ଗାଡିର କିଣା ମୂଲ୍ୟ ଠାରୁ ଯଥେଷ୍ଟ ଅଧିକ ଦାମରେ ବିକ୍ରି କରୁଛି
ଜିଏସଟି ଫାଙ୍କୁଛି,
ଗାଡିର ସରଭିସ୍ ଦିଆଯାଉନି,
ଗୋଟିଏ ଦିନ ପରେ ଗାଡି ଅଧିକ ଯନ୍ତ୍ରାସ ହୁଗୁଳା ହେଇପଡୁଛି
ଯାଜପର, (ସବ୍ୟୁ) ପ୍ରେଟୋଲ ରେନ୍ ବଢ଼ିବା ନେଇ ଚିନ୍ତାରେ ଗାଡି ଚାଳକ ମାନେ ରହିଥିବା ବେଳେ ପଦୃଷଣ ବଢ଼ୁଥିବା କାରଣକୁ ନେଇ ସରକାର ମଧ୍ୟ ଚିନ୍ତାରେ । ଏନେଇ ବଜାରରେ ବ୍ୟାଟେରୀ ଚାଳିତ ଇ ବାଇକ ମାନ ପ୍ରବେଶ କରିବା ସହିତ ସରକାର ଏହି ବାଇକ ବିକ୍ରି କରୁଥିବା ବ୍ୟବସ୍ଥାୟୀ ମାନଙ୍କୁ ରାଜକୋଷରୁ ସବସିଡ୍ ଯୋଗାଇଦେଉଛନ୍ତି । ମାତ୍ର ବତୟମାନ ସୁବିଧା ନେଇ କେତକ ଇ ବାଇକ୍ କମ୍ପାନୀ ଲୋକମାନଙ୍କୁ ଠକୁଥିବା ନେଇ ସାଧରଣରେ ଅସନ୍ତୋଷ ବଢ଼ୁଛି । ଗୋଟିଏ ପଟେ କୌଣସି ସୁବିଧା ସୁଯୋଗ ଦେଉନଥିବା ବେଳ ଗାଡି ବିକ୍ର କରୁଥିବା ବିକ୍ରେତା ମାନେ ମଧ୍ୟ ସରଭିସ ସେଂଟର ଖୋଲୁନାହାନ୍ତି । ଅନ୍ୟ ପଟରେ ଗାଡିର କିଣା ମୁଲ୍ୟ ଠାରୁ ଯଥେଷ୍ଟ ଅଧିକ ଟଙ୍କାରେ ଗାଡି ବିକ୍ର କରୁଥିବା ବେଳ ଗାଡିରେ ଡୁପ୍ଲିକଟେ ଯନ୍ତ୍ରାଷ ଲଗାଇ ଗ୍ରାହକକୁ ଦେଉଛନ୍ତି । ଏଥିରେ ସର୍ବାଗେ ରହିଛି ଟି,ଏନ.ଆର ଗାଡି କମ୍ପାନୀ । ଚଣ୍ଡିଖୋଲ ଛକ ନିକଟସ୍ଥ ନେଉଳପୁର ଠାରେ ନୂତନ କରି ଖୋଲିଥିବା ଟିଏନଆର କମ୍ପାନୀ ଲୋକଙ୍କୁ ଚୁନ ଲଗାଉଥିବା ନେଇ କେନ୍ଦ୍ର ସରକାର, ଜିଏସଟି ବିଭାଗ ଏବଂ ଇନକମ ଟ୍ୟାକ୍ସ ବିଭାଗ ସମେତ ଗ୍ରାହକ ଅଭିଯୋଗ କେନ୍ଦ୍ରରେ ତାଙ୍କ ନାମରେ ଅଭିଯୋଗ ହୋଇଛି । ଗାଡି ଗୁଡିକର ମୂଲ୍ୟ ୫୩ ହଜାରରୁ ରହିଥବବା ବେଳ ଲିଥିୟମ ବ୍ୟଟିରୀ ୬୦ହଜାର ମୂଲ୍ୟ କମ୍ପାନୀ ଧାର୍ଯ୍ୟ କରିଛି । ଏହା ଉପରୁ ୧୫ ରୁ ୨୦ହଜାର ସରକାର ସବସିଡ ଦେଉଛି । ଏହା ପରେ ମଧ୍ୟ ଗାଡିର ଗୋଟିଏ ମୂଲ୍ୟରେ ୩୦ହଜାରରୁ ୪୦ହାଜର ଟଙ୍କା ଲାଭ କରୁଛନ୍ତି । ଏପରକି ପ୍ରତିଦିନ ନିଜର ମନଇଚ୍ଛା ଗ୍ରହକଙ୍କୁ ଦର ମୂଲ୍ୟ ବଢ଼ାଉଥିବା ବେଳ ଗୋଟିଏ ବ୍ରାଣ୍ଡ୍ ନୁହେଁ ବିଭିନ୍ନ ବ୍ରାଣ୍ଡ୍ ର ମିଶ୍ରଣ କରି ଗାଡି ବିକ୍ର କରୁଛି । ସତ୍ୟ ସାଇ ଏଂଟରପ୍ରାଇଜସର ଏଭଳି ଚଂଚକତାକୁ ଗ୍ରାହକ ମାନେ ଜାଣିପାରୁନାହାନ୍ତି । ଅନ୍ୟ ପଟରେ ଏହିକୁ ବିକ୍ର କରୁଥିବା ଲୋକମାନେ ଗ୍ରାହକ ମାନଙ୍କୁ ଅନ୍ୟ ଇ ବାଇକ୍ କମ୍ପାନରେ ନାମରେ ବିଭିନ୍ନ ମିଛ କଥା ଗ୍ରହକଙ୍କ ଦ୍ୱାରା ପ୍ରଚାର କରୁଛନ୍ତି । ଏପରକି ବ୍ୟଟେରୀ ଖରାପ ଦେଉଥିବା ବେଳେ ଗୋଟିଏ ଦିନ ନ ଯାଉଣୁ ଗାଡି ଗୁଡିକର ଯନ୍ତ୍ରସ ହୁଗୁଳା ହେଉଯାଉଛି । ଏହା ପରେ ସମ୍ପୁକ୍ତ ଗାଡି ସୋରୁମକୁ ଗଲେ ଆଜି କାଲି କହି ଦିନ ଗଡାଉଛନ୍ତି । ଅନ୍ୟ ପଟରେ ଜିଏସଟି ନେଉ ଫାଙ୍କିବାରେ ଲାଗିଛି ଏହି ସତ୍ୟ ସାଇ ଏଂଟରପ୍ରାଇଜସ ଇ ବାଇକ ସୋରୁମ । ଏନେଉ ଆଜି ୪ଜଣ ଗ୍ରହକ ପକ୍ଷରୁ କେନ୍ଦ୍ର ସରକାର, ଟିଏନଆର କମ୍ପାନୀ, ଗ୍ରହକ ଅଭିଯୋଗ କେନ୍ଦ୍ରକୁ ମେଲ ମାଧ୍ୟମରେ ଅଭିଯୋଗ କରିଛନ୍ତି । ତୁରନ୍ତ ସରକାର ଏବଂ କମ୍ପାନୀ ଏହା ଉପରେ ଅଙ୍କୁଶ ଲଗାଇବାକୁ ଗ୍ରହକମାନେ ଦାବି କରିଛନ୍ତି ।