସଙ୍କରା) ମିଥ୍ୟା ଅଭିଯୋଗରେ ପୋଲିସ ବାଲିସଙ୍କରା ବ୍ଲକ ଶଙ୍କରାବାହାଲ ଏକ ପରିବାର କୁ ଗିରଫ କରି କୋର୍ଟ ଚାଲାଣ କରିବା ନେଇ ପରିବାର ଜିଲ୍ଲା ଏସପି ଙ୍କୁ ନ୍ୟାୟ ଭିକ୍ଷା କରିଥିଲେ । ବିଗତ ଶନିବାର ଦିନ ଶଙ୍କରାବାହାଲ ଗ୍ରାମର ତିନି ପରିବାର ହେମଗିରି ଥାନା ଅନ୍ତର୍ଗତ କନିକା ଗ୍ରାମରୁ ତିନି ପରିବାର ଚାଷ ପାଇଁ ପିକଅପ ଯୋଗେ ବଲଦ କିଣି ଆଣୁଥିବା ବେଳେ ଟାଙ୍ଗର ବାହାଲ ଗ୍ରାମର କିଛି ଲୋକ ଗୋରୁ ଚାଲାଣ କୁ କେନ୍ଦ୍ରକରି ପିକଅପ୍ ଅଟକ ରଖି ମାଡ ମାରିବା ସହ ଟଙ୍କା ମାଗିବାର ଅଭିଯୋଗ ଆସିଥିଲା । ଟଙ୍କା ନ ଦେଲେ ଛଡ଼ା ଯିବା ସହିତ ଧମକ ଚମକ୍ ଦେବା କିଣି ଆଣୁଥିବା ସୁଖ ସାଏ ଓ କୈଳାସ ତନ୍ତୀ ପକ୍ଷ ରୁ ଜଣାପଡିଥିଲା । ସୁଖ ସାଏ ହେମଗିରି ପୋଲିସ କୁ ଅବଗତ କଲାପରେ ପୋଲିସ ଘଟଣା ସ୍ଥଲରୁ ଉଦ୍ଧାର କରିବା ପରେ ପ୍ରକୃତ ତର୍ଜମା ନ କରି କୋର୍ଟ ଚାଲାଣ କରିଥିଲେ । ଖବର ପାଇ ଉଭୟଙ୍କ ପରିବାର ବର୍ଗ ଥାନାକୁ ଯାଇ ଘଟଣା ସମ୍ପର୍କରେ ଅବଗତ କଲାପରେ ମଧ୍ୟ ପୋଲିସ ପ୍ରଶାସନ ନ ଶୁଣିବାରୁ ଗତ ବୁଧବାର ଉକ୍ତ ପରିବାର ନ୍ୟାୟ ପାଇଁ ସୁନ୍ଦରଗଡ ଏସପି ସାକ୍ଷାତ କରି ନ୍ୟାୟ ଦାବି କରିଛନ୍ତି ।

Related Posts

About The Author

Add Comment