ସୁନ୍ଦରଗଡ଼ ତା:୨/୬/୨୦୨୫ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଅନେକ ସମୟ ଧରି ଗ୍ରାମ ପଂଚାୟତ ପୋଖରୀ ସଫା ନ କରିବା କାରଣରୁ ଅଞ୍ଚଳବାସି ମହିଳା ପୁରୁଷ ମିଶି ପୋଖରୀ ସଫା କଲେ ।ବୋଲି ଗ୍ରାମ ବାସି କଲେ ପୋଖରୀ l ସୂଚନା ଅନୁସାରେ ତଳସରା ଗ୍ରାମ ପଞ୍ଚାୟତର ତଳସରା ଗ୍ରାମର ଛକ ର ମୁଖ୍ୟ ପୋଖରି ପଙ୍କ ଉଦ୍ଧାର ସହ ତାର ପରିପାର୍ଶ୍ଵ ପଞ୍ଚାୟତ ର କାର୍ଯ୍ୟ ଅନ୍ତର୍ଭୁକ୍ତ ଥିବା ବେଳେ ଅନେକ ଥର ତାର ବ୍ୟତିକ୍ରମ ରେ ଅତିଷ୍ଠ ହୋଇ ଅଞ୍ଚଳ ର ମହିଳା ପୁରୁଷ ମିଶି ପୋଖରୀ ରେ ଥିବା ଆବର୍ଜନା,ଅନେକ ପ୍ରକାର ଲତା ତା ସହିତ ପରିପାର୍ଶ୍ଵରେ ଥିବା ଆବର୍ଜନାକୁ ସଫା କରିଥିଲେ । ସ୍ଥାନୀୟ ପଞ୍ଚାୟତ କତୃପକ୍ଷଙ୍କୁ ଅବହେଲାରେ ଅଞ୍ଚଳବାସୀ ଅସନ୍ତୁଷ୍ଟ ଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ ଅଞ୍ଚଳ ପ୍ରଶାସନ ଦୃଷ୍ଟି ନ ଦେବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି । ଆଗାମୀ ଦିନରେ ଏସବୁକୁ ଦୃଷ୍ଟି ଦେବାକୁ ବ୍ଲକ ପ୍ରଶାସନ ନିକଟରେ ଦାବି ଜଣାଇଥିବା ଜଣାପଡିଛି ।