ଯାଜପୁର,୨୪.୬(ସଂନ୍ଧାନ ନିଉଜ):-ବଡଚଣା ବ୍ଲକ ଦର୍ପଣ ତହସିଲରେ ଜାତିଗତ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରମାଣପତ୍ର ପାଇବାରେ କମ୍ପୁଟର ପଞ୍ଜିକରଣ ଦାୟୀତ୍ୱରେ ଥିବା କର୍ମ·ରୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଲୋକମାନଙ୍କୁ ସୁବିଧାରେ ବିଭିନ୍ନ ପ୍ରମାଣପତ୍ର ଯୋଗଇଦେବା ପାଇଁ ବିଭିନ୍ନ ପଞ୍ଚାୟତରେ ଜନସେବା କେନ୍ଦ୍ର ଖୋଲାଯାଇଛି । ଏହି ବ୍ଲକ ଅଧିନରେ ୪୩ଗୋଟି ପଞ୍ଚାୟତଥିଲେ ମଧ୍ୟ ତହସିଲ ପକ୍ଷରୁ ୩୧ଗୋଟି ଜନସେବା କେନ୍ଦ୍ର କାର୍ଯ୍ୟ କରୁଛି । କିନ୍ତୁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରମାଣପତ୍ର ପାଇଁ ଏହି କେନ୍ଦ୍ର ଗୁଡିକରେ ଆବେଦନ କରିଥିଲେ ମଧ୍ୟ ହାତଗଣତି କେତେଗୋଟି କେନ୍ଦ୍ରକୁ ଛାଡି ଦେଲେ ଅନ୍ୟ କେନ୍ଦ୍ର ଗୁଡିକର ଅଧିନରେ ଆବେଦନ କରିଥିବା ଛାତ୍ରଛାତ୍ରୀ ମାନଙ୍କର ପ୍ରମାଣପତ୍ର କରାଯାଉନଥିବା ଅଭିଯୋଗ ହୋଇଛି । ଫଳରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଅଧିକାରୀ ମାନେ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିଦୌଡି ନୟାନ୍ତ ହେଉଥିଲେ ସୁଦ୍ଧା କାର୍ଯ୍ୟ ହେଉନଥିବା ନାମ ଗୋପନ ରଖି କେତେକ କେନ୍ଦ୍ର ପରି·ଳକ ପ୍ରକାଶ କରିଛନ୍ତି । ନିକଟରେ କିଛିଛାତ୍ରଛାତ୍ରୀ ପ୍ରମାଣପତ୍ର ପାଇଁ ତହସିଲ କାର୍ଯ୍ୟାଳୟକୁ ଦୌଡି ନପାଇବାରୁ କମ୍ପୁଟର ରୁମର ଫାଟକକୁ ବାଡେଇଥିବା ନଜିର ରହିଛି । ଦାୟୀତ୍ୱରେ ଥିବା କର୍ମ·ରୀଙ୍କ ମନମୁଖି କାର୍ଯ୍ୟଯୋଗୁ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା,ପରୀକ୍ଷା ଏବଂ ଚାକିରୀ ସୁବିଧାରୁ ବଞ୍ଚିତ ହେଉଥିବା ଦେଖାଯାଇଛି । ବିଗତ ଦିନରୁ କେନ୍ଦ୍ରରେ କିଛି ଆବେଦନ ପଞ୍ଜିକରଣ ହୋଇଥିଲେ ମଧ୍ୟ ନୂତନ ଭାବେ ଆବେଦନ କରିଥିବା ବ୍ୟକ୍ତିଙ୍କର ପ୍ରମାଣପତ୍ର ମିଳିଯାଉଛି । ଏଭଳି ଘଟଣାକୁ ନେଇ କିଛି ହାତଗଣତି ସେବା କେନ୍ଦ୍ର ମାନେ ଆବେଦନକାରୀଙ୍କ ଠାରୁ ଅଧିକ ଅର୍ଥଦାବୀ କରୁଛନ୍ତି ଯାହା ଫଳରେ ଅଧିକ ଅର୍ଥ ଦେଲେ କାର୍ଯ୍ୟ ହେଉଯାଉଥିବା କିଛି ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି । ତହସିଲର ଏହି ଦାୟୀତ୍ୱରେ ଥିବା କର୍ମ·ରୀ ଏଥିରୁ ବେଶ ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି । ସେବା କେନ୍ଦ୍ରମାନେ ଆବେଦନକାରୀଙ୍କୁ ଯେଉଁ ମନି ରିସିଦ ଦେଉଛନ୍ତି ତାହାଠାରୁ ଢେରଅଧିକ ଅର୍ଥ ନେଉଥିବାରୁ ଦେଖିବାକୁ ମିଳୁଛି । ଯାହା ଫଳରେ ଗରୀବ ଶ୍ରେଣୀର ଛାତ୍ରଛାତୀ୍ର ମାନେ ଆବେଦନ କରିବାକୁ ଭୟ କରୁଥିବା ଦେଖିବାକୁ ମିଳୁଛି । କର୍ମ·ରୀଙ୍କ ପାତରଅନ୍ତର କାର୍ଯ୍ୟକୁ ନେଇ ସନେ୍ଦହ ପ୍ରକାଶ ପାଇବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଛାତ୍ରଛାତ୍ରୀ ମାନେ ଦାବୀ କରିଛନ୍ତି । ଆଗାମୀ ଦିନରେ ଏହାକୁ ନେଇ ଏକ ଛାତ୍ର ଆନେ୍ଦାଳନ ତହସିଲ ସମ୍ମୁଖରେ କରାଯିବ ବୋଲି କିଛି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି । ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଓ ଆରଡିସି ଦୃଷ୍ଟି ଦେବାକୁ ଛାତ୍ରଛାତୀ ଓ ଅଭିଭାବକ ମାନେ ଦାବୀ କରିଛନ୍ତି ।
ଦର୍ପଣ ତହସିଲରେ ପ୍ରମାଣପତ୍ର ମିଳିବାରେ ପାତରଅନ୍ତର ଅଭିଯୋଗ
|
June 24, 2018 |
