ଦୁଷ୍କର୍ମ କରି ବନ୍ଧାହେଲେ ୨ ଅଭିଯୁକ୍ତ

Spread the love
  •  
  •  
  •  
  •  
  •  

ବାରିପଦା, 15.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା): ଦୁଷ୍କର୍ମ କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ । ମକର ସଂକ୍ରାନ୍ତିରେ ବୁଡ ପକାଇବାକୁ ଯାଇଥିବା ବେଳେ ଯୁବତୀ ଜଣଙ୍କ ଦୁଷ୍କର୍ମର ଶୀକାର ହୋଇଥିଲେ । ବାରିପଦା କାଳିକାପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିଆକାପୁର ଅଞ୍ଚଳରେ ଭୋରରେ ମକର ପର୍ବ ପାଳନ ସମୟରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡିତାଙ୍କୁ ତାଙ୍କର ଦୁଇ ଜଣ ପଡୋଶୀ ବଳପୂର୍ବକ ନଦୀ କୂଳରେ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେଠାରୁ ପୀଡିତା ଜଣଙ୍କ କୌଶଳକ୍ରମେ ଖସି ଆସିଥିଲେ । ଘରକୁ ଫେରି ନିଜ ବଡ ଭଉଣୀଙ୍କୁ ପୁରା ଘଟଣା ବିଷୟରେ ଜଣାଇଲେ । ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛନ୍ତି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି । ଦୁଷ୍କର୍ମକାରୀ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ।

 

Related Posts

About The Author

Add Comment