ନେସନାଲ ଚାଇଲ୍ଡ ସାଇନ୍ସ କଂଗ୍ରେସ ପକ୍ଷରୁ କୁନି ବୈଜ୍ଞାନିକ ଜୟଦୀପ ଜେନା ପୁରସ୍କୃତ ।

Spread the love
କଟକ  : କେନ୍ଦ୍ର ସରକାରଙ୍କ ଅନୁବନ୍ଧିତ ଗୁଜରାଟ କାଉସିଲ ଅନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଦ୍ଵାରା ଆୟୋଜିତ ୩୦ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ(ନେସନାଲ ଚାଇଲ୍ଡ ସାଇନ୍ସ କଂଗ୍ରେସ) ଅହମଦାବାଦରେ ଅନୁଷ୍ଠିତ ହୋଇ ଭାରତ ସହ ଦୁବାଇ,ସଂଯୁକ୍ତ ଆରବ ଏମିରେଟ୍ସ,କତାର ଆଦି ବହୁ ଦେଶରୁ ପ୍ରାୟ ୮୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ  କରିବା ସହ ଭାରତରୁ ଅନ୍ୟୁନ ୨୦ଟି ରାଜ୍ୟ ଏବଂ ଭାରତର ୯ ଟି ୟୁନିଅନ ଅଞ୍ଚଳର ଛାତ୍ର ଭାଗ ନେଇ,ଏଥିରେ “ମତ୍ସ୍ୟ ବ୍ଲୁ ମାନୁରି” ନାମକ ପ୍ରକଳ୍ପ ଯାହାକି ଏକ ଖତ ଏହା ମାଛ ବର୍ଜ୍ୟବସ୍ତୁ,କ୍ରାବ୍ ଶେଲ୍,ଲୋବଷ୍ଟର ସ୍କିନ୍ ଇତ୍ୟାଦିରେ ପ୍ରସ୍ତୁତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ଜଗତପୁର ସ୍ଥିତ ବାୟୋକେମିକାଲ ଲାବୋରୋଟୋରୀ,ସିଟି ଲ୍ୟାବ ଆଦି ବିଭିନ୍ନ ସ୍ଥାନରେ ପରୀକ୍ଷିତ ଏବଂ ବିଜ୍ଞାନ ଶିକ୍ଷୟତ୍ରୀ ସୁଦୀପ୍ତା ଦାଶଙ୍କ  ଦ୍ଵାରା ଗାଇଡ୍ କରାଯାଇଥିବା ପ୍ରକଳ୍ପଟି କଟକ କାଳିଆବୋଦା ଗୁରୁ ନାନକ ପବ୍ଲିକ ସ୍କୁଲ ନବମ ଶ୍ରେଣୀର ମେଧା ଛାତ୍ର ତଥା କଟକ ସଦର କନ୍ଦରପୁର ଉପକଣ୍ଠ ଦଣ୍ଡୁଆସିପଡା ବାସିନ୍ଦା ଜୀବନ ଜ୍ୟୋତି ଜେନା ଓ ତପସା ଜେନାଙ୍କ ପୁତ୍ର ଜୟଦୀପ ପ୍ରଦର୍ଶିତ କରି ସ୍ଵର୍ଣ୍ଣ ପଦକ ଏବଂ  ପ୍ରମାଣପତ୍ର ଲାଭ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ,ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବରାଟ,ଡକ୍ଟର ନୀଲେଶ ମି ଦେଶାଇ,ବହୁ ବୈଜ୍ଞାନିକ,ସରକାରୀ ଅଫିସର ଆଦି ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଏହି ପ୍ରକଳ୍ପଟି ରାଜ୍ୟସ୍ତରୀୟ ପଦର୍ଷନି ପ୍ରଭୂଜି ଈଂଲିଶ୍ ମିଡିୟମ୍ ସ୍କୁଲ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଖୁବ୍ ପ୍ରଶଂସା ଓ ଆଦୃତ ଲାଭ କରିଛି ।

Related Posts

About The Author

Add Comment