ତେଲିଗଡରେ ପାନୀୟ ଜଳର ସମସ୍ୟା: ପିଇବାକୁ ପଡୁଛି ଗୋଳିଆ ପିଣି, ପାଣି ପାଇ ଚାଲିବାକୁ ପଡୁଛି କୋଷ କୋଷ ବାଟ
ତେଲିଗଡରେ ପାନୀୟ ଜଳର ସମସ୍ୟା: ପିଇବାକୁ ପଡୁଛି ଗୋଳିଆ ପିଣି, ପାଣି ପାଇ ଚାଲିବାକୁ ପଡୁଛି କୋଷ କୋଷ ବାଟ
Santosh Rout |
May 28, 2018 |

-
ପିଇବାକୁ ପଡୁଛି ଗୋଳିଆ ପିଣି,
-
ପାଣି ପାଇ ଚାଲିବାକୁ ପଡୁଛି କୋଷ କୋଷ ବାଟ
ବଡଚଣା, ୨୮/୫(ସନ୍ଧାନ ନିୟୁଜ୍/ଆର୍ତତାଣ ସାହୁ) ବଡଚଣାରେ ବିଭିନ୍ନ ପାଂଚୟତରେ ପାନୀୟ ଜଳ ସମସ୍ୟ ଉକôଟ ରୁପ ଧାରଣ କରିଛି । ଚଳିତ ଗ୍ରୀଷ୍ମ ପ୍ରଭାବରେ ପାନୀୟଜଳକୁ ମୁଖ୍ୟ ସମସ୍ୟା ଭାବେ ପଂଚାୟତ ସମିତି ବୈଠକରେ ଆଲୋଚନା କରାଯାଇଥିବା ବେଳେ ବିଧାୟକ ଏହାକୁ ଯୁଧ୍ୟ କାଳୀନ ଭିତିରେ ସମାଧାନ କରିବାକୁ ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ବଡଚଣା ପ୍ରଶାସନ ଏହାକୁ ସମାଧାନ କରିବାରେ ସଫଳ ହୋଇନାହିଁ । ଖୋଦ୍ ବ୍ଲକ ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଚଣ୍ଡିତଳ ପଂଚାୟତର ପ୍ରର୍ଯ୍ୟଟନ କ୍ଷେତ୍ର ତେଲିଗଡରେ ପାନୀୟ ଜଳର ସମସ୍ୟା ଉକôଟ ରୁପ ଧାରଣ କରିଥିବା ଦେଖିବାକୁ ମିଳିଛି । ଏହି ପଂଚାୟତର ତିନୋଟି ସାହିର ମୋଟ ୧ହଜାରରୁ ଉର୍ଦ୍ଧ ି ଲୋକ ବସବାସ କରୁଛନ୍ତି । ଏମାନଙ୍କ ପାଇଁ ପାନୀୟ ଜଳର ମୁଖ୍ୟ ଉସô ୩ଟି ନୂଳକୂପ ଏବଂ ୨ଟି ଗଭୀର କୂପ ରହିଛି । ଶୁକ୍ଲା ସହି ଲୋକମାନଙ୍କ ପାଇଁ ଗୋଟିଏ ନଳକୂପ ରହିଥିବା ବେଳେ ଏଥିରୁ ବହୁତ କମ୍ ପାଣି ବାହାରୁଛି ।

ଗଭୀର କୂପଟି ମଧ୍ୟ ଅନୁରୁପ ଭାବେ ଜଳ ନିମ୍ନଗାମୀ ହୋଇଥିବାରୁ ପାଣି ଦେବାରେ ସକ୍ଷମ ହେଉନାହିଁ । ଦାସସାହି ନିକଟରେ ରହିଥିବା ନୂକଳପୂ ଅଚଳ ଅବସ୍ଥାରେ ରହିଥିବା ବେଳେ କେତକ କୂପ ଏବଂ ନଳକୂପରୁ ଗୋଳିଆ ପାଣି ବାହାରୁଛି । ସେହିପରି ହରିଜନସାହି ବାସୀନ୍ଧାଙ୍କ ପାଇଁ ରହିଥିବା ନୂଳକୂପରୁ ଗୋଳିଆ ପାଣି ବାହାରୁଥିବା ବେଳେ କୂପରୁ ମଧ୍ୟ ଅନୁରୁପ ଭାବେ ଅଳ୍ପ ପାଣି ରହିଛି । ତାହାବି ମାଟିଆ ରଙ୍ଗର । ଏହି ଗ୍ରାମରେ ଅନ୍ୟ ଗୋଟିଏ କୂପ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି । ପାନୀୟ ଜଳ ପାଇଁ ଅନ୍ୟ କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ମାନେ ଏହାକୁ ବ୍ୟବହାର କରୁଛନ୍ତି । ଏଭଳି ଅବସ୍ଥିାରେ ମାତ୍ର ଟୋପାଏ ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ ହେବାକୁ ପଡୁଛି ।

ତେବେ ପାଣି ପାଇ ଗ୍ରାମର ମହିଳା ମାନେ ଏହାକୁ ବ୍ୟବହାର କରୁଥିବା ବେଳେ କେତକସ୍ଥଳେ ଗ୍ରାମର ପୁରୁଷ ମାନେ ଗ୍ରାମ ଠାରୁ ଦୂରରେ ଥିବା ଅନ୍ୟ ଗ୍ରାମମାନଙ୍କରୁ ପାଣି ମଟରସାଇକେଲ କିମ୍ଭା ସାଇକେଲ ଯୋଗେ ପାଣି ଆଣି ବ୍ୟବହାର କରୁଥିବା ଲକ୍ଷ କରାଯାଇଛି । ଅନ୍ୟ ପଟରେ ଏହି ଗ୍ରାମ ପାଇଁ ନୂତନ ନଳକୂପ ଏବଂ ଗଭୀର କୂପ ଖନନ କରିବା ପାଇଁ ପଂଚାୟତ ଏବଂ ବ୍ଲକର ଅଧିକାରୀଙ୍କ ନିକଟରେ ବହୁବାର ଗ୍ରାମର ସୁରେଶ ଚନ୍ଦ୍ର ଶୁକ୍ଳା, ମଧବ ଚନ୍ଦ୍ର ଶୁକ୍ଳା, ମନୋଜ କୁମାର ଶୁକ୍ଳା, ରାମଚନ୍ଦ୍ର ଦାସ, ସୁରେଶ ଦାସ, ଜ୍ଞାନ ରଂଜନ ଦାସ, ମିନତି ମଲିକ, ବାସନ୍ତି ମଲିକ ପ୍ରମୁଖ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ଏହାର ସମାଧାନ ଏପ୍ରର୍ଯ୍ୟନ୍ତ କରାଯାଇନଥିବା ମଧ୍ୟ ଗ୍ରାମର କେତକ ଲୋକ ପ୍ରକାଶ କରିଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରମାବସୀ ମାନେ ଦାବି କରିଛନ୍ତି ।

Related Posts
About The Author