ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୦ଜଣ ଟୀକା ଗ୍ରହଣ କଲେ

Spread the love
  •  
  •  
  •  
  •  
  •  

ବାଲିଗୁଡା, ୧୬/୦୧/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୯୦ଜଣ ଟୀକା ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ସଫେଇ କର୍ମଚାରୀ, ଆଶା, ଅଙ୍ଗନୱାଡ଼ି ଓ ଡ଼ାକ୍ତର ସାମିଲ୍‍ ଅଛନ୍ତି। ସମୁଦାୟ ୯୦ଜଣ କରୋନା ଯୋଦ୍ଧା ଆଜି ଟୀକାକରଣ କରାଯାଇଥିବା ବେଳେ ନୋଡ଼ାଲ୍‍ ଅଧିକାରୀ ଭାବେ ବାଲିଗୁଡ଼ା ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ସୁରେଶ ଚନ୍ଦ୍ର ପ୍ରଧାନ, ବିଡ଼ିଓ ଶରତ କୁମାର ପାତ୍ର, ସିଡ଼ିିପିଓ ଦୈପଦୀ କହଁର ପ୍ରମୁଖ ଉପସ୍ଥିତ ଥିଲେ। କ.ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ରାକେଶ କୁମାର ବେହେରା, କରିସ୍ମା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଟୀକା ପ୍ରଦାନ କାର୍ଯ୍ୟରେ ୨ଟି ଦଳରେ ପ୍ରତ୍ୟେକ ଦଳରେ ୫ଜଣ ଲେଖାଏଁ ସ୍ୱାସ୍ଥ୍ୟ କର୍ମଚାରୀ ସାମିଲ୍‍ ଥିଲେ। ସର୍ବଶେଷ ରିପୋର୍ଟ ପ୍ରକାରେ , ଆଜି ପ୍ରଥମ ଦିନରେ କ.ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଜଣ ଡ଼ାକ୍ତର, ୪ ଜଣ ଷ୍ଟାର୍ଫ ନର୍ସ, ୨ ଜଣ ଫାର୍ମାସିଷ୍ଟ, ଜଣେ ଏ.ଏମ୍‍.ଏମ୍‍, ୭ଜଣ ସ୍ୱଚ୍ଛ କର୍ମଚାରୀ, ୨ ଜଣ ସିକ୍ୟୁରିଟ୍‍, ଅନ୍ୟ ସ୍ୱାସ୍ଥ୍ୟକର୍ମୀ ୬୯ଜଣ ଟୀକା ଗ୍ରହଣ କରିଥିଲେ।

Related Posts

About The Author

Add Comment