ଯାଜପୁର,୨୭/୦୩ ଧର୍ମଶାଳାରେ ବିଜୁବାବୁ ଏବଂ ନବୀନବାବୁଙ୍କ ନାମରେ ଦୀର୍ଘବର୍ଷ ଧରି କ୍ଷମତାରେ ଥିବା ପରିବାର ନବୀନବାବୁଙ୍କୁ ବାରମ୍ବାର ଅପମାନିତ କରିଛି । ସାରା ରାଜ୍ୟରେ ନବୀନବାବୁ ଏଭଳି ଅପମାନିତ ହୋଇନାହାନ୍ତି । ଧର୍ମଶାଳା କ୍ଷମତାକେନ୍ଦ୍ର ନିୟମିତ ବିଜୁ ଆଦର୍ଶ ଓ ନବୀନବାବୁଙ୍କ ନୀତି ବିରୋଧ କାର୍ଯ୍ୟ କରିଚାଲିଛନ୍ତିି । ଏହାକୁ ବି.ଜେ.ଡ ବରଦାସ୍ତ କରିବା ଏବେ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହୋଇଛି ବୋଲି ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଧର୍ମଶାଳାରେ ପ୍ରତି ଘରକୁ ଚାଲ ଅଭିଯାନରେ ମତ ପ୍ରକାଶ କରି ଘୋର ଉଦବେଗ ପ୍ରକାଶ କରିଛନ୍ତି । ଧର୍ମଶାଳାରେ ସତୀଶଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନରେ ୫୦ ହଜାର ପରିବାରକୁ ଭେଟି ଧର୍ମଶାଳାରେ ପରିବାରବାଦ ଭ୍ରଷ୍ଟାଚାର ଏବଂ ଦୁର୍ବଳ ବିରୋଧୀଙ୍କ ସାଲିସ ରାଜନୀତି ପାଇଁ ଧର୍ମଶାଳା ଭ୍ରଷ୍ଟାଚାରର ପ୍ରୟୋଗଶାଳା ସାଲିଛି ବୋଲି ଲୋକ ମାନଙ୍କୁ ବୁଝାଯାଉଛି । ଏହି ଅଭିଯାନରେ ଗାଁ ଗାଁ ରେ ସତୀଶଙ୍କ ପଥପ୍ରାନ୍ତ ସଭା ଏବେ ସାଧାରଣରେ ବେଶ ଗ୍ରହଣୀୟ ହୋଇଛି । ଶନିବାର ଅନୁଷ୍ଠିତ ବିିଭିନ୍ନ ପଥପ୍ରାନ୍ତ ସଭାରେ ସତୀଶ ଅଭିଯୋଗ କରିଛନ୍ତି ଯେ, ଧର୍ମଶାଳାରେ ନେତୃତ୍ୱ ନେଉଥିବା ପ୍ରାକ୍ତନ ମନ୍ତ୍ରୀ ତଥା ତତ୍କାଳୀନ ବିଧାୟକ କଳ୍ପତରୁ ଦାସ ରାଜ୍ୟର ଗର୍ବ ଗୌରବ କୋଣାର୍କ ଟିଭିକୁ ଡୁବାଇ ବିଜୁବାବୁଙ୍କ ବିଶ୍ୱାସରେ ବିଷ ଦେଲେ । ଏହା ସାରା ରାଜ୍ୟବାସୀ ଜାଣନ୍ତି । ପରେ ପୁଣି ରାଜ୍ୟସଭା ନିର୍ବାଚନରେ କ୍ରସଭୋଟ କରି ଦଳରୁ ଦୁଇ ଦୁଇ ଥର ସସପେଣ୍ଡ ହେଲେ । ଏହା ଆମେ କହୁନାହୁଁ ବରଂ ନବୀନବାବୁ ନିଜେ ସସପେଣ୍ଡ କରିଥିଲେ । ୩୩ ନଂବର ଜିଲ୍ଲା ପରିଷଦ ଜୋନରେ ନବୀନବାବୁ ଦେଇଥିବା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାରରେ ନବୀନବାବୁ ଆସିଥିବା ବେଳେ ତତ୍କାଳୀନ ଧର୍ମଶାଳା ବିଧାୟକ ଏହି ସଭାକୁ ନଯାଇ ନବୀନବାବୁଙ୍କ ବିରୋଧ କଲେ । ଏପରିକି ଏହି ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ସ୍ୱାଧୀନ ପ୍ରାର୍ଥୀ ଦେଇ ବି.ଜେ.ଡି ପ୍ରାଥୀଙ୍କୁ ହରାଇଲେ । ମୋ ଜାଣିବାରେ ନବୀନବାବୁ ସାରା ରାଜ୍ୟରେ ଏଭଳି ଅପମାନିତ କେବେ କୋଉଠି ହୋଇ ନଥିବେ । ଧର୍ମଶାଳା ବିଜୁବାବୁ ଏବଂ ନବୀବବାବୁ ବିରୋଧୀ ଦଳରେ ଥିବା ବେଳେ ସଂଗଠନ ପାଇଁ ବହୁ ଦଃୁଖ କଷ୍ଟ ସହିଥିବା ଦଳୀୟ କର୍ମୀ ମାନଙ୍କୁ ଗଣି ଗଣି ପ୍ରତ୍ୟେକ ପଂଚାୟତରେ କୋଣଠେସା କରି ଦଳରେ ଅଣଦେଖା କରାଗଲା । ରାଜ୍ୟସଭା ନିର୍ବାଚନରେ କ୍ରସଭୋଟ କରି ନବୀନବାବୁଙ୍କ ଦ୍ୱାରା ଦଳରୁ ସସପେଣ୍ଡ ହେଲା ବେଳେ ଧର୍ମଶାଳାରୁ ମୁଁ ଏକମାତ୍ର ଯୁବନେତା ଭାବେ ସେ ସମୟରେ ନବୀନବାବୁଙ୍କ ସପକ୍ଷରେ ନବୀନବାବୁଙ୍କ ନିଷ୍ପତିକୁ ସ୍ୱାଗତ କରିଥିଲି । ହେଲେ ପରେ ଏହି ପରିବାର ଦଳରେ କ୍ଷମତାଶାଳୀ ହୋଇ ମୋତେ ଦଳରେ କୌଣସି ପଦପଦବୀରେ ରଖାଇ ଦେଲେ ନାହିଁ । ଏଥିରୁ ନବୀନବାବୁଙ୍କ ଅନୁଗତ ହେଲେ ଏହି ଦଳରେ କୋଣଠେସା ହୋଇ ରହିବାକୁ ପଡେ ବୋଲି ପ୍ରମାଣିତ ହେଲା । ଘଙ୍ଗପାଟଣା ଜଙ୍ଗଲ ଜମି, ଡି ବ୍ରଦର୍ସ ଲିଙ୍କରେ ସି.ବି.ଆଇ ଏବଂ ଇଡିଙ୍କ ଜେରାର ସମ୍ମୁଖୀନ ହେବା, ବହୁକୋଟି ଟଙ୍କାର ସମ୍ପର ମାଲିକ ହେବା, ଧର୍ମଶାଳାର ପାହାଡ ପର୍ବତ
ଲୁଟ ଆଦି ଅନେକ ପ୍ରସଙ୍ଗ ବିଜୁବାବୁ ଓ ନବୀନବାବୁଙ୍କ ନୀତି ଆଦର୍ଶ ବିରୋଧୀ କାର୍ଯ୍ୟ । ଓଡିଶା ସରକାରଙ୍କ ଭୂଲେଖରେ ଘଙ୍ଗପାଟଣା ଜଙ୍ଗଲ ଜମି ଧର୍ମଶାଳା ବିଧାୟକଙ୍କ ନାମରେ ଥିଲା । ଏଥିନେଇ ବହୁ ପ୍ରଶାସକ ଓ ନିରୀହ ଆଦିବାସୀ ଦଣ୍ଡ ପାଇଲେ । ହେଲେ ମୁଖ୍ୟ ସୁତ୍ରଧର ଧର୍ମଶାଳା ବିଧାୟକ ନିର୍ଦ୍ଦେଶ ହେଲେ । ସବୁଠାରୁ ବଡକଥା ହେଲା ନିଜ ସତ୍ୟପାଠରେ ବିଧାୟକ ଏହି ଜମିର ବିବରଣୀକୁ ଲୁଚାଇ ମିଛ ସତ୍ୟପାଠ ବି କରିଥିଲେ । ସାମାନ୍ୟ ତ୍ରୁଟି ପାଇଁ ନେତାମାନେ କ୍ଷମତା ହରାଉଥିବା ବେଳେ ଏ କ୍ଷେତ୍ରରେ ନୈତିକତା କୁଆଡେ ଗଲା? ଏହାପରେ ବି ଏହି ପରିବାରକୁ ବି.ଜେ.ଡିରୁ ବାରମ୍ବାର ଟିକେଟ ମିଳିବା ଅନ୍ତରାଳରେ ଥିବା ରହସ୍ୟ ନେଇ ସମଗ୍ର ରାଜ୍ୟରେ ଦଳର ଭାବମୂ ର୍କୁ କ୍ଷୁର୍ଣ୍ଣ କରୁଛି । ଏଥିନେଇ ନୀରପେକ୍ଷ ଏଜେନ୍ସି ଦ୍ୱାରା ଅନୁଧ୍ୟାନ କରାଯାଉ ବୋଲି ସତୀଶ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ସତୀଶଙ୍କୁ ବିଭିନ୍ନ ଗ୍ରାମରେ ମହିଳାମାନେ ବନ୍ଦାପନା କରି ସମ୍ବର୍ଦ୍ଧନା ଜଣାଉ ଥିବାର ଦେଖିବାକୁ ମିଳୁଛି ।
ଧର୍ମଶାଳା କ୍ଷମତାକେନ୍ଦ୍ର ନବୀନବାବୁଙ୍କୁ ବାରମ୍ବାର ଅପମାନିତ କରିଛି- ସତୀଶ
|
March 31, 2023 |