ପଞ୍ଚାୟତ ନିର୍ବାଚନ ପାଇଁ ପାଳିଆ ବିନ୍ଧା ପଞ୍ଚାୟତ ପ୍ରସ୍ତୁତ

Spread the love

ରାଜ୍ୟ ସରକାର ମାର୍ଚ୍ଚ କିମ୍ବା ଏପ୍ରିଲ ରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ସଜବାଜ ହେଉଥିବା ବେଳେ ଏଥିରୁ ବାଦ୍ ପଡ଼ିନି ପାଳିଆ ବିନ୍ଧା ପଞ୍ଚାୟତ। ପାଳିଆ ବିନ୍ଧା ପଞ୍ଚାୟତ ୧୬ଗୋଟି ୱାର୍ଡ କୁ ନେଇ ଗଠିତ। ୨୦୨୬ନିର୍ବାଚନ ରେ ଏହି ପଂଚାୟତ କୁ ଦଖଲ କରି ଥିଲା ବିଜୁ ଜନତା ଦଳ। ବିଜୁ ଜନତା ଦଳର ପାର୍ଥିନି ଶ୍ରୀମତୀ ଯଶୋଦା ମଲ୍ଲିକ ତାଙ୍କ ପ୍ରତିଦ୍ବନ୍ଦୀ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ୨୪୬ ଖଣ୍ଡ ଭୋଟ ରେ  ପରାସ୍ତ କରି ଥିଲେ। ସମୟ ବଡ ବଳବାନ  ଧୀରେ ଧୀରେ ଜନସାଧାରଣ ଙ୍କ ମତ ପରିବର୍ତ୍ତନ ହେଲା। ୨୪ବର୍ଷ ର ବିଜେଡି ଶାସନ ର ଅବସାନ ଘଟିଲା ଓ ବିଜେପି ସରକାର କଲା। ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଆଗାମୀ ପଞ୍ଚାୟତ ନିର୍ବାଚନ କୁ କର ବା ମର ସ୍ଥିତି ରେ ଲଢ଼ିବ ବିଜେପି। ବର୍ତ୍ତମାନ ପାଳିଆ ବିନ୍ଧା ପଞ୍ଚାୟତ ରେ ବିଭିନ୍ନ ଦଳ ରେ ଗୋଷ୍ଠୀ କନ୍ଦଳ ଚରମ ସୀମା ରେ ପହଞ୍ଚିଛି। ଏହି ପଞ୍ଚାୟତ ରେ କଂଗ୍ରେସ ର ସ୍ଥିତି ବହୁ ଦୁର୍ବଳ । ତେଣୁ ମୁଖ୍ୟ ପ୍ରତିଦ୍ବନ୍ଦିତା ବିଜେପି ଓ ବିଜେଡ଼ି ମଧ୍ୟ ରେ ହେବ ବୋଲି ଆଶା କରାଯାଉଛି। କିଛି ଅସନ୍ତୁଷ୍ଟ ନେତା ପାଳିଆ ବିନ୍ଧା ବିକାଶ ପରିଷଦ ଗଢି ନିର୍ବାଚନ ରେ ଅଂଶ ଗ୍ରହଣ କରିବା ପାଇଁ ଅଣ୍ଟା ଭିଡି ଲେଣି। ନିର୍ଭର ସୂତ୍ର ରୁ ଜଣା ପଡ଼ିଛି ପ୍ରଶାନ୍ତ ପଲେଇ ଙ୍କୁ ବିଜେପି ଏଥର ପାଳିଆ ବିନ୍ଧା ପଞ୍ଚାୟତ ରେ ସରପଞ୍ଚ ରୁପେ ପ୍ରାର୍ଥୀ କରି ପାରେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନୀୟୂଜ ସନ୍ଧାନ।

Related Posts

About The Author

Add Comment