ବ୍ରହ୍ମବରଦା ପ୍ରେସ କ୍ଲବକୁ ପ୍ରଶାସନ ପକ୍ଷରୁ ସିର୍କୁତି ପତ୍ର ପ୍ରଦାନ

Spread the love

ବ୍ରହ୍ମବରଦା  ୨୧/୧୧/୨୬ (ସନ୍ଧାନ ନ୍ୟୁଜ)  ବ୍ରହ୍ମବରଦା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ଏହା ଜନସାଧାରଣଙ୍କ ସ୍ୱରକୁ ଶାଣିତ କରିବା ସହ ସମାଜ ପ୍ରତି ଏକ ନୈତିକ ଦାୟିତ୍ୱ ବୋଲି  ଆଜି ଅପରାହ୍ନରେ  ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ସ୍ଥିତ ଏସ୍‌ଏସ୍‌ ପ୍ୟାଲେସ୍‌ ପ୍ରାଙ୍ଗଣରେ ଜାତୀୟ ସାମ୍ବାଦିକ ଦିବସ ପାଳନ ହୋଇଯାଇଛି । ପ୍ରମୋଦ ପତି ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର  ସାଧାରଣ ସମ୍ପାଦକ ଅମିୟ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରଗତିବାଦୀ’ ଖବରକାଗଜର ଜିଲ୍ଲା ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ଶିକ୍ଷାବିତ୍‌ ପବିତ୍ର ମୋହନ ମାହାଲା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ବାଦ ଖବରକାଗଜର ଜିଲ୍ଲା ପ୍ରତିନିଧି ମନୋଜ ରାଉଳ,ସୂର୍ୟ୍ୟପ୍ରଭା ଜିଲ୍ଲା ପ୍ରତିନିଧି ଶରତ ପୋଥାଳ,ସମାଜର ଜିଲ୍ଲା ପ୍ରତିନିଧି ରଙ୍ଗବଲ୍ଲଭ ସାହୁ, ସକା’ର ଜିଲ୍ଲା ପ୍ରତିନିଧି ସନ୍ଦୀପ ରାୟ,ନିର୍ଭୟ ସୂଚନାର ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ନାୟକ, ବ୍ରହ୍ମବରଦା ସରପଞ୍ଚ ମମତା ଶୁଭଦର୍ଶିନୀ ଦେଓ, ସାମାଜିକ କର୍ମୀ ମଣ୍ଟୁ ଦାସ ଓ ଫାଉଣ୍ଡେସନ୍‌ର ସଚିବ ଦିବ୍ୟଜ୍ୟୋତି ପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତା ଏକ ବୃତି ନା ଜନସେବାର ନୈତିକ ଦାୟିତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ବ୍ରହ୍ମବରଦା ଅଞ୍ଚଳର ସାମ୍ବାଦିକ, ସାମାଜିକ କର୍ମୀ, କୃତୀ ଛାତ୍ରଛାତ୍ରୀ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ବ୍ରହ୍ମବରଦା ପ୍ରେସ କ୍ଲବକୁ ପ୍ରଶାସନ ପକ୍ଷରୁ ସିର୍କୁତି ପତ୍ର ମିଳିଥିବାରୁ  ବ୍ରହ୍ମବରଦା ପ୍ରେସ କ୍ଲବ ସଦସ୍ୟ ମାନେ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣେଇ ଛନ୍ତି   ।

Related Posts

About The Author

Add Comment