ନିଜଗାଁରେ ଯୁବତୀକୁ କନେଷ୍ଟବଳ କଲେ ଦୁଷ୍କର୍ମ, ଥାନାରେ ମାମଲା

Spread the love
  • 13
    Shares

ପାଟକୁରା,୪/୬/ (ସନ୍ଧାନ ନିୟୁଜ୍) ପାଟକୁରା ଥାନା ଅଂଚଳରେ ଓଡିଶା ପୋଲିସରେ ଚାକିରି କରିଥିବା ଜଣେ ଏପିଆର କନେଷ୍ଟବଳ ଯୁବକ ନିଜ ଗାଁରେ ଜଣେ ଗରିବ ନିରିହ ଯୁବତୀକୁ ଦୁଷ୍କର୍ମ ଉଦ୍ୟମ କରିଥିବାର ଏତଲା ରବିବାର ସନ୍ଧ୍ୟାରେ ପାଟକୁରା ଥାନାରେ ଦାୟର ହୋଇଥିବା ଜଣାଯାଇଛି ।  ଅଭିଯୋଗରୁ ପ୍ରକାଶ ଯେ ଡାହାଳପୁର ଗ୍ରାମର ବିବର୍ତନ ମାହାଳୀଙ୍କ ପୁଅ ସନ୍ତୋଷ ମାହାଳୀ (୩୯) ଓଡିଶା ପୋଲିସରେ ଜଣେ ଏପିଆର କନେଷ୍ଟବଳ ରୁପେ ଚାକିରୀ କରନ୍ତି । ରବିବାର ସକାଳ ପ୍ରାୟ ୧୦ ଟା ସମୟରେ ନିଜ ଗାଁ ଓ ନିଜ ସାହିରେ  ଜଣେ ପଡୋଶୀ ଙ୍କ ଘରେ ପହଂଚି ତାଙ୍କ ର ଝିଅ ଛବି (ଛଦ୍ମନାମ) (୨୧) କୁ  ହଠାତ କୁଣ୍ଡାଇପକାଇ ଦୁଷ୍କର୍ମ ଉଦ୍ୟମକରିଥିଲେ । ସେହି ସମୟରେ ଛବିନା ତାଙ୍କ ଘର ଅଗଣା ଝାଡୁ କରୁଥିଲେ । ଛବିନା ଛାଟିପିଟି ହୋଇ ଚିକôାରକରି ସନ୍ତୋଷ ପାଖରୁ  ଖସି ଘରଭିତରକୁ  ପଳାଇଯିବାପରେ ମଧ୍ୟ ତାର ପଛେ ପଛେ ସନ୍ତୋଷ ସେ ଘରକୁ ଯାଇ ପୁର୍ନବାର ଦୁଷ୍କର୍ମ ଉଦ୍ୟମ କରିଥିଲା । ପାଖ ପଡୋଶି ଘରକୁ ଯାଇଥିବା ଛବିର ସାନ ଭାଉଣୀ ସତା (ଛଦ୍ମନାମ) (୧୬) ଛବିନାର ଚିକôାର ଶୁଣି ନିଜ ଘରକୁ ଦୈାଡି ଆସି ସନ୍ତୋଷ ଉପରେ ଜୋରରେ ପାଟିତୁଣ୍ଡ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଏହାଦେଖି ଛବିନାକୁ ଛାଡିଦେଇ ସନ୍ତୋଷ ପଳାଇଯିବା ସମୟରେ ଧମକଦେଇ ୨ ଭଉଣୀଙ୍କୁ କହିଥିଲା ଯେ ଥାନାରେ ଜଣାଇଲେ ୨ ଭଉଣୀଙ୍କୁ ଏସିଡି ପକାଇବି ଓ ସମସ୍ତଙ୍କୁ ଗୁଳିକରି ମାରିଦେବି  । ଏହି ଘଟଣାସମୟରେ ଛବିନାର ବାପା ଛେଳିନେଇ ବିଲକୁ ଚରାଇବାକୁ ଯାଇଥିବା ବେଳେ ତାର ମା ଚୁଡା ନେଇ ବିକିବାକୁ ବାହାରକୁ ଯାଇଥିଲ । ଏହାପୁର୍ବରୁ ସନ୍ତୋଷ ଦୁଇ ଦୁଇ ଥର ଛବିନାକୁ ଅସଦାଚରଣ କରିଥିଲେ ମଧ୍ୟ ସେ ଲଜ୍ଜାରେ କାହାରିକୁ ଜଣାଇନଥିଲା ବୋଲି ଏତଲାରେ ଉଲେଖ କରିଛି । ସୁଚନା ଯୋଗ୍ୟ ଯେ ସନ୍ତୋଷ ମହାଳୀ ବିବାହିତ ତାଙ୍କର ଗୋଟିଏ ପିଲା ଅଛି ।  ସନ୍ତୋଷ ମହାଳୀ ଙ୍କ ନାମରେ ତାଙ୍କ ସ୍ତ୍ରୀ  ଏକ ଯ÷÷ାତୁକ ନିର୍ଯ୍ୟତନା ମାମାଲା ପାଟକୁରା ଥାନାରେ ପୁର୍ବରୁ ଦାୟର କରିଥିଲେ । କିନ୍ତୁ ପୋଲିସ ସେଭଳି କୋ÷ଣସି ଅଖିଦୃଷ୍ଟିଆ ପଦକ୍ଷେପ  ମୁଖ୍ୟ ଆସାମୀ ସନ୍ତୋଷ ଉପରେ ନେଇନଥିଲେ । କେବଳ ପରିଶେଷରେ କୋର୍ଟରେ ଚାର୍ଯ୍ୟସିଟ ଦାଖଲ କରାହୋଇଛି ବୋଲି  ମାମଲାରେ ଅନୁସନ୍ଧାନକରୀ ଅଧିକାରୀ ଜଣାଇଛନ୍ତି । ଏବେ ଏହି  ଯ÷÷ାତୁକ ନିର୍ଯ୍ୟାତନା ମାମଲା କୋର୍ଟରେ ବିଚାରାଧିନଥିବା ଜଣାଯାଇଛି । ରବିବାର ସନ୍ଧ୍ୟାରେ ସଂପୃକ୍ତ ଅଭିଯୋଗକାରୀଣି ଯୁବତୀ ଛବିନା ପାଟକୁରା ଥାନାରେ ଏତଲା ଦେଇଥିଲେ କିନ୍ତୁ ପ୍ରାଥମିକ ତଦନ୍ତପରେ  ଏତଲା ଉପରେ  ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୁଜିତ ପ୍ରଧାନ ଜଣାଇଛନ୍ତି ।

  • 13
    Shares

Related Posts

About The Author

Add Comment