ତିହିଡ଼ି ବ୍ଲକ ର ୩୧ ପଞ୍ଚାୟତ ରେ ଶହ ଶହ ହିତାଧିକାରୀ ସେମାନଙ୍କ ଭତ୍ତା ଟଙ୍କା ରୁ ବଞ୍ଚିତ ହୋଇ ଦୁଃଖ ରେ କାଳ କାଟୁ ଥିବାର ଖବର ସେ ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। ଶହ ଶହ ବୁଢ଼ା ବୁଢୀ ବ୍ଲକ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ହେଲେ ସେମାନଙ୍କ ଭତ୍ତା ଟଙ୍କା ତାଙ୍କୁ ମିଳୁ ନାହିଁ। ତିହିଡ଼ି ବ୍ଲକ ର ବିଡ଼ିଓ ଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଲେ ଏହାର ସମାଧାନ ନିମନ୍ତେ ପ୍ରୟାସ ଜାରି ରହିଛି। ଏହାର ସମାଧାନ ଶୀଘ୍ର ହୋଇ ଯିବ। ବଡ ଦୁଃଖ ର କଥା ବିଡ଼ିଓ ଙ୍କ ଆଶ୍ଵାସନା ପାଣି ର ଗାର ସଦୃଶ ପରିଣତ ହୋଇଛି। ଯଦି ଆଗାମୀ ଏକ ମାସ ମଧ୍ୟରେ ଆମେ ଆମ ଭତ୍ତା ଟଙ୍କା ନ ପାଉ ତେବେ ଆମେ ବ୍ଲକ ପରିସର ରେ ଆମରଣ ଅନଶନରେ ବସିବୁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ତିହିଡ଼ି ବ୍ଲକ ରେ ଶହ ଶହ ହିତାଧିକାରୀ ପାଉନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା।
|
November 10, 2026 |



