ଗୋଟିଏ ନଳକୂପ ସାହାରାରେ ୨୦ ପରିବାର,ନଳକୂପରୁ ଦିନକରେ ଦୁଇ ବାଲଟି ପାଣି

Spread the love

ସୁନ୍ଦରଗଡ ତା:୮/୬/୨୦୨୬(ସନ୍ଧାନ ନ୍ୟୁଜ/ ବ୍ୟୁରୋ) ସଡ଼କ ଏବଂ ପାନୀୟ ଜଳ ଏହା ହେଉଛି ଜଣେ ସାଧାରଣ ନାଗରିକର ମୌଳିକ ଅଧିକାର। କିନ୍ତୁ ଆଜିର ଏହି ଆଧୁନିକ ଯୁଗରେ ବି ବୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଅନେକ ଗ୍ରାମର ଲୋକେ। ଗ୍ରାମରେ ଦେଖାଦେଇଛି ଉଗ୍ର ଜଳସଙ୍କଟ। ଗାଁ ରେ ଅଛି କେବଳ ଗୋଟିଏ ନଳକୂପ ସେଥିରୁ ଦିନକରେବ
ଜ ଥାଏ ତା ବାହାରୁଚି ଦୁଇ ବାଲଟି ପାଣି । ହଁ ଦର୍ଶକ ବନ୍ଧୁ ବାଲି ସଙ୍କରା ବ୍ଲକ ଅନ୍ତର୍ଗତ ଦେଓଭୁବନ୍ପୂର୍ ପଞ୍ଚାୟତ ରଷ୍ଟି ମୁଣ୍ଡାପଡ଼ା ରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଞ୍ଚଳ ର ମାଆମାନେ ପାଣି ଆଣିବାକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପାଣି ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଗ୍ରାମବାସୀ ବାରମ୍ବାର ଗୁହାରି କରିବା ପରେ ବି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ଏହି ଅଞ୍ଚଳ ର ୨୦ ପରିବାର ପାଣି ସଙ୍କଟର ଶିକାର ହୋଇଥାନ୍ତି । ବାରମ୍ବାର ପଞ୍ଚାୟତ ସହିତ ବ୍ଲକ ପ୍ରଶାସନ ର ଦୃଷ୍ଟି ଗୋଚର ହୋଇଥିଲେ ମଧ୍ୟ ତାର ସମାଧାନ ନ ହେବା ଏକ ବଡ ପ୍ରଶ୍ନ? ପ୍ରତିବର୍ଷ ନଳକୂପ ନୂତନ ସହିତ ମରାମତି ପାଇଁ ବ୍ୟୟ ବରାଟ କରାଯାଉଥିବା ବେଳେ ଆର.ଡବ୍ଲୁ.ଏସ.ଏସ ବିଭାଗୀୟ ଅଧିକାରୀ ତାଙ୍କ କାର୍ଯ୍ୟ ତୁଲାଇ ନ ଥିବା ଅଭିଯୋଗ ହେଉଛି ।ସରକାର ସ୍ୱାସ୍ଥ୍ୟ, ଶିକ୍ଷା,ପାନୀୟ ଜଳ ସହିତ ଗମନାଗମନ ର ଉନ୍ନତିକରଣର ଡିଡିମ୍ୱ ପିଟୁଥିବା ବେଳେ ରଷ୍ଟି ଗ୍ରାମର ମୁଣ୍ଡାପଡ଼ା ସରକାର ଯୋଜନାର ବାହାରେ ବୋଲି ମନେ ହୁଏ।ଦେଖିବାକୁ ବାକି ରହିଲା ଏହି ୨୦ ପରିବାର ଜୀବନ ବଞ୍ଚାଇବା କୁ ସରକାର କେବେ ତତ୍ପରତା ଦେଖାଉଛନ୍ତି ।

Related Posts

About The Author

Add Comment