ସୁନ୍ଦରଗଡ଼, ତା:୦୭/୧୦/୨୦୨୪(ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ବାଲିଶଙ୍କରା ବ୍ଲକ ତଲସରା ଥାନା ଠାରେ ତଲସରା ଥାନା ଅଧିକାରୀ ଶ୍ରୀ ଯୁକ୍ତ ପୁଷ୍ପେନ୍ଦୁ ସାଗର ଙ୍କ ଅଧ୍ୟକ୍ଷତା ରେ ଆଗକୁ ଆସୁଥିବା ଦୁର୍ଗା ପୂଜା କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ତଲସରା ଥାନା ଅନ୍ତର୍ଗତ ଥିବା ତଲସରା, ବାଲିଶଙ୍କରା, ଘୋଘର, ବନଡେଗା, ଲୁଲୁକିଡ଼ିହି, ସବଡେଗା, ଯାଇସର, ତୁମଲିଆ ଡମକୁଡା, ଟାଙ୍ଗର ଗାଁ ପ୍ରଭୃତି ଗାଁ ମୁଖ୍ୟ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତରେ ଦୁର୍ଗା ପୂଜା କେମିତି ଶାନ୍ତି ଶୃଙ୍ଖଳା ରେ ହୋଇ ପାରିବ, କିପରି ଲୋକେ ସୁରକ୍ଷିତ ରହି ଦୁର୍ଗା ପୂଜା ର ଆନନ୍ଦ ନେଇ ପାରିବେ ସେ ବିଷୟ ରେ ଶ୍ରୀ ସାଗର ସମସ୍ତଙ୍କୁ ଅବଗତ କରାଇଥିଲେ । ଭସାଣି ଯାତ୍ରା ସମୟରେ ଯେପରି କିଛି ବିଶୃଙ୍ଖଳା ନ ହୁଏ ତା ପାଇଁ ବିଶେଷ ଧ୍ୟାନ ଦେବାକୁ ପ୍ରତ୍ୟେକ ଅଞ୍ଚଳର କମିଟି ସଦସ୍ୟ ମାନଙ୍କୁ ଜଣାଇବା ସହିତ ପୋଲିସ ପ୍ରଶାସନ ସଜାଗ ରହିବ ବୋଲି ମତ ରଖିଥିଲେ । ଭସାଣି ଦିନ ଅଞ୍ଚଳରେ ମଦ ବନ୍ଦ କରିବାକୁ କରିବାକୁ ପ୍ରତ୍ୟେକ ଅଞ୍ଚଳର ପୂଜା କମିଟିକୁ ତାଗିତ କରିଥିଲେ । ବାଣ ଫୁଟା ଓ ବିଦ୍ୟୁତ ସଂଯୋଗ ରେ କିପରି ସୁରକ୍ଷା ରହି ପାରିବେ ସେ ବିଷୟରେ ବିଶେଷ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ତାର ସୁରକ୍ଷା ପାଇଁ ପ୍ରତ୍ୟେକ ଲୋକ ସଜାଗ ରହିବାକୁ ଥାନା ଅଧିକାରୀ ଅନୁରୋଧ କରିବା ସହ କାର୍ଯ୍ୟରତ ରହିବାକୁ ଅନୁରୋଧ କରିଥିଲେ ।
ଦୁର୍ଗା ପୂଜା ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଥାନା ଅଧିକାରୀଙ୍କ ପ୍ରସ୍ତୁତି ବୈଠକ
|
October 8, 2024 |