ଦୁର୍ଗା ଚରଣ ପଟେଲ ଙ୍କୁ ମିଳିଲା ଅଟଳ ମିତ୍ର ରତ୍ନ ସମ୍ମାନ,

Spread the love

 

ସୁନ୍ଦରଗଡ ତା:୨୮/୭/୨୦୨୫(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଝିଲିମାଲ ଗ୍ରାମର ଶ୍ରୀଯୁକ୍ତ ଦୁର୍ଗା ଚରଣ ପଟେଲ ଙ୍କୁ ରାଜ୍ୟ ସରକାରଙ୍କ ତରଫରୁ “ଅଟଳ ମିତ୍ର ରତ୍ନ” ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଥମ୍ ସମୟ ରୁ ସେ ଆରଏସଏସ କୁ ମଜବୁତ୍ କରିବା ପାଇଁ ସୁନ୍ଦରଗଡ ରେ କାର୍ଯ୍ୟକାରୀ ଆସୁଛନ୍ତି । ଦୁର୍ଗା ଚରଣ ପଟେଲ ସର୍ବ ପ୍ରଥମ ୧୩ ବର୍ଷ ବୟସ ରୁ ଜନସଂଘ ଦଳରେ ଯୋଗଦେଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।ଦେଶର ଅନେକ ଜରୁରୀ କାଳୀନ ପରିସ୍ଥିତିରେ ଜେଲ ଦଣ୍ଡ ମଧ୍ୟ ଭୋଗିଛନ୍ତି ।ସୁନ୍ଦରଗଡ ଜିଲ୍ଲାର ଆରଏସଏସ ସଂଗଠରେ ତାଙ୍କର ଭୂମିକା ଅତୁଲନିୟ । କାରଗିଲ ବିଜୟ ଦିବସ ଓ ଅଟଳ ବିହାରୀ ବାଚାପେୟୀ ଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ଜୟଦେବ ଭବନର ଏକ ସଭା ଅନୁଷ୍ଠିତ କରାଯାଇଥିଲା ।ଏହି ସଭାରେ ଶ୍ରୀଯୁକ୍ତ ଦୁର୍ଗା ଚରଣ ପଟେଲଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଦ୍ଵାରା “ଅଟଳ ମିତ୍ର ରତ୍ନ” ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Related Posts

About The Author

Add Comment