ସୁନ୍ଦରଗଡ ତା:୨୦/୧୨୦୨୪( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସବଡେଗା ନେତାଜୀ କ୍ଲବ୍ ପ୍ରାଙ୍ଗଣରେ ପାଉଁଶ କୁ କେନ୍ଦ୍ର କରି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସୁନ୍ଦରଗଡ ଜିଲ୍ଲା କରମଡିହି, ସବଡେଗା, ବାଲିସଙ୍କରା, ତଳସରା, ଗ୍ରାମବାସୀ ଆମ ଅଞ୍ଚଳରେ ଥିବା ରାଜ୍ୟ ରାଜ୍ୟରାଜପଥ ୨୪ ରେ ପ୍ରତିଦିନ ବେଆଇନ ଭାବେ ପ୍ରତିଦିନ ବିଭିନ୍ନ କଲ କାରଖାନାରୁ ପାଉଁଶ ଗୁଣ୍ଡ ଟ୍ରକ୍ ଟ୍ରଲର ମାଧ୍ୟମରେ ପରିବହନ ହେବା ସହିତ ତାର କ୍ଷମତା ବାହାରେ ନେଉଥିବା ଦେଖିବାକୁ ମିଳୁଛି।ଏହା ଦ୍ଵାରା ଅଞ୍ଚଳରେ ପରିବେଶ ପ୍ରଦୂଷଣ ହେବା ସହିତ ବିଶେଷ କ୍ଷେତ୍ରରେ ପାଠପଢା ବିଦ୍ୟାର୍ଥୀଙ୍କ ପାଇଁ ଅନେକାଂଶରେ କ୍ଷତି କରୁଥିବାର ଜନ ମହଲରେ ପ୍ରକାଶ ପାଉଥିବା ଜଣାପଡିଛି ।ଏହା ଆଗାମୀ ଭବିଷ୍ୟତ କୁ କ୍ଷତିଗ୍ରସ୍ତ କରିବା ସହିତ ବାତାବରଣକୁ ଦୂଷିତ କରୁଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବଢ଼ାଇବାରେ ଲାଗିଛି । ପ୍ରଶାସନ କୁ ଏ ଦିଗରେ ତାଗିତ କରିବା ସହିତ ଉଚିତ୍ ସମୟରେ ତାର ପ୍ରତିକାର ନ କରାଗଲେ ଆଗାମୀ ଦିନରେ ଅଞ୍ଚଳ ବାସୀଙ୍କ ତରଫରୁ ବ୍ୟାପକ କାର୍ଯ୍ୟାନିଷ୍ଠାନଗ୍ରହଣ କରାଯିବାର ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ କୁ ନିୟମିତ ସମୟ ବ୍ୟବଧାନରେ ଜଣାଇଥିଲେ ମଧ୍ୟ ଲୋକଙ୍କ ଜୀବନକୁ କେତେକାଂଶରେ ଗୁରୁତ୍ଵ ଦେବା ସହିତ ତାର ପଦକ୍ଷେପ ନେବେ ତାକୁ ଦେଖିବାର ବାକି ରହିଲା।
ପାଉଁଶ ପରିବହନ କୁ କେନ୍ଦ୍ର କରି ଜନ ବିକ୍ଷୋଭ
|
October 21, 2024 |