ପୁହୁର ନିଖୋଜ ଘଟଣାକୁ ନେଇ ରାଜ୍ୟପାଳଙ୍କୁ ଦୁଃଖ ଜଣାଇଲେ

Spread the love

ଯାଜପୁର ସଦର, ୦୯ା୦୨: ଯାଜପୁର ଜିଲ୍ଲାରେ ପିହୁର ନିଖୋଜ ଘଟଣା ବହୁ ଚର୍ଚ୍ଚିତ ହୋଇ ଲାଗି ରହିଥିବା ବେଳେ, ଏନେଇ ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ପିହୁର ମା ମୋନାଲିସା ନାୟକ ତାଙ୍କ ଝୀଅ ପିହୁର ନିଖୋଜ ହେବା ଘଟଣାକୁ ନେଇ ଦାବିପତ୍ର ଦେଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ପିହୁ ଦାଣ୍ଡ ଦୁଆରରେ ଖେଳୁଥିବା ବେଳେ, ଗତ ୦୯/୦୮/୨୦୨୦ ରିଖରୁ ପିହୁ କେଉଁ ଆଡ଼େ ନିଖୋଜ ହୋଇଯାଇଚି । ଏନେଇ ପିହୁର ମା ମୋନାଲିସା ନାୟକ ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ଚିଠି ଲେଖିଛନ୍ତି । ପିହୁର ପରିବାର ପକ୍ଷରୁ ବିଞ୍ଝାରପୁର ଥାନାରେ ପିହୁର ନିଖୋଜ ହେବା ଘଟଣା ଏତଲା କରାଯାଇଥିବା ବେଳେ, ବିଞ୍ଝାରପୁର ପୋଲିସ ୫ଦିନପରେ ଏକ ମାମଲା ରୁଜୁ କରି ୨୨୮/୨୦୨୦ ରେ ମାମଲାର ରୁଜୁ କରିଥିଲେ । ବିଞ୍ଜାରପୁର ପୋଲିସ ୪ମାସ ଧରି ପିହୁକୁ ଖୋଜୁଥିବା ବେଳେ, ପିହୁର କୌଣସି ସନ୍ଧାନ ମିଳିନଥିଲା । ଏହି ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରାଯିବା ପରେ ଯାଜପୁର ଏସପି ବିଞ୍ଝାରପୁର ଅନ୍ତର୍ଗତ ମଧୁସୁଦନପୁର ଗ୍ରାମରେ ପହଁଞ୍ôଚ ତଦନ୍ତ କରି ଫେରିଯାଇଥିଲେ । ପିହୁଙ୍କ ମା ମୋନାଲିସା ନାୟକ ମହିଳା ଶିଶୁବିକାଶ ଠାରୁ ଆରମ୍ଭ କରି କ୍ରାଇମବ୍ରାଞ୍ଚର ଉଚ୍ଚ ପଦସ୍ତ ଅଧିକାରୀଙ୍କ ମାନବାଧିକାର ସୁରକ୍ଷା କମିଶନ ନୂଆଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ନ୍ୟାୟ ନପାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ବେଳେ, ପିହୁର କୌଣସି ସନ୍ଧାନ ନମିଳିବା ଘଟଣାକୁ ନେଇ ପିହୁର ମା ଗତକାଲି ଗୁରବାର ଜିଲ୍ଲା ପ୍ରଶାସନଙ୍କ ମାଧ୍ୟମରେ ରାଜ୍ୟପାଳ ରଘୁବର ଦାସଙ୍କୁ ଅବଗତ କରାଇବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି ।

Related Posts

About The Author

Add Comment