ନିଉ ଓଡ଼ିଶା ହାଇସ୍କୁଲ ଗାଇବିରାର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚୂଡାମଣି ପୃଷ୍ଟିଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

Spread the love

 

 

ସୁନ୍ଦରଗଡ ତା:୧୯/୧୦/୨୦୨୫(ସନ୍ଧାନ ନ୍ୟୁଜ) ଗତ ୧୧.୧୦.୨୫ ଶନିବାର ଦିନ ସନ୍ଧ୍ୟାରେ ନିଉ ଓଡ଼ିଶା ହାଇ ସ୍କୁଲ୍ ଗାଇବିର।ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚୂଡ଼ାମଣି ପୃଷ୍ଟିଙ୍କ କାଳ ବିୟୋଗ ଘଟିଯାଇଛି । ତାଙ୍କ ପରି ଜଣେ ମହାନ୍ ବ୍ୟକ୍ତି ଙ୍କୁ ହରାଇ ବିଦ୍ୟାଳୟ ତଥା ବିଦ୍ୟାଲୟର ପ୍ରତ୍ୟେକ ପରିବାର ଶୋକ ରେ ଅଭିଭୂତ ହୋଇପଡିଛନ୍ତି । ଅନେକ ଛାତ୍ରଛାତ୍ରୀ ତାଙ୍କ ଶିକ୍ଷାକୁ ନେଇ ଆଜି ଜିଲ୍ଲା,ରାଜ୍ୟ ତଥା ଦେଶ ବିଦେଶରେ ନିଜ ତଥା ଅଞ୍ଚଳ ର ନାମକୁ ଉନ୍ନତି ପଥରେ ଆଗେଇ ନେଇଥିବା ଦେଖିବାକୁ ମିଳିଛି । ସେ ଜଣେ ପରୋପକାରୀ ସହିତ ଅଞ୍ଚଳ ର ପ୍ରତ୍ୟେକ ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନ ଅତୁଲନିୟ ଥିଲା । ତାଙ୍କ ବିୟୋଗରେ ବିଦ୍ୟାଳୟର ପରିବାର ସହିତ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।ତାଙ୍କ ଅମର ଆତ୍ମାର ସତ୍ ଗତି ନିମନ୍ତେ ଅଞ୍ଚଳ ପରିବାର ସହିତ ପ୍ରତ୍ୟେକ ଛାତ୍ର ପରିବାର ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଥିଲା । ଭଗବାନ ତାଙ୍କ ପରିବାର କୁ ମଧ୍ଯ ଧର୍ଯ୍ୟ ପ୍ରଦାନ କରନ୍ତୁ। ସେ ଆରପାରିକୁ ଇହଧାମ ତ୍ୟାଗକରି ଆର ପାରିକୁ ଚାଲଯାଇଛନ୍ତି ସତ ହେଲେ ତାଙ୍କ ପ୍ରତ୍ୟେକ କାର୍ଯ୍ୟ ସମସ୍ତଙ୍କ ମନରେ ସବୁଦିନ ଘରକରି ରହିବ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ । ଭଗବାନ ତାଙ୍କ ପରିବାର କୁ ମଧ୍ଯ ଧର୍ଯ୍ୟ ପ୍ରଦାନ କରନ୍ତୁ।

Related Posts

About The Author

Add Comment