ବେତନଟୀ, 01.12.2020 (ଲିଙ୍ଗରାଜ ପଣ୍ଡା): ବେତନଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ହେବାକୁ ଯୋଗ୍ୟ ହେଲାଣି। ସେହିପରି ବଡ଼ସାହି ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ବଡ଼ ବ୍ଲକ୍ ବଡ଼ସାହି ଓ ବେତନଟୀକୁ ଦୈନିକ ହଜାର ହଜାର ଲୋକ ଯିବାଆସିବା କରନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଏହି ଦୁଇଟି ବ୍ଲକ୍ ସଦର ମହକୁମାରେ ସ୍ଥାନରେ ସ୍ଥାୟୀ ବସଷ୍ଟାଣ୍ଡ ନାହିଁ ମହିଳା, ବୟସ୍କ ଓ ଦିବ୍ୟାଙ୍ଗ ଯାତ୍ରୀମାନେ ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ଓ ସେମାନଙ୍କ ପାଇଁ ଶୌଚାଳୟ, ବିଶ୍ରାମ ଗୃହ ଆଦିର ସୁବିଧା ନଥିବାରୁ ହୀନସ୍ତା ହେଉଛନ୍ତି ଏହି ଦୁଇ ସ୍ଥାନରେ ବ୍ଲକ ମୁଖ୍ୟାଳୟ, ତହସିଲ କାର୍ଯ୍ୟାଳୟ, କଲେଜ ଓ ଅନ୍ୟାନ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ସବୁ ରହିଛି। ତେଣୁ ଏଠାରେ ସବୁବେଳେ ଗହଳି ହେବା ସ୍ବାଭାବିକା ତଥାପି ଏହି ଦୁଇ ବଜାରର ମୌଳିକ ସମସ୍ୟାକୁ ପ୍ରଶାସନ କିମ୍ବା ସରକାର ଗୁରୁତ୍ବ ଦେଉନଥିବା ଆଜି ବିଧାନସଭାରେ ଅଭିଯୋଗ ଆଣିଥିଲେ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଧାୟକ ତାଙ୍କର ପ୍ରଶ୍ନ ସଂଖ୍ୟା ୟୁଡ଼ିଏକ୍ୟୁ ୭୯୦ ଜରିଆରେ ପ୍ରଶ୍ନ କରିଥିଲେ ଯେ, ବେତନଟୀ ଓ ବଡ଼ସାହିରେ ସ୍ଥାୟୀ ବସଷ୍ଟାଣ୍ଡ ପାଇଁ । ସରକାର କଣ କରିଛନ୍ତି। ଏହି ଦୁଇ ବ୍ଲକ୍ ଅଞ୍ଚଳରେ ଦୁର୍ଘଟଣା ବଢ଼ିଛି। ଏଥିରେ କେତେ ଲୋକ ଗତ ବର୍ଷକ ମଧ୍ୟରେ ପ୍ରାଣ ହରାଇଲେଣି ସେ ହିସାବ ସରକାର ରଖିଛନ୍ତି କି ? ଉତ୍ତରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଲେ, ବେତନଟୀରେ ବସଷ୍ଟାଣ୍ଡ ନଥିବାର ରାଜ୍ୟ ସରକାର ଅବଗତ ଅଛନ୍ତି। ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ୪୪୬୫ ତା ୦୩.୦୬.୨୦୨୦ ମୁଁ ରିଖ ଜରିଆରେ ସମସ୍ତ ଜିଲ୍ଲାପାଳଙ୍କୁ ବ୍ଲକ୍ ସ୍ତରରେ କି ବସ୍ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଜମି ଚିହ୍ନଟ ଓ କ ଅଧିଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବିଶେଷ ଜମି ଅଧିଗ୍ରହଣ ପରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିହିତ ଛି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଉତ୍ତର ଦେଇଥିଲେ ।