ଯାଜପୁର ସଦର,୨୪ା୦୯(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଚି । ଦୁଇ ଭାଇକୁ ରାସ୍ତାରୁ ଉଦ୍ଧାର କରି ଜଣେ ସମାଜ ସେବୀ ଯୁବ ନେତା ମଣିଷ ପଣିଆର ପରିଚୟ ସୃଷ୍ଟି କରିଛନ୍ତି । ଏହି ସମାଜ ସେବୀ ନମାଜ ଭାଈ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତର ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଜଣକ ହେଲେ ନମାଜ ଭାଈ । ଦୁଇ ଭାଇ ଘର ଛାଡ଼ି ଚାଲି ଆସିଥିବା ବେଳେ, ଏହି ସମାଜ ସେବୀ ଯାଉଥିବା ସମୟରେ ପାଣିକୋଇଲି ନିକଟସ୍ଥ ରାତି ୯ବେଳେ ଚେକ୍ ଗେଟର କିଛି ଦୂରରେ ରହିଥିବା ରାସ୍ତାରେ ଚାଲି ଚାଲି ଯାଉଥିବା ଦୁଇ ଜଣ ବାଳକ ଯାଉଥିବା ବେଳେ, ଏହି ନମାଜ ଭାଇ ସେମାନଙ୍କୁ ଉଦ୍ଧାର କରି ମଣିଷ ପଣିଆର ପରିଚୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ଏହି ପିଲା ଦୁଇଟି ରାସ୍ତାରେ ଯାଉଥିବା ସମୟରେ ସମାଜ ସେବୀ ଯୁବ ନେତା ନମାଜ ଭାଇ ସେମାନଙ୍କୁ ଅଟକାଇବାରୁ ପିଲା ଦୁଇଟି ଭୟଭିତ ହୋଇ ନମାଜ ଭାଇ ପଚାରିବାରୁ ଆମେ ଚଣ୍ଡିଖୋଲକୁ ଯାଉଚୁ ବୋଲି ନମାଜ ଭାଇକୁ ଏହି ପିଲା ଦୁଇଟି କହିଥିଲେ । ସାଙ୍ଗରେ ନମାଜ ଭାଇ ତାଙ୍କ ନିଜ ଗାଡ଼ିରେ ସାଙ୍ଗରେ ଆଣି ଆୁଥିବା ବେଳେ, ରାତି ଅଧିକ ହେବାରୁ ନମାଜ ସାଙ୍ଗରେ ପିଲା ଦୁଇଟିକୁ ସାଙ୍ଗରେ ଧରି ନିଜଗ୍ରାମ ବ୍ରହ୍ମବରଦାକୁ ନେଇ ଆସିଥିଲେ । ଯାହାକି ସେମାନେ ଉପବାସରେ ଏହି ବାଳକ ଦୁଇଟି ରହିଥିବାରୁ ଉଭୟଙ୍କୁ ନମାଜ ଭାଇ ସେମାନଙ୍କୁ ରୁଟି ତରକାରୀ ଖାଇବାକୁ ଦେଇଥିଲେ । ଖାଇବା ସମୟରେ ତାଙ୍କ ଘର କଥା ନମାଜ ଭାଇ ପଚାରିବାରୁ ସେମାନଙ୍କ ଘର ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ମହାବିନାୟକ ମନ୍ଦିର ନିକଟରେ ବୋଲି କହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ଏହି ପିଲା ଦୁଇଟିଙ୍କ ମାମୁଁ ଘର ରହିଥିବା ବେଳେ, ମାମୁଁଘର ବାରମ୍ବାର ଏହି ପିଲାଦୁଇଟିକୁ ମାରଧର କରିବା ସହିତ ତୁମେମାନେ ଘର ଛାଡ଼ି ଯିବା ପାଇଁ ମାମୁଁ ଧମକ ଦେବାରୁ ଦୁଇ ଭାଇ ଜାକ ମାମୁଁଘରୁ ଚଣ୍ଡିଖୋଲକୁ ଯିବାକୁ ଯାଉଥିବା ବେଳେ, ନମାଜ ଭାଈଙ୍କ ହାବୁଡ଼ରେ ପଡ଼ିଥିଲେ । ଉପବାସରେ ଦୁଇଭାଇ ରହିଥିବାରୁ ବାଟଚାଲିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଯାହାକି ଏହି ପିଲା ଦୁଇଟି ରାସ୍ତାରେ ରାତିରେ ଯାଉଥିବା ବେଳେ, ନମାଜ ଭାଇଙ୍କ ହାବୁଡ଼ରେ ପଡ଼ିଥିଲେ । ଏନେଇ ନମାଜ ଭାଇ ପିଲାଦୁଇଟିକୁ ଘରେ ରଖି ଖାଇବାକୁ ଦେଇଥିଲେ । ଏବଂ ବ୍ରହ୍ମବରଦା ଫାଣ୍ଡି ସହିତ ଏହି ପିଲାଦୁଇଟିଙ୍କ ପାଇଁ ଯୋଗାଯୋଗ କରିଥିଲେ । ବ୍ରହ୍ମବରଦା ଫାଣ୍ଡି ପୋଲିସ ପିଲାଦୁଇଟିକୁ ରଖିବା ସହିତ ବଡ଼ଚଣା ଥାନା ପୋଲିସ ସହିତ ଯୋଗାଯୋଗ କରିବାର ପ୍ରତିଶୃତି ଦେଇଥିଲା । ଏନେଇ ପିଲାଦୁଇଟିକୁ ସାଙ୍ଗରେ ଧରି ବଡ଼ଚଣା ଥାନାକୁ ନମାଜ ଭାଇ ଯାଇଥିବା ବେଳେ, ପୋଲିସ ଏହି ପିଲାର ଘରକୁ ଖବର ପଠାଇଥିଲେ । ଖବର ପାଇ ବଡ଼ଚଣା ଥାନରେ ଏହି ଦୁଇପିଲାର ମା ଥାନାରେ ପହଁଞ୍ôଚବା ପରେ ନିଜମାଙ୍କୁ ଦେଖି ଦୁଇଭାଇ କାନ୍ଦି ପକାଇଥିଲେ । ନିଜର ଜନ୍ମକଲା ମା କୋଳେଇ ନେଲା । ଏହି ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଥିବା ବେଳେ, ସମାଜ ସେବୀ ନମାଜ ଭାଇ ଦୁଇପିଲାକୁ ଉଦ୍ଧାର ମଣିଷ ପଣିଆର ପରିଚୟ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା । ଯାହାକି ନମାଜ ଭାଇ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟ ଯୁବକ ହୋଇଥିଲେ । ମଧ୍ୟ ଭଗବାନଙ୍କ ପ୍ରତି ଅତୁଟ ବିଶ୍ୱାସ ରଖିଥିବା ବେଳେ, ଆଲ୍ଲା ସବୁବେଳେ ଏହି ନମାଜ ଭାଇ ପରି ମଣିଷ ସୃଷ୍ଟି କରିବା ପରକୁ ସାହାଯ୍ୟ କଲେ ଭଗବାନ ସନ୍ତୁଷ୍ଟ ହେବେ ବୋଲି ନମାଜ ଭାଇ କୁହନ୍ତି । ରକ୍ତ ସମ୍ପର୍କ ପର ହେଇଗଲା ପରେ ପର ମଣିଷ ନିଜର ହୁଅନ୍ତି ।
ଦୁଇ ଭୋକିଲା ଶିଶୁ ପେଟରେ ଆହାର ଦେଇ ପରିବାର ନିକଟରେ ଛାଡିଲେ ଯୁବ ସମାଜସେବୀ ନମାଜ ଭାଇ
|
September 25, 2021 |