ସୁନ୍ଦରଗଡ, ୩୧/୦୧/୨୧ (ସନ୍ଧାନ ନିଉଜ) -ସୁନ୍ଦରଗଡଜିଲ୍ଲା,ରାଉରକେଲା ର ଜଣେ ନିଖୋଜ ନାବାଳିକା କୁ ମଧ୍ୟପ୍ରଦେଶ ର ଅନ୍ନପୁର ରେଳଷ୍ଟେସନ ରୁ ସୁରକ୍ଷିତ ଭାବେ ଉଦ୍ଧାର କର ଯାଇଛି Iସୂଚନା ଅନୁସାରେ ରାଉରକେଲା ନୂଆବଜାର ନିବାସୀ ସୁରଜ ରାଉତଙ୍କର ନାବାଳିକା ଝିଅ ଗତ ୨୮ ତାରିଖ ସକାଳୁ ନିଖୋଜ ହୋଇ ଯାଇ ଥିଲେ Iସୁରଜ ରାଉତ ଏବଂ ତାଙ୍କର ସ୍ତ୍ରୀ ନାବାଳିକା ଝିଅ ଜଣଙ୍କୁ ସବୁ ଆଡେ ଖୋଜି ଥିଲେ କିନ୍ତୁ ପାଇନଥିଲେ I ୨୮ ତାରିଖ ସନ୍ଧ୍ୟା ରେ ସେମାନେ ପ୍ଲାଣ୍ଟସାଇଡ ଥାନା ରେ ଲିଖିତ ଭାବେ ଅଭିଯୋଗ କରିଥିଲେ ଇ ଅଭିଯୋଗ କୁ ଗୁରୁତର ଭାବେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲେ Iକୌଣସି ସୂତ୍ର ରୁ ନାବାଳିକା ଜଣକ ଗୁରୁବାରୀ ନାମକ କୌଣସି ମହିଳାଙ୍କ ସାଙ୍ଗରେ ଉତ୍କଳଏକ୍ସପ୍ରେସ ରେ ଦିଲ୍ଲୀ ଯାଉଥିବା ପ୍ଲାଣ୍ଟସାଇଡ ପୋଲିସ ଜାଣି ବାକୁ ପାଇଥିଲେ , ଏବଂ ଚକ୍ରଧର ରେଳୱେ ପୋଲିସ କୁ ସୂଚନା ଦିଅI ଯାଇଥିଲା I ଅନ୍ନପୁର ରେଳୱେଷ୍ଟେସନ ରୁ ନାବାଳିକା ଜଣଙ୍କୁ ଉଦ୍ଧାର କରାଯାଇଥିଲା ଓ ମହିଳା ଜଣଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ପାଇଁ ପଠା ଯାଇଥିଲା I
ନିଖୋଜ ନାବାଳିକା ମଧ୍ୟପ୍ରଦେଶ ର ଅନ୍ନପୁର ରେଳଷ୍ଟେସନରୁ ସୁରକ୍ଷିତ ଭାବେ ଉଦ୍ଧାର
|
January 31, 2021 |