ଅଞ୍ଜଳି ମିଶ୍ରଙ୍କୁ ମାଟିରଗୌରବ,ମହେଶ୍ଵର ମହାନ୍ତଙ୍କୁ ମାଟିର ମହକ,ସ୍ନିଗ୍ଧା ଜି ମହାପାତ୍ରଙ୍କୁ ମାଟିର ସୌର ଭ ସମ୍ମାନ
ରାଇରଙ୍ଗପୁର,୪|୧୦ (ସନ୍ଧାନ ନ୍ୟୁଜ) ଆକାଶବାଣୀ ଓ ଚଳଚ୍ଚିତ୍ର ଜଗତର ଗୀତିକାର ତଥା ପ୍ରଥିତଯଶାା ସଙ୍ଗୀତଜ୍ଞ, ଗୀତିକବି ଓ ନାଟ୍ଯ ନିର୍ଦ୍ଦେଶକ ସ୍ବର୍ଗତ ଜିତେନ୍ଦ୍ର ପଟ୍ଟନାୟକ ଙ୍କ୪୫ ତମ ପୁଣ୍ୟତିଥି ଅବସରରେ ଆଜି ରାଇରଙ୍ଗପୁର ର ପି. ସି. ଏମ୍ କଲ୍ଯାଣ ମଣ୍ଡପ ଠାରେ ସନ୍ଧ୍ୟାରେ ଏକ ସ୍ମୃତି ସମାରୋହ ସାଙ୍ଗଙ୍କୁ ତାଙ୍କ ଦ୍ବାରା ରଚିତ ସୁମଧୁର ସଙ୍ଗୀତ ସନ୍ଧ୍ୟାଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ ସାମ୍ବାଦିକ ଓ ପରିକ୍ରମା ଆବାହକ ମନୋଜ ଦାସ ଙ୍କ ଦ୍ଵାରା ଆୟୋଜିତ ଆଜିର ସ୍ମୃତି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ମୋରଡା ରାଜକିଶୋର ଦାସ, ସମ୍ମାନୀତ ଅତିଥିଭାବେ ଉଦ୍ଯୋଗ ପତି ତଥା ସମାଜସେବୀ ଜଗଦିଶ ମିଶ୍ରା, ଧୀରଜଲାଲକଲେଜ (ବହଳଦା)ର ପୂର୍ବତନ ଅଧ୍ୟକ୍ଷ ହିମାଂଶୁ ଶେଖର ପଟ୍ଟନାୟ,, ପରିକ୍ରମାର ଉପଦେଷ୍ଟା ସମାଜ ସେବୀ ଈଷାନ୍ ମିଶ୍ର, ସୁବାଷ ମଣ୍ଡଳ, ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଥିଲେ ।ଆବାହକ ମନୋଜ ଦାସ ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ପରିକ୍ରମାର ସଂଯୋଜକ ରଞ୍ଜନ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ସମସ୍ତ ବକ୍ତା ଗୀତିକବି ଜିତେନ୍ଦ୍ର ପଟ୍ଟନାୟକ ଙ୍କ ବହୁମୂଖୀ ପ୍ରତିଭା ର ସ୍ମୃତି ଚାରଣ କରିବା ସହ ତାଙ୍କ ରଚିତ ଗୀତିକବିତା ଓ ତାର ବିଭିନ୍ନ ଦିଗ ଉପରେ ଆଲୋକପାତକରିଥିଲେ । ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ରଙ୍କୁ ଏ ମାଟିର ଗୌରବ . ବିଶିଷ୍ଟ ଛଉ ନୃତ୍ୟ ସାଧକ ମହେଶ୍ଵର ମହାନ୍ତଙ୍କୁ ମାଟିର ମହକ, ସାହିତ୍ୟିକା ସ୍ନିଗ୍ଧା ଜି ମହାପାତ୍ରଙ୍କୁ ମାଟିର ସୌରଭ ସମ୍ମାନରେସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭା ମାନେ ମଧ୍ଯ ଜିତେନ୍ଦ୍ର ପଟ୍ଟନାୟକ ଙ୍କ ବହୁମୂଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ ।ପରେ ପରେ ଜିତେନ୍ଦ୍ର ପଟ୍ଟନାୟକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଙ୍ଗୀତ ଶ୍ରଦ୍ଧାଞ୍ଜଳୀ ସନ୍ଧ୍ୟାରେ ତାଙ୍କ ଦ୍ବାରା ରଚିତ ସୁମଧୁର ସଙ୍ଗୀତ ପରିବେଷିତ ହୋଇଥିଲା । ରାଇରଙ୍ଗପୁରର “ସାଜ୍ ଔର ଆୱଜ୍ “ଗ୍ରୁପ୍ ପକ୍ଷରୁ ଗୁରୁ ସୁବାଷ ପାତ୍ର .ପ୍ରଶାନ୍ତ ପରୀକ୍ଷା,ସୌରଭ ପଟ୍ଟନାୟକ , ପ୍ରିୟବ୍ରତ ଦାସ ,ପଙ୍କଜ ମହାନ୍ତ ,ବିମଳ ମହାନ୍ତି, କଳ୍ପନା ମହାନ୍ତି,ତନ୍ମୁୟୀ ରଥ, ଖୁସୁବୁ , ପ୍ରୀତି ଓ ସ୍ବରୂପ ପ୍ରମୁଖ କଳାକାର ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।କରୋନାର କଟକଣା ନିୟମ ମାନି ଉପସ୍ଥିତ ଦର୍ଶନ ମାନେ ସାମାଜିକ ଦୂରତ୍ବ ରଖି କାର୍ଯ୍ୟକ୍ରମକୁ ଉପଭୋଗ କରଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷାବିତ ଦିଲ୍ଲୀପ ମହାନ୍ତି,ନାଟୂ ଦାସ ,ଦୁଷ୍ମନ୍ତ ଦାସ, ,ପୱନ ସାହୁ,ଲଳିତ ପାତ୍ର,ବାବୁ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ପରିକ୍ରମା ର ବରିଷ୍ଠ ସଦସ୍ୟ ତିମିର ରଞ୍ଜନ ପଣ୍ଡାଧନ୍ଯବାଦ୍ ଅର୍ପଣ କରିଥିଲେ। ।