ସୁନ୍ଦରଗଡ ତା୧୬/୮/୨୦୨୬(ସନ୍ଧାନ ନ୍ୟୁଜ). ଭସମା ଥାନା ଟାଙ୍ଗର ପାଳି ଗ୍ରାମରେ ଦେଖିବାକୁ ମିଳିଛି ଚାଞ୍ଚଲ୍ୟ ଘଟଣା। ଦୁଇ ଦିନ ପରେ ଭସମା ପୋଲିସ ଦ୍ୱାରା ଗଲିତ ଶବ ଉଦ୍ଧାର ।ମୃତ୍ୟୁ ଘଟଣା ସନ୍ଧେହ ଘେରରେ ।ମୃତକ ଜଣକ ଟାଙ୍ଗରପାଳି ଗ୍ରାମ ମୁଣ୍ଡା ପଡ଼ା ର ଏତୱା ଓରାମ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ସମୟରେ ସୁନ୍ଦରଗଡ ଜିଲାର ଐତିହ ଗାଙ୍ଗପୁରଗେଟ ନିକଟରେ ଥିବା ମୁଖ୍ୟ ରାଜରାସ୍ତା କଡର ଡ୍ରେନରେ ବସିଥିଲେ । ଆଜି ସକାଳ ସମୟରେ ଅତ୍ୟଧିକ ଦୁର୍ଗନ୍ଧ ହେବାରୁ ଅଞ୍ଚଳରେ ଯିବା ଆସିବା କରୁଥିବା ଲୋକେ ଦେଖି ନିକଟ ଥାନାକୁ ଅବଗତ କରାଇଥିଲେ ।ତାଙ୍କର ଶବ ତଳ ମୁହାଁ ହୋଇ ନିକଟ ଵିଲ ପାଣିରେ ଭାସୁଥିବା ପୋଲିସ ସୂତ୍ରରୁ ଜଣାପଡିଛି ।ଭସମା ପୋଲିସ ଶବ ଜବତ କରି ତଦନ୍ତ ଚଳାଇଥିବା ଜଣା ପଡ଼ିଛି ।
ଦୁଇ ଦିନ ପରେ ଭସମା ପୋଲିସ ଗାଙ୍ଗପୁର ଗେଟ ନିକଟ ବିଲରୁ ଗଳିତ ଶବ ଉଦ୍ଧାର
|
August 16, 2026 |



