ସୁନ୍ଦରଗଡ଼,(ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ସ୍ୱାଧୀନତା ର ୭୭ବର୍ଷ ବିତିଗଲା ପରେ ମଧ୍ୟ ଆଜି ମଧ୍ୟ ଏମିତି ଏକ ଗାଁ ଅଛି ଯୋଉ ଗାଁ ରେ ଯିବାକୁ ହେଲେ ନଦୀ ପାର କରିବାକୁ ହୋଇଥାଏ ହେଲେ ଆଜି ପର୍ଯ୍ୟନ୍ତ ତାହା ପୂର୍ଣ୍ଣ ନ ହେବା କାରଣରୁ ବର୍ଷା ଦିନରେ ସେ ଗାଁ ବାହ୍ୟ ଜଗତରୁ ବଞ୍ଚିତ ହୋଇଥାଏ ।ବର୍ଷା ସମୟରେ ଏହି ଅଞ୍ଚଳର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହା ଏକ ଚିନ୍ତା ର ବିଷୟ ପାଲଟିଛି l ବାଲିଶଙ୍କରା ବ୍ଲକ ତଲସରା ଗ୍ରାମ ପଂଚାୟତ ଅନ୍ତର୍ଗତ ବରହାଡେ଼ମା ଗାଢା ଟୋଲୀ କୁ ଯାଇଥିବା ନଦୀ ରେ ଆଜି ପର୍ଯ୍ୟନ୍ତ ପୋଲ ଟିଏ କରି ପାରୁ ନାହାନ୍ତି ସରକାର l ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ ମଧ୍ୟ ପ୍ରଶାସନ ର ନଜର ଏ ପର୍ଯ୍ୟନ୍ତ ପଡିପାରି ନାହିଁ l ଏ ନଦୀ ଭରିଯିବl ଦ୍ୱାରା ଛୋଟ ଛୋଟ ଛୁଆ ମାନେ ଅଙ୍ଗନବାଡି ସହିତ ପାଠ ପଢ଼ିବାପାଇଁ ବିଦ୍ୟାଳୟକୁ ଯାଇପାରୁନାହାନ୍ତି l ଚିକିତ୍ସା କ୍ଷେତ୍ରରେ ଦେଖିବାକୁ ଗଲେ ଲୋକେ ରୋଗୀ ଖଟରେ ଅନେକ ସମୟରେ ନେବାର ଚିତ୍ର ସାମ୍ନା କୁ ଆସିଛି । ଆମ୍ବୁଲାନ୍ସ ସେବା ଆଜି ମଧ୍ୟ ନିରର୍ଥକ ପାଲଟିବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ଯଥା ଶୀଘ୍ର ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।
ନଦୀ ରେ ଆଜି ପର୍ଯ୍ୟନ୍ତ ପୋଲ ଟିଏ କରି ପାରୁ ନାହାନ୍ତି ସରକାର
|
September 1, 2024 |