ପଦ୍ମାବତୀ କ୍ରସରେ ଶ୍ରମିକଙ୍କୁ ପିଟି ପିଟି ହତ୍ୟା, ଥାନାରେ ଅଭିଯୋଗ କଲେ ମୃତକଙ୍କ ପରିବାର ,ମୃତ୍ୟୁ ଘଟଣା ରେ ଜେନାପୁର ପୋଲିସ ଦ୍ୱାରା ଜଣେ ଅଟକ।

Spread the love

ଜେନାପୁର,୩/୪ (ଡି କେ ନ୍ୟୁଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ରାହାଡ଼ପୁର ଠାରେ ଥିବା ପଦ୍ମାବତୀ କ୍ରସର ରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ଅକଥନୀୟ ଅତ୍ୟାଚାର କରି ବାଡେଇ ବାଡେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ କର୍ମଚାରୀ ଜଣଙ୍କ ହେଲେ ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ର ଅଜୟ କୁମାର ଜେନା ଙ୍କ ପୁଅ ଅରଜିତ ଜେନା (୨୨) ବୋଲି ଜଣାପଡ଼ିଛି। କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ କ୍ରସର ମାଲିକ ସିଲୁ ଓରଫ ଜ୍ଞାନ ରଞ୍ଜନ ମହାପାତ୍ର ସମେତ ଅନ୍ୟ ଦୁଇ ଜଣଙ୍କ ନାମରେ ଧର୍ମଶାଳା ଥାନା ରେ ମୃତକ ଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜେନାପୁର ପୋଲିସ ସିଲୁ ମହାପାତ୍ର ର ଭଣଜା ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ର ରୋନି ଓରଫ ସତ୍ୟ ନାରାୟଣ ବଳ ଙ୍କୁ ଅଟକ ରଖିଛି। ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଅରଜିତ ୩ ମାସ ହେବ ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ଥାନା ଅଧିନ ରାହାଡ଼ପୁର ଠାରେ ସିଲୁ ମହାପାତ୍ର ଙ୍କ ମାଲିକାନା ରେ ଥିବା ପଦ୍ମାବତୀ କ୍ରସର ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୭ ତାରିଖ ଦିନ ଅରଜିତ ଙ୍କ ସହିତ ଯୋଗାଯୋଗ ନ ହେବାରୁ ପରିବାର ଲୋକେ ରାହାଡ଼ପୁର କ୍ରସର ନିକଟରେ ପହଞ୍ଚି ଥିଲେ। ସେଠାରେ ଅରଜିତ କୁ ପାଇନ ଥିଲେ। କ୍ରସର ର ଅନ୍ୟ କର୍ମଚାରୀ ଙ୍କ ପାଖରୁ ବୁଝା ବୁଝି କରିବାରୁ ତାଙ୍କୁ ମାଲିକ ସିଲୁ ମହାପାତ୍ର ର ଘରେ ରଖା ଯାଇଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ସିଲୁ ମହାପାତ୍ର ର ଘରେ ପହଞ୍ଚି ଅରଜିତ କୁ ମୁର୍ମୁସ ଅବସ୍ଥାରେ ଦେଖିଥିଲେ। କ୍ରସର ମାଲିକ ତାଙ୍କୁ ବନ୍ଦୀ କରି ଲୁହା ସିକୁଳି ରେ ବାନ୍ଧି ପ୍ରବଳ ମାଡ଼ ମାରିଥିବା ତାଙ୍କ ଦେହ କୁ ଦେଖିଲେ ଜଣା ପଡୁଥିଲା। ପ୍ରବଳ ମାଡ଼ ଯୋଗୁ ଦେହ କଳା ପଡ଼ି ସିଝି ଯିବା ସହିତ ଗୁପ୍ତାଙ୍ଗ ରୁ ରକ୍ତ ବାହାରୁଥିବା ପରିବାର ଲୋକେ ଦେଖିଥିଲେ। ଅରଜିତକୁ ନିର୍ଯ୍ୟାତନା ଦିଆ ଯାଉଥିବା ସମୟରେ କ୍ରସର ମ୍ୟାନେଜର ହେମନ୍ତ ଓ ସିଲୁ ମହାପାତ୍ରର ଭଣଜା ରୋନି ବଳ ଏବଂ ଅନ୍ୟ କିଛି ଯୁବକ ତାଙ୍କୁ ଘେରି ରହିଥିଲେ। ପରିବାର ଲୋକେ ଅରଜିତ କୁ ମେଡ଼ିକାଲ ନେବା ପାଇଁ କହିଥିଲେ ମଧ୍ୟ ସେମାନେ ଛାଡ଼ି ନ ଥିଲେ। ଅରଜିତକୁ ଅଲଗା ରୁମ ରେ ରଖି ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ସାଧା କାଗଜରେ ଦସ୍ତଖତ କରି ଅରଜିତକୁ ସେଠାରୁ ବିଳମ୍ବିତ ରାତିରେ ଆଣିଥିଲେ। ଅରଜିତକୁ ଘରକୁ ଆଣିବା ସମୟରେ ପରିବାର ଲୋକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା।ଅରଜିତକୁ ଚିକିତ୍ସା ପାଇଁ ଧର୍ମଶାଳା ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Related Posts

About The Author

Add Comment