ଦାଆରେ ମହିଳାଙ୍କ ଗଳାକାଟି ହତ୍ୟା

Spread the love

ମାଲକାନଗିରି, ୮/୫ (ସନ୍ଧାନ ନିୟୁଜ) ଆଜି ଦିନ୧୨ଟାରେ ଏମଭି୭୯ ଜଳସେଚନ କଲୋନି ଠାରୁ୫୦୦ମିଟର ଦୂରରେଥିବା ଜମି ର ଲାଡିରୁ ଜଣେ ମହିଳାର ଗଳାକଟା ରକ୍ତଜୁଡୁ ବୁଡୁ ମୃତଶରୀର କୁ ପୁଲିସ ଉଦ୍ଧାର କରିଛନ୍ତି । ଏମଭି୭୯ଥାନାସ୍ଥ ଇରିଗେସନ କଲୋନି ଠାରୁ ପ୍ରାୟ ୫୦୦ମିଟର ଦୁରରେ ଚାଷଜମିରେ କୁଡିଆଘରଟିଏ(ଲାଡି) କରି ମାଲା କାରାମି(୪୫) ସ୍ତ୍ରୀ ଚିନାମୀ କାରାମୀ(୪୦) ଓ ତାଙ୍କ ପୁଅଝିଅ  ରହୁଥିଲେ । ଗତ ମାସକ ତଳେ ମାଲା କାରାମି ଓ ତାଙ୍କ ପୁଅ ଆନ୍ଦ୍ରକୁ କୁଲିକାମ କରିବାକୁ ପଳାଇଥିବା ବେଳେ ସାନ ଝିଅ ତାର ମାମୁ ଘରକୁ ପଳାଇଥିଲା ।ସେହି କୁଡିଆ ଘରେ ଏକାକି ଚିନାମୀ କାରାମୀ ରହି କୁଲିବୃତି କରି ଚଳୁଥିଲେ  । ଆଜି ଦିନ ୧୨ଟା ରେ ଚିନାମୀଙ୍କ ଘରକୁ ସଂପର୍କିୟ ଲୋକ ଆସି ଦେଖିବାବେଳକୁ ଚିନାମୀଙ୍କ ଗଳାକଟା  ରକ୍ତଜୁଡୁବୁଡୁ ମୃତଶରୀର ତଳେ ପଡିଛିଏ ସଂପର୍କରେ ପାଖ ପଡୋଶୀ,ମହିଳାଙ୍କ ପୁଅଝିଅ ଓ ତାଙ୍କ ସଂପର୍କିୟ ମାନେ ସଙ୍ଗେସଙ୍ଗେ ଏମଭି୭୯ଥାନାରେ ଜଣାଇଥିଲେ ।  ଏମଭି୭୯ ଥାନା ଆଇଆଇସି ମମତା ପାଣିଗ୍ରାହୀ,ସବଇନିସପେକ୍ଟର ହରିଶଚନ୍ଦ୍ର ଗୋଲରୀ,,ଏଏସଆଇ ନରସିଂହ ମାଝୀ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଚିନାମୀଙ୍କ ମୃତଶରୀର ସହିତ ନିକଟରେ ପଡିଥିବା ଏକ ଧାରୁଆ ରକ୍ତ ଲାଗିଥିବା ଧାନକଟା ଦାଆ  ଜବତ କରି ଚିନାମୀର ମୃତଶରୀର କୁ ଶବବ୍ୟବଛେଦପାଇଁ ଡାକ୍ତର ଖାନାପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଏକାକି ମହିଳା ଲାଡିରେ ରହୁଥିବାର ସୁଯୋଗ ନେଇ କେହି ଦୁର୍ବୁତ ତାଙ୍କ ସହ ଦୁସ୍କର୍ମ କରି ହତ୍ୟା କରିଥାଇ ପାରେ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ମାନେ ସନ୍ଦେହକରୁଛନ୍ତି । କଲୋନି ନିକଟରୁ ଦୂରରେ ଏକାକି ଚିନାମୀ ରହୁଥିବାରୁ କେହି ଦୁର୍ବୁତ ଗତ କାଲି ରାତ୍ରରେ ତାଙ୍କୁ ଧାରୁଆ ଦାଆରେ ହତ୍ୟାକରିଥାଇ ପାରନ୍ତି ଶବବ୍ୟବଛେଦ ବିବରଣୀ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ ଘଟଣା ଜଣାପଡିବ ବୋଲି ଏମଭି୭୯ ଥାନା ଅଧିକାରୀ କହିଛନ୍ତି । ଏହି ଘଟଣା ସମଗ୍ର ଏମଭି୭୯ ଅଚଂଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି ।

Related Posts

About The Author

Add Comment