ନେତାଜୀ ସାମ୍ବାଦିକ ସଙ୍ଘ ତରଫରୁ ସୁଷମା ସ୍ୱରାଜଙ୍କ ବିୟୋଗରେ ଶୋକ

Spread the love

ଧର୍ମଶାଳା/ଜେନାପୁର ୭/୮ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ):ଧର୍ମଶାଳା ବ୍ଲକ ନେତାଜୀ ସାମ୍ବାଦିକ ସଙ୍ଗ ତରଫରୁ ସଙ୍ଘର ଅସ୍ଥାୟୀ କାର୍ଯ୍ୟାଳୟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ପୁର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ପରଲୋକରେ ଶୋକ ପ୍ରକଟ କରାଯିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆୟୋଜିତ ଶୋକସାଭାରେ ସଙ୍ଘର ସଭାପତି ସୌମ୍ୟ ରଂଜନ ପଣ୍ଡା ସଭାପତିତ୍ୱ କରି ସ୍ୱରାଜଙ୍କର ଆକସ୍ମିକ ବିୟୋଗରେ ସାରା ଦେଶର ଅପୁରଣିୟ କ୍ଷତି ଘଟିଲା ବୋଲି କହିଥିଲେ । ତାଙ୍କର ସ୍ମୃତି ଚାରଣ କରି ସଙ୍ଘର ଅନ୍ୟ ସଦସ୍ୟ ମାନେ ଡୋକଲାମରେ ଉପୁଜିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ତାଙ୍କର ବଳିଷ୍ଠ ଭୂମିକା ଥିଲା ବୋଲି ମତବ୍ୟକ୍ତ କରିଥିଲେ । ୧୯୫୩ରେ ଜନ୍ମିତ ସୁଷମା ସ୍ୱରାଜ ଛାତ୍ର ଜୀବନରୁ ରାଜନିତି ପ୍ରତି ଆକୃଷ୍ଟ ହୋଇଥିଲେ । ୧୯୭୭ରୁ ରାଜନୈତିକ ଜୀବନ ଆରମ୍ଭକରି ଆଜି ପର୍ଯ୍ୟନ୍ତ ସକ୍ରିୟ ରାଜନିତିରେ ଭାଗନେଇ ଅନେକ ସଫଳାତା ପଇ ଶେଷରେ ଆଖି ôବୁଜିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ଶୁଶାନ୍ତ କୁମାର ଖଟୁଆ, ବସନ୍ତ କୁମାର ନାୟକ, ଶଙ୍କର ପ୍ରତାପ ଦାସ, ଶୁଶାନ୍ତ ଗୋଛାୟତ, ସୁନିଲକୁମାର ଶତପଥି, ପ୍ରଭାତ ସାହୁ, ସୁବ୍ରତ ସାହୁ, ବାବୁଲି ରାଉତ, ବିନୋଦ ପରିଡା, ଅଶୋକ ଦାସ, ପ୍ରସାନ୍ତ ସାମଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ସଙ୍ଘ ତରଫରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ର୍ପାଥନା କରାଯାଇଥିଲା ।

Related Posts

About The Author

Add Comment