ଦୁବକଣ ଜୟଚଣ୍ଡୀ ହାଇସ୍କୁଲରେ ଅର୍ଥ ହେରଫେର ଅଭିଯୋଗ: ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ତଦନ୍ତ ଦାବି

Spread the love

ଯାଜପୁର ସଦର,  : ୨୯/୪/୨୬ (ସନ୍ଧାନ ନ୍ୟୁଜ )  ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ଜୟଚଣ୍ଡୀ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡି ବିଭିନ୍ନ ବିବାଦରେ ଛନ୍ଦି ହେବା ପରେ ସେ ଏବେ ଏହି ବିଦ୍ୟାଳୟରୁ ୬ ଦିନିଆ ଡେପୁଟେସନରେ  ବ୍ଲକସ୍ଥ ବାଘୁଆସୁଣୀ ବିଦ୍ୟାଳୟକୂ ବଦଳି ହୋଇଯାଇ ଥିବା ବେଳେ ବିଦ୍ୟାଳୟର  ବରିଷ୍ଠ ଶିକ୍ଷୟତ୍ରୀ ଝୁନୁ ପ୍ରିୟା ସାମଲ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି | ରଞ୍ଜନ କୁମାର କାଣ୍ଡି ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱରେ ଥିବା ସମୟରେ ବିଦ୍ୟାଳୟକୂ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନାର ଅର୍ଥକୁ   ନିୟମ ଅନୁଯାଇ ଭେଣ୍ଡର ମାନଙ୍କ ଦ୍ୱାରା ନଉଠାଇ  ବେନିୟମ ଭାବେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ କର୍ମଚାରୀ ମାନଙ୍କ ନାମକୁ ଟ୍ରାନ୍ସଫର କରି ଏହି ଅର୍ଥକୁ ଆତ୍ମ ସାଥ  କରିବା ସହ  ମିଥ୍ୟା ଭାଉଚର ଯୋଗେ ବିଲ ପାସ କରିଥିବା ନେଇ  ଗ୍ରାମବାସୀ ମାନେ ଅଭିଯୋଗ କରିବା ପରେ  ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଣ୍ଡି ଚତୁରତାର ସହ ଏହି ବିଦ୍ୟାଳୟରୁ ଅନ୍ୟ ବିଦ୍ୟାଳୟକୂ ଡେପୁଟେସନରେ  ବଦଳି ହୋଇ ପଳେଇ ଯାଇଥିବା ନେଇ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି |ସେହିପରି ବର୍ତ୍ତମାନ ଦାୟିତ୍ୱରେ ଥିବା  ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ପୂର୍ବ ପ୍ରଧାନ ଶିକ୍ଷକଙ୍କ ନିତି ଆପଣେଇ ବିଦ୍ୟାଳୟକୂ ସରକାରଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଯୋଜନାର ଅର୍ଥକୁ ଭେଣ୍ଡର ମାଧ୍ୟମରେ ନଉଠାଇ ନିଜ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଏକାଉଣ୍ଟକୂ ଟ୍ରାନ୍ସଫର କରି ଉଠାଇ ଅର୍ଥ ହଡପ କରିବା ସହ ମଧ୍ୟାହ୍ନ ଭୋଜନ ଯୋଜନାରେ ବ୍ୟାପକ ଅର୍ଥ ହେରଫେର ଭଳି ଦୁର୍ନୀତି ଘଟଣାକୁ ବିଦ୍ୟାଳୟର  ବରିଷ୍ଠ ସହକାରୀ ଶିକ୍ଷକ ପ୍ରଜାପତି ରାଉତ ବିରୋଧ କରିବାରୁ  ସହକାରୀ ଶିକ୍ଷକ ପ୍ରଜାପତି ରାଉତଙ୍କୁ ମିଛ ମାମଲାରେ ଫସାଇବା ପାଇଁ ଏବେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଝୁନୁ ପ୍ରିୟା ସାମଲ ଯୋଜନା ଚଳାଇଥିବା ନେଇ ଶିକ୍ଷାବିତ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ସେହିପରି ପ୍ରାୟ ୩ ମାସ ପୂର୍ବେ ବିଦ୍ୟାଳୟର କିରାଣି  ସଂଗ୍ରାମ ନାୟକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଶୋକ କୁମାର ବେହେରାଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡିଙ୍କ ସମ୍ମୁଖରେ ପାଟିତୁଣ୍ଡ ହେବା ସହ ହାତା ହାତି ପର୍ଯ୍ୟନ୍ତ କଥା ଯାଇଥିଲା |ଏହି ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡି ବିଦ୍ୟାଳୟର ଏସଏମଡିସି କମିଟି  ମିଟିଂ ଡକାଇ  ବିଦ୍ୟାଳୟ ପରିସରରେ ଆଲୋଚନା କରିଥିଲେ  | କମିଟିର ଆଲୋଚନା ଅନୁଯାଇ ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ ) ଙ୍କୁ  କମିଟି ପକ୍ଷରୁ ଲିଖିତ ଭାବେ ଜଣାଇବା ସହ ଉକ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସଏମଡିସି କମିଟି ପକ୍ଷରୁ  ଜଣା ଯାଇଥିଲା | ସେହିପରି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ  ରଞ୍ଜନ କୁମାର କାଣ୍ଡି ଦୀର୍ଘଦିନ ଧରି ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ସମୟରେ ବିଦ୍ୟାଳୟ ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ  ବିଭିନ୍ନ ବିଭାଗ ପାଇଁ ଆସିଥିବା ଅର୍ଥକୁ ସଠିକ ଭାବେ ଖର୍ଚ୍ଚ କରାନଯାଇ  ଉକ୍ତ ଅର୍ଥକୁ ବେଆଇନ ଭାବେ ଖର୍ଚ୍ଚ କରାଯିବା ସହ ବହୁ ଅର୍ଥ  ହରିଲୁଟ କରାଯାଇ ଥିବା ନେଇ    ଗ୍ରାମବାସୀ ମାନେ ଅଭିଯୋଗ କରିବା ସହ  ବିଦ୍ୟାଳୟକୁ ଆସିଥିବା ଅର୍ଥ କେଉଁ ଯୋଜନାରେ ଖର୍ଚ୍ଚ କରାଯାଇଛି ହିସାବ ମାଗିଥିଲେ  | ଏହି ଘଟଣା  ସମ୍ପର୍କରେ  ବୁଝିବା ପାଇଁ ଦୁବକଣ ଗ୍ରାମର ଜଣେ ଗ୍ରାମବାସୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡିଙ୍କୁ ପଚାରିବା ସମୟରେ ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତି ତର୍କ ହେବା ସହ ପାଟିତୁଣ୍ଡ ହୋଇଥିଲା | ଯାହାକୁ ନେଇ ପ୍ରଧାନ ଶିକ୍ଷକ ମଙ୍ଗଳପୁର ଥାନାରେ ଏତଲା ଦେବା ପରେ ଯୁବକ ଜଣକ କୋର୍ଟ ଚାଲାଣ ହୋଇଥିଲେ | ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡି ବିଦ୍ୟାଳୟର ଏସଏମଡିସି କମିଟି ସହ କୌଣସି ଆଲୋଚନା ନକରି  ପ୍ରଧାନ ଶିକ୍ଷକ ନିଜକୁ ଏହି ବିଦ୍ୟାଳୟରେ ଅସୁରକ୍ଷିତ ମଣୁଛନ୍ତି ବୋଲି ଲିଖିତ ଭାବେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ  | ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଣ୍ଡିଙ୍କ ଠାରୁ ଲିଖିତ ଭାବେ ଅଭିଯୋଗ ପାଇବା ପରେ ତାଙ୍କୁ ଦୁବକଣ ଜୟଚଣ୍ଡୀ ହାଇସ୍କୁଲରୁ ବାଘୁଆଶୁଣୀ ହାଇସ୍କୁଲକୁ ୬ ଦିନିଆ ଡେପୁଟେସନ କରିଦେଇଥିବା ବେଳେ  କିପରି ବେନିୟମ ଭାବେ ଜଣେ ପ୍ରଧାନ ଶିକ୍ଷକଙ୍କୁ ୬ ଦିନିଆ ଡେପୁଟେସନରେ ଅନ୍ୟ ବିଦ୍ୟାଳୟକୁ ବଦଳି କଲେ ଏହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ସେହିପରି ପ୍ରଥମେ କିରାଣି ଓ ପିଅନଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା (ଏସଏମଡିସି ) କମିଟି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣା ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ସମାନ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକ ଏସଏମଡିସି କମିଟି ଅଜଣାତରେ କରିଥିବା ଅଭିଯୋଗ ଉପରେ ଶିକ୍ଷା ବିଭାଗ ପକ୍ଷରୁ ଏତେ ତରବରିଆ ଭାବେ ଏସଏମଡିସି କମିଟି ସହ କୌଣସି ଆଲୋଚନା ନକରି ପ୍ରଧାନ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ଡେପୁଟେସନ କରିବା ପଛରେ  କାରଣ କଣ ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହେବା ସହ ଏହି ଡେପୁଟେସନ କରିବା ପଛରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥାଇ ପାରେ ବୋଲି  ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ଏଠାରେ ପ୍ରଶ୍ନ ଆସେ ଗୋଟିଏ ବିଦ୍ୟାଳୟରୁ ୨ ଟି ଅଭିଯୋଗ ଆସିଥିବା ବେଳେ  ପିଅନ ଓ କିରାଣୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଉପରେ  ଜିଲ୍ଲା ଶିକ୍ଷାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ଉପରେ କୌଣସି ତଦନ୍ତ ନକରି ଏଭଳି ତରବରିଆ ଭାବେ ପ୍ରଧାନ ଶିକ୍ଷକ ଜଣଙ୍କୁ ଅନ୍ୟ ବିଦ୍ୟାଳୟକୁ ୬ ଦିନିଆ ଡେପୁଟେସନ କରିଦେଇ  ପ୍ରଧାନ ଶିକ୍ଷକଙ୍କ ନାମରେ ଆସିଥିବା ଅର୍ଥ ଆତ୍ମସାଥ ଘଟଣାକୁ ଚପାଇ ଦେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଏଭଳି କରାଯାଇଛି ବୋଲି ଜନସାଧାରଣରେ ଅଭିଯୋଗ ହୋଇଛି | ବିଦ୍ୟାଳୟ ସୁପରିଚାଳନା ପାଇଁ ସରକାରଙ୍କ ନିର୍ଦେଶ ଅନୁଯାଇ ପ୍ରତେକ ବିଦ୍ୟାଳୟରେ ଏସଏମସି, ଏସଏମଡିସି କମିଟି ଗଠନ କରାଯାଇଛି | ଏହି କମିଟି ମାଧ୍ୟମରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ କରାଯିବା ପାଇଁ ସରକାରୀ ନିର୍ଦେଶ ରହିଛି |ମାତ୍ର ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ଏହି କମିଟିର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନନେବାକୁ ନେଇ କମିଟି ଗଠନ କରିବାର ଉଦେଶ୍ୟ କଣ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି | କମିଟିର କୌଣସି ମୁଲ୍ୟ ନାହିଁ ବୋଲି ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ପ୍ରମାଣ କରିବା ସହ ତାଙ୍କ ନିଜ ଇଛା ଅନୁଯାଇ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟ କରୁଛନ୍ତି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି |ରଞ୍ଜନ କୁମାର କାଣ୍ଡି ଦୁବକଣ ଜୟଚଣ୍ଡୀ ହାଇସ୍କୁଲରେ  ଯେତେଦିନ ଧରି ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଥିଲେ ତାଙ୍କ ପ୍ରଧାନ ଶିକ୍ଷକ ସମୟରେ ବହୁ ଅର୍ଥ ଆତ୍ମ ସାଥ କରାଯାଇଛି ବୋଲି  ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି | ତଦନ୍ତ ନସରିବା ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଣ୍ଡିଙ୍କୁ ଏହି ବିଦ୍ୟାଳୟରୁ ବଦଳି ନକରିବା ପାଇଁ  ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି | ତେବେ ଶିକ୍ଷା ବିଭାଗ ପକ୍ଷରୁ କେବେ ହେବ ତଦନ୍ତ ତାହା ଦେଖିବା ପାଇଁ ଅଞ୍ଚଳ ବାସି ଚାତକ ପରି ଚାହିଁ ବସିଛନ୍ତି | ଏ ସମ୍ପର୍କରେ ଜିଲ୍ଲା ଶିକ୍ଷଧିକାରୀଙ୍କ ସହ ଯୋଗାଯୋଗ କରାଯାଇ ଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇନଥିଲା | ସେହିପରି ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ସମାନ ଢଙ୍ଗରେ ବିଦ୍ୟାଳୟରେ ଘଟୁଥିବା ଅନେକ ଘଟଣା ବିଦ୍ୟାଳୟର ଏସଏମଡିସି କମିଟି ସହ ଆଲୋଚନା ନକରି ନିଜର ଇଛା ମୁତାବକ କାର୍ଯ୍ୟ କରିବା ସହ  ଷ୍ଟାଫ ମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହୋଇଛି |ଏସବୁ ଘଟଣାର ତଦନ୍ତ କରି ବିଦ୍ୟାଳୟର ବିଭିନ୍ନ ଯୋଜନାରେ ଆସିଥିବା ଅର୍ଥରେ ହୋଇଥିବା ଅନିୟମିତତାର ତଦନ୍ତ କରି ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଯାଜପୁର କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ମହଲରେ ଦାବି ହୋଇଛି |

Related Posts

About The Author

Add Comment