ନବୋଦୟ ରେ ଯୋଗ୍ୟତା ଅର୍ଜନ କରିଥିବା ବିଦ୍ୟାର୍ଥି ଙ୍କୁ ଏସଏନଏମ ଦ୍ୱାରା ସମ୍ବର୍ଦ୍ଧନା 

Spread the love

ଜେନାପୁର/୧୪/୦୪/ସନ୍ଧାନ ନ୍ୟୁଜ୍.)ସଚେତନତା ନାଗରିକ ମଞ୍ଚ ଯାଜପୁର ପକ୍ଷରୁ ନବୋଦୟ ରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ଜେନାପୁର ଥାନା ଅନ୍ତର୍ଗତ ମର୍ଜିତାପୁର ମା ହିଙ୍ଗୁଳା ଙ୍କ ପୀଠ ରେ ସମ୍ବର୍ଦ୍ଧିତ କରାଯାଇଛି.ଆବାହକ ସରୋଜ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାତ ଜଣ କୃତି ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ ହେଇଥିବା ବେଳେ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ମଲ୍ଲିକ ଭବିଷ୍ୟତ ରେ ଭଲ ମଣିଷ ହେବାକୁ ବିଦ୍ୟାର୍ଥୀ ମାନଂକୁ ଉପଦେଶ ଦେଇଥିଲେ.କୃତି ଛାତ୍ର ଶ୍ରୀମାନ ଆୟୁଷ କବି ଭବିଷ୍ୟତ ରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀମାନ ସାଇ ପ୍ରସାଦ ଦଳାଇ ଡାକ୍ତର ହେବାକୁ କହିଥିଲେ. ଶ୍ରୀମାନ ସିଦ୍ଧାର୍ଥ ତରାଇ , ଶ୍ରୀମାନ ସୁମନ ଶେଖର ପ୍ରଧାନ, ଦିବ୍ୟାଂଶୁ ମଲ୍ଲ, ଏନଏମଏମଏସ ଛାତ୍ରୀ ମଧୁସ୍ମିତା ପ୍ରଧାନ ଭବିଷ୍ୟତ ରେ ବୃତ୍ତି ସହିତ ସାମାଜିକ ଦାୟିତ୍ୱ ନିଭାବାକୁ କହିଥିଲେ.ସମସ୍ତ ଙ୍କୁ ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହିତ ମା ହିଙ୍ଗୁଳା ନିକଟରେ ବିଦ୍ୟାର୍ଥୀ ମାନେ ନୈବେଦ୍ୟ ଅର୍ପଣ କରିଥିଲେ.ପରିଶେଷ ରେ ଏକ ପ୍ରେରଣା ଦାୟୀ ଅନୁଷ୍ଠିତ ହେବା ସହିତ ବାଲ୍ୟ ଅବସ୍ଥା କୃତିତ୍ୱ ଅର୍ଜନ କରିବା ତୁଳସୀ ଦୁଇ ପତ୍ର ରି ସୁବାଶିତ ହେବା ଶହ ସମାନ ବୋଲି ବର୍ଣ୍ଣନା କରିଥିଲେ ମଞ୍ଚ ର ଉପଦେଷ୍ଟା ଶ୍ରୀଯୁକ୍ତ ପଙ୍କଜ ମଲ୍ଲ. କାର୍ଯ୍ୟକ୍ରମ ର ପରିଚାଳନା ରେ ଶ୍ରୀ ମଙ୍ଗୁଳି ସାହୁ, ମହେଶ୍ୱର ପାତ୍ର, ତପନ ଦଳାଇ, ତୀର୍ଥ, ସରୋଜ କବି, ନରେନ୍ଦ୍ର ପ୍ରଧାନ, ଅଭିମନ୍ୟୁ ପ୍ରଧାନ, ରଞ୍ଜନ ତରାଇ ପ୍ରମୁଖ ସହଯୋଗ କରିଥଲେ

Related Posts

About The Author

Add Comment