ସୁନ୍ଦରଗଡ ତା:୧୧/୧୧/୨୦୨୪(ସନ୍ଧାନ ନ୍ୟୁଜ୍/ ରାଜୁ ପଟେଲ) ବିଭିନ୍ନ କଳକାରଖାନା ରୁ ବାହାରୁଥିବା ବର୍ଜ୍ୟବସ୍ତୁ(ଆସ) ସୁନ୍ଦରଗଡର ପ୍ରତ୍ୟେକ ଅଞ୍ଚଳକୁ ପ୍ରଭାବିତ କରିସାରିଲାଣି । ଏହା ଝାରସୁଗୁଡ଼ା ତଥା ସୁନ୍ଦରଗଡ ବିଭିନ୍ନ କଲକାରଖାନା ରୁ ବାହାରି ସମଗ୍ର ସୁନ୍ଦରଗଡର ସୁନ୍ଦରତା କୁ ଭଙ୍ଗ କରିବା ସହିତ ଅନେକାଂଶରେ ଜନ ଜୀବନକୁ ହାନି ଘଟାଇବାର ଲାଗିଛି । ବିଶେଷ କରି ଆସ ମନୁଷ୍ୟ ଜୀବନ ପ୍ରତି କେତେ ବିପଦ ଜିଲ୍ଲା ପ୍ରଶାସନ ଜାଣି ମଧ୍ୟ ଆଖି ବନ୍ଦ କରି ରହିଥିବା ଦେଖିବାକୁ ମିଳିଛି ।ଜିଲ୍ଲାର ମୁଖ୍ୟ ଯାତ୍ରା ପଡ଼ିଆରେ ପୂର୍ଣ୍ଣ ଭାବରେ ଆସ ପକାଇଦେଇଥିବା ଦେଖିବାକୁ ମିଳିଛି ।ଯୋଉ ସ୍ଥାନ ପିଲାମାନଙ୍କର ଖେଳ ଓଡ଼ିଆ ଭାବେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କରାଯାଏ ସେହି ସ୍ଥାନରେ ପାଉଁଶ (ଆସ) ପକାଇବା ଦ୍ଵାରା ତାହା ରାଜ୍ୟ ତଥା ଜିଲ୍ଲାର ଭବିଷ୍ୟତ କୁ ଅନ୍ଧାରରେ ପ୍ରଶାସନ ପକାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ପାଉଁଶ (ଆସ)କେତେ ଛାତ୍ରଛାତ୍ରୀ ଙ୍କ ଶରୀର ପାଇଁ କେତେ କ୍ଷତି କାରକ ତାହା ଜିଲ୍ଲା କର୍ତୃପକ୍ଷ ଙ୍କ ଅବଗତରେ ଥିବା ଏକ ପ୍ରଶ୍ନବାଚି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଏହା ସହିତ ଜିଲ୍ଲା ପ୍ରତ୍ୟେକ ଅଞ୍ଚଳରେ ପକାଜାଉଥିବା ବେଳେ ଜିଲ୍ଲା ପ୍ରଶାସନ ସହିତ ପ୍ରତ୍ୟେକ ଅଞ୍ଚଳର ବ୍ଲକ୍ ଅଧିକାରୀ ସହିତ ତହସିଲଦାର, ରାଜସ୍ବ ଅଧିକାରୀ ଓ ଆରକ୍ଷୀ ଅଧିକାରୀ ମଧ୍ୟ ଚୁପ୍ ରହିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ପାଉଁଶ(ଆସ) ମାଫିଆ ଏତେ ସକ୍ରିୟ ଯେ ଜିଲ୍ଲାର ମୁଖ୍ୟ ପଡ଼ିଆରେ ତାଙ୍କ ଅକ୍ତିଆର ସ୍ଥଲ ହେଉଥିବା ବେଳେ ଗ୍ରାମାଞ୍ଚଳ କଥା କିଏ ପଚାରେ । ଏ ସବୁ ଘଟୁଥିବାବେଳେ ପ୍ରଦୂଷଣ ବିଭାଗ କେତେ ସଜାଗ ତାହା ଓ ଜୀବନର ମୂଲ୍ୟ କଣ ତାହା ବାରିହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ଜିଲ୍ଲା ପୌରପାଳିକାର ଅପାରଗତା ପାଇଁ ପ୍ରତ୍ୟେକ ଛାତ୍ର ପାଉଁଶ ଖାଇ ଘରକୁ ଫେରୁଥିବା ବାରମ୍ବାର ଅଭିଯୋଗ ଆସୁଥିବା ଜଣାପଡିଛି । ଦେଖିବାକୁ ବାକି ରହିଲା ପ୍ରଶାସନ ଆଉ କେତେଦିନ ଭିତରେ ତାର ଉଚିତ୍ ପଦକ୍ଷେପ ନେବ ।
ପାଉଁଶ ବଢ଼ାଉଛି ସୁନ୍ଦରଗଡର ସୁନ୍ଦରତା, ଛାତ୍ର ଛାତ୍ରୀଙ୍କ ଜୀବନ ସଙ୍କଟରେ
|
November 12, 2024 |